![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/6a/PresidentPalaceDelhi.jpg/640px-PresidentPalaceDelhi.jpg&w=640&q=50)
ରାଷ୍ଟ୍ରପତି ଭବନ
From Wikipedia, the free encyclopedia
ରାଷ୍ଟ୍ରପତି ଭବନ ଭାରତ ସରକାରର ରାଷ୍ଟ୍ରପତିର ସରକାରୀ ଆବାସ ଅଟେ । ୧୯୫୦ ମସିହା ପର୍ଯ୍ୟନ୍ତ ଏହାକୁ "ବାଇସରାୟ ହାଉସ" କୁହାଯାଉଥିଲା । ସେତେବେଳେ ଏହା ତତ୍କାଳୀନ ଭାରତର ଗଭର୍ଣ୍ଣର ଜେନେରାଲଙ୍କ ଆବାସ ଥିଲା । ଏହା ନୂଆଦିଲ୍ଲୀର ହୃଦୟ କ୍ଷେତ୍ରରେସ୍ଥିତ ଅଟେ । ଏହି ମହଲରେ ୩୪୦ଟି କକ୍ଷ ରହିଛି ଏବଂ ଏହା ବିଶ୍ୱରେ କୌଣସି ରାଷ୍ଟ୍ରଧ୍ୟକ୍ଷର ଆବାସରୁ ବଡ଼ ହୋଇଥାଏ । ବର୍ତ୍ତମାନ ଭାରତର ରାଷ୍ଟ୍ରପତି , ସେହି କକ୍ଷରେ ରହନ୍ତି ନାହିଁ , ଯେଉଁଠାରେ ବାଇଶରାୟ ରହୁଥିଲେ , ଅଥବା ସେ ଅତିଥି କକ୍ଷରେ ରହୁଥିଲେ। ଭାରତର ପ୍ରଥମ ଭାରତୀୟ ଗଭର୍ଣ୍ଣର "ଶ୍ରୀ ସୀ ରାଜଗୋପାଳଚାର୍ଯ୍ୟ"ଙ୍କୁ ଏଠାକାର ମୁଖ୍ୟ ଶୟନ କକ୍ଷ, ନିଜର ବିନୀତ ନମ୍ର ରୁଚି କାରଣରୁ ଅତି ଆଡମ୍ବର ପୂର୍ଣ୍ଣ ଲାଗିଲା ଯାହା କାରଣରୁ ସେ ଅତିଥି କକ୍ଷରେ ରହିବାକୁ ଉଚିତ ମନକଲେ । ତାଙ୍କ ଉପରାନ୍ତେ ସମସ୍ତ ରାଷ୍ଟ୍ରପତିମାନେ ଏହି ପରମ୍ପରା ନିଭେଇଥିଲେ । ଏଠାକାର ମୁଗଲ ଉଦ୍ୟାନର ଗୋଲାପ ବାଟିକାରେ ଅନେକ ପ୍ରକାରର ଗୋଲାପ ଲାଗିଥାଏ ଏବଂ ଏଠାକାର ଜନସାଧାରଣ ହେତୁ, ପ୍ରତି ବର୍ଷ ଫେବୃଆରୀ ମାସରେ ଖୋଲିଥାଏ । ଏହି ଭବନର ମୁଖ୍ୟ କଥା ହେଲା, ଏହି ଭବନର ନିର୍ମାଣରେ ଲୁହାର ନଗଣ୍ୟ ପ୍ରୟୋଗ ହୋଇଛି ।
Rashtrapati Bhavan राष्ट्रपति भवन ରାଷ୍ଟ୍ରପତି ଭବନ | |
---|---|
![]() ରାଷ୍ଟ୍ରପତି ଭବନ, ନୂଆଦିଲ୍ଲୀ | |
Location in New Delhi, Delhi, India | |
General information | |
Architectural style | Delhi Order[1] |
Location | Rajpath, Delhi, India |
Coordinates | 28°36′51.63″N 77°11′59.29″E |
Current tenants | Pranab Mukherjee, President of India |
Construction started | 1912 |
Completed | 1929[2] |
Technical details | |
Floor area | 200,000 sq ft (19,000 m2) |
Design and construction | |
ଶିଳ୍ପୀ | Edwin Lutyens |