![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/70/Leptospirosis_darkfield.jpg/640px-Leptospirosis_darkfield.jpg&w=640&q=50)
ଲେପ୍ଟୋସ୍ପାଇରୋସିସ୍
From Wikipedia, the free encyclopedia
ଲେପ୍ଟୋସ୍ପାଇରୋସିସ୍ (ଇଂରାଜୀରେ Leptospirosis) ବା କ୍ଷେତ୍ର ଜ୍ୱର (ଇଂରାଜୀରେ field fever),[1] ବା ମୂଷା ଧରାଳିଙ୍କ ପୀତବର୍ଣ୍ଣ (ଇଂରାଜୀରେ rat catcher's yellows),[2] ବା ପ୍ରିଟିବିଆଲ ଜ୍ୱର (ଇଂରାଜୀରେ pretibial fever)[3] ଏକ ପ୍ରକାର ସଂକ୍ରମଣ ଯାହା ଠିପି ଖୋଲିବା କର୍କସ୍କ୍ରୁ ଭଳି ଦେଖାଯାଉଥିବା ଜୀବାଣୁ ଲେପ୍ଟୋସ୍ପାଇରାଦ୍ୱାରା ହୁଏ । ସାମାନ୍ୟ ମୁଣ୍ଡବଥା, ଜ୍ୱର ଓ ମାଂସପେଶୀ ଯନ୍ତଣାରୁ ଆରମ୍ଭ କରି ରୋଗ ଗମ୍ଭୀର ହେଲେ ଫୁସଫୁସରୁ ରକ୍ତ କ୍ଷରଣ ହୁଏ ଓ ମେନିଞ୍ଜାଇଟିସ ହୋଇପାରେ ।[4][5] ଜଣ୍ଡିସ୍, କିଡନି ଫେଲ୍ ଓ ରକ୍ତସ୍ରାବ ଏକତ୍ର ଜଣେ ରୋଗୀଠାରେ ଦେଖାଗଲେ ତାହାକୁ ୱେଲ୍ସ୍ ରୋଗ ( Weil's disease) କୁହାଯାଏ ।[5] ଫୁସଫୁସରେ ଅତ୍ୟଧିକ ରକ୍ତସ୍ରାବ ହେଲେ ତାହାକୁ ଗମ୍ଭୀର ଫୁସଫୁସୀୟ ରକ୍ତସ୍ରାବ ସିଣ୍ଡ୍ରୋମ ହୁହାଯାଏ । [5]
ଲେପ୍ଟୋସ୍ପାଇରୋସିସ୍ | |
---|---|
![]() ଅନ୍ଧକାର କ୍ଷେତ୍ର ଅଣୁବୀକ୍ଷଣ (ଇଂରାଜୀରେ dark-field microscope) ମାଇକ୍ରୋସ୍କୋପ ତଳେ ଲେପ୍ଟୋସ୍ପାଇରା ୨୦୦ ଗୁଣ ବଡ଼ ଆକାରରେ ଦେଖାଯାଉଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | A27. |
ଆଇସିଡ଼ି-୯-ସିଏମ୍ | 100 |
ଓଏମ୍ଆଇଏମ୍ | 607948 |
ରୋଗ ଡାଟାବେସ | 7403 |
ମେଡ଼ିସିନ-ପ୍ଲସ | 001376 |
ଇ-ମେଡ଼ିସିନ | med/1283 emerg/856 ped/1298 |
Patient UK | ଲେପ୍ଟୋସ୍ପାଇରୋସିସ୍ |
MeSH | C01.252.400.511 |
ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍ଟୋସ୍ପାଇରା ରୋଗ କରାଇପାରନ୍ତି ।[6] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[5] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[7] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[4][8] ବିକାଶଶୀଳ ଦେଶମାନଙ୍କର ସହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[5] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [4] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[9]
