ସାଇକ୍ଲୋଫସଫାମାଇଡ (ଇଂରାଜୀ ଭାଷାରେ Cyclophosphamide ବା CP, ଅନ୍ୟ ନାମ ସାଇଟୋଫସଫେନ/cytophosphane)[3] ଏକ କେମୋଥେରାପି (chemotherapy) ଔଷଧ ଯାହା ଇମ୍ମ୍ୟୁନିଟି ଦମନ‌କାରୀ (suppress the immune system) ଭାବରେ ମଧ୍ୟ କାମ କରେ ।[4] ଲିମ୍ଫୋମା, ମଲ୍ଟିପ୍ଲ ମାୟେଲୋମା, ଲିଉକେମିଆ, ଓଭାରି କର୍କଟ, ସ୍ତନ କର୍କଟ, ସ୍ମଲ ସେଲ ଫୁସଫୁସ କର୍କଟ (small cell lung cancer), ନିଉରୋବ୍ଲାସ୍ଟୋମାସାର୍କୋମା (sarcoma) ଆଦି ରୋଗମାନଙ୍କରେ ଏହା କେମୋଥେରାପି ଭାବରେ ଦିଆଯାଏ । ଇମ୍ମ୍ୟୁନୋସପ୍ରେସାଣ୍ଟ ଭାବରେ ନେଫ୍ରୋଟିକ ସିଣ୍ଡ୍ରୋମରେ (nephrotic syndrome) ଓ ଅଙ୍ଗ ପ୍ରତିରୋପଣ (organ transplant) ପରେ ଦିଆଯାଏ । ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein|) ଆକାରରେ ଦିଆଯାଏ ।[4]

Quick Facts Clinical data, Pronunciation ...
ସାଇକ୍ଲୋଫସଫାମାଇଡ
Thumb
Thumb
Clinical data
Pronunciation/ˌsklˈfɒsfəˌmd, -lə-/[1][2]
Trade namesLyophilized Cytoxan, Endoxan, Cytoxan, Neosar, Procytox, Revimmune, Cycloblastin
AHFS/Drugs.commonograph
MedlinePlusa682080
Pregnancy
category
  • AU: D
  • US: D (Evidence of risk)
    Routes of
    administration
    by mouth, intravenous
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Bioavailability>75% (by mouth)
    Protein binding>60%
    MetabolismLiver
    Elimination half-life3–12 hours
    ExcretionKidney
    Identifiers
    IUPAC name
    • (RS)-N,N-bis(2-chloroethyl)-1,3,2-oxazaphosphinan-2-amine 2-oxide
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.015 Edit this at Wikidata
    Chemical and physical data
    FormulaC7H15Cl2N2O2P
    Molar mass261.086 g/mol
    3D model (JSmol)
    Melting point2 °C (36 °F)
    SMILES
    • O=P1(OCCCN1)N(CCCl)CCCl
    InChI
    • InChI=1S/C7H15Cl2N2O2P/c8-2-5-11(6-3-9)14(12)10-4-1-7-13-14/h1-7H2,(H,10,12) checkY
    • Key:CMSMOCZEIVJLDB-UHFFFAOYSA-N checkY
      (verify)
    Close

    ଅଧିକାଂଶ ଲୋକଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୁଏ । ସାଧାରଣତଃ ସ୍ୱଳ୍ପ ରକ୍ତ କଣିକା (low white blood cell counts), ଅରୁଚି, ବାନ୍ତି, କେଶହାନୀ (hair loss) ଓ ମୂତ୍ରାଶୟ ରକ୍ତସ୍ରାବ (bleeding from the bladder) ହୋଇପାରେ । କେତେକ ସାଂଘାତିକ ପ୍ରତିକ୍ରିୟାରେ ଅଧିକ କର୍କଟ ସଙ୍କଟ, ବନ୍ଧ୍ୟାଦୋଷ (infertility), ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଫୁସଫୁସ ଫାଇବ୍ରୋସିସ (pulmonary fibrosis) ହୋଇପାରେ । ଏହା ଆଲକିଲେଟିଙ୍ଗ ଆଣ୍ଟିନିଓପ୍ଲାସ୍ଟିକ ଏଜେଣ୍ଟ (alkylating agent ) ଓ ନାଇଟ୍ରୋଜେନ ମସ୍ଟାର୍ଡ଼ (nitrogen mustard) ଶ୍ରେଣୀର ଔଷଧ । ଏହା ଡିଏନଏ (DNA) ଦ୍ୱିତୀକରଣ ଓ ଆରଏନଏ (RNA) ସୃଷ୍ଟିରେ ବାଧା ସୃଷ୍ଟି କରି କାର୍ଯ୍ୟକ୍ଷମ ହୁଏ । [4]

    ସନ ୧୯୫୯ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସାଇକ୍ଲୋଫସଫାମାଇଡ ସ୍ୱୀକୃତ ହୋଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମ ଭାଏଲର କ୍ରୟ ମୂଲ୍ୟ ୩.୬୫ରୁ ୧୪.୩୦ ଆମେରିକୀୟ ଡଲାର ।[6] ଇଂଲଣ୍ଡରେ ଏହାର ମୂଲ୍ୟ ପ୍ରାୟ ୧୭.୦୬ ପାଉଣ୍ଡ ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ପାଟିରେ ଦିଆଯାଉଥିବା ଏହି ଔଷଧର ମୂଲ୍ୟ ୧୯.୫୬ ଆମେରିକୀୟ ଡଲାର ।[8]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.