ମାନବ ଶରୀରରେ ୧୩ ଜେନେଟିକ୍ ଟାଇପର ଲେପ୍ଟୋସ୍ପାଇରା ରୋଗ କରାଇପାରନ୍ତି ।[6] ଉଭୟ ଗୃହପାଳିତ ଓ ବନ୍ୟ ପଶୁମାନଙ୍କଦ୍ୱାରା ଏହି ରୋଗ ବ୍ୟାପିପାରେ ।[5] ଏହି ରୋଗ ବ୍ୟାପିବାରେ ମୂଷାଭଳି(ରୋଡେଣ୍ଟ) ସାଧାରଣ ଜୀବମାନେ ଅଧିକ ଅଂଶ ଗ୍ରହଣ କରିଥାନ୍ତି ।[7] ମାନବ ଦେହର ଚର୍ମ, ଆଖି, ପାଟି ଓ ନାକର ଖଣ୍ଡିଆ ସ୍ଥାନ ସଂକ୍ରମିତ ପଶୁ ମୁତ୍ର କିମ୍ବା ମୂତ୍ର ମିଶ୍ରିତ ଜଳ ବା ମୃତ୍ତିକା ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପେ ।[4][10] ବିକାଶଶୀଳ ଦେଶମାନଙ୍କର ସହରରେ ବାସକରୁଥିବା ଚାଷୀ ଓ ଗରିବ ଲୋକମାନେ ଏହି ରୋଗ ଅଧିକ ଭୋଗନ୍ତି ।[5] ବିକଶିତ ଦେଶରେ ଉଷ୍ମ ଆର୍ଦ୍ର ଜଳବାୟୁରେ କାମକରୁଥିବା ଲୋକଙ୍କର ଏହି ରୋଗ ଅଧିକ ହୁଏ । [4] ରୋଗୀର ରକ୍ତରେ ଜୀବାଣୁର ଡିଏନଏ ମିଳିଲେ ବା ଆଣ୍ଟିବଡି ମିଳିଲେ ରୋଗ ନିର୍ଣ୍ଣୟ ହୁଏ ।[9]
ସଂକ୍ରମିତ ପଶୁମାନଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ଗ୍ଲୋଭ୍ସ ପିନ୍ଧି ପଶୁଙ୍କ ଯତ୍ନ ନେଇ, ତାଙ୍କ କାମ କରିସାରି ଭଲରୁପେ ହାତ ଧୋଇ ଓ ଅଞ୍ଚଳରେ ରୋଡେଣ୍ଟ ସଂଖ୍ୟା କମ୍ କରି ଏହି ରୋଗ ପ୍ରତିରୋଧ କରିହୁଏ ।[4] ଟୁରିଷ୍ଟମାନଙ୍କୁ ଆଣ୍ଟିବାୟୋଟିକ ଡକ୍ସିସାଇକ୍ଲିନ ଦେବାଦ୍ୱାରା କିଛି ଉପକାର ହେବା ଜଣାଯାଏନାହିଁ ।[4] ଅଳ୍ପ କେତେକ ପ୍ରକାର ଲେପ୍ଟୋସ୍ପାଇରା ନିମନ୍ତେ ଟିକା ମିଳୁଛି ଯାହା ବ୍ୟାପିବା ସଙ୍କଟରୁ ରକ୍ଷା କରିବ ।[4] ଡକ୍ସିସାଇକ୍ଲିନ, ପେନିସିଲିନ କିମ୍ବା ସେଫଟ୍ରିଆକ୍ସନ ଔଷଧ ଦେଇ ଚିକିତ୍ସା କରାଯାଏ ।[4] ୱେଲ୍ସ ରୋଗ ଓ ଉତ୍କଟ ଫୁସଫୁସୀୟ ରକ୍ତସ୍ରାବ ହେଲେ ମୃତ୍ୟୁ ହାର ଯଥାକ୍ରମେ ୧୦%ରୁ ୫୦% ହୁଏ, ଚିକିତ୍ସା କଲେ ମଧ୍ୟ ।[5]
ହିସାବରୁ ଦେଖାଯାଇଛି, ପ୍ରତି ବର୍ଷା ୭ରୁ ୧୦ ନିୟୁତ ଲୋକ ଲେପ୍ଟୋସ୍ପାଇରୋସିସ୍ ରୋଗରେ ସଂକ୍ରମିତ ହୁଅନ୍ତି ।[11] ଏହି ରୋଗର ମୃତ୍ୟୁ ସଂଖ୍ୟାର ସଠିକତା ଜଣାପଡ଼ୁନାହିଁ ।[11] ଗ୍ରୀଷ୍ମାଞ୍ଚଳରେ ଏହି ରୋଗ ହେଉଥିଲେ ମଧ୍ୟ ସବୁ ସ୍ଥାନରେ ହୋଇପାରିବ ।[4] ବିକାଶଶୀଳ ଦେଶମାନଙ୍କର ବସ୍ତି ଅଞ୍ଚଳରେ ଏହା ମଡ଼କ ବା ଏପିଡେମିକ ଆକାର ଧାରଣ କରିପାରେ ।[5] ସର୍ବପ୍ରଥମେ ୱେଲ ସନ ୧୮୮୬ରେ ଏହା ରୋଗ ବିଷୟରେ ବର୍ଣ୍ଣନା କରିଥିଲେ ।[4] ସଂକ୍ରମିତ ପଶୁମାନଙ୍କର ଲକ୍ଷଣ ନାସ୍ତି, ସ୍ୱଳ୍ପ ବା ଉତ୍କଟରୁପେ ଦେଖାଯାଇପାରେ ।[6] ପଶୁ ଭେଦରେ ଲକ୍ଷଣ ଫରକ୍ ଆସେ ।[6] କେତେକ ପଶୁଙ୍କର ପ୍ରଜନନ ପଥରେ ଲେପ୍ଟୋସ୍ପାଇରା ଥିବାରୁ ଯୌନ ସମ୍ପର୍କ ସମୟରେ ରୋଗ ସଞ୍ଚରଣ ହୁଏ ।[12]