ପ୍ରଣବ ମୁଖାର୍ଜୀ (୧୧ ଡିସେମ୍ବର ୧୯୩୧ - ୩୧ ଅଗଷ୍ଟ ୨୦୨୦) ଭାରତର ୧୩ଶ ରାଷ୍ଟ୍ରପତି ଭାବେ ଜୁଲାଇ ୨୦୧୨ରୁ ୨୦୧୭ ଯାଏଁ କାର୍ଯ୍ୟଭାରରେ ସମ୍ଭାଳିଥିଲେ । [1] ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୁମି ଜିଲ୍ଲାର ଏକ ମଫସଲ ଗ୍ରାମ ମିରାଟିଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ।ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଏବଂ ମାଆଙ୍କ ନାମ ରାଜଲକ୍ଷୀ ।[2] ପ୍ରଣବ କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି ।ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ ।ପରେ ସେ କଲିକତାସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନ୍ଷ୍ଟିଚ୍ୟୁଟର ଅଧକ୍ଷଭାବେ ନିଯୁକ୍ତି ପାଇଥିଲେ ।ଏହାପରେ ସେ ସାମ୍ବାଦିକତା ଏବଂ ଓକିଲାତିକୁ ନିଜର ପେଶାରୂପେ କିଛି ଦିନ ଆପଣେଇଥିଲେ ।[3]
ମହା ମହିମ ପ୍ରଣବ ମୁଖାର୍ଜୀ | |
---|---|
প্রণব মুখোপাধ্যায় | |
୧୩ ତମ ଭାରତର ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ ୨୦୧୨ – ୨୫ ଜୁଲାଇ ୨୦୧୭ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ ନରେନ୍ଦ୍ର ମୋଦୀ |
Vice President | ମହମ୍ମଦ ହମିଦ ଅନସାରୀ |
ପୂର୍ବ ଅଧିକାରୀ | ପ୍ରଥିବା ପାଟିଲ |
ଅର୍ଥ ମନ୍ତ୍ରାଳୟ | |
କାର୍ଯ୍ୟକାଳ ୨୪ ଜାନୁୟାରୀ ୨୦୦୯ – ୨୬ ଜୁନ ୨୦୧୨ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ମନମୋହନ ସିଂହ |
ପର ଅଧିକାରୀ | ପି ଚିତାମ୍ବରମ |
କାର୍ଯ୍ୟକାଳ ୫ ଜାନୁଆରୀ ୧୯୮୨ – ୩୧ ଡିସେମ୍ବର ୧୯୮୪ | |
ପ୍ରଧାନ ମନ୍ତ୍ରୀ | ଇନ୍ଦିରା ଗାନ୍ଧୀ ରାଜୀବ ଗାନ୍ଧୀ |
ପୂର୍ବ ଅଧିକାରୀ | ଆର୍.ଭେଙ୍କଟରମଣ |
ପର ଅଧିକାରୀ | ଭି.ପି. ସିଂ |
ପ୍ରତିରକ୍ଷା ମନ୍ତ୍ରୀ | |
କାର୍ଯ୍ୟକାଳ ୨୨ ମଇ ୨୦୦୪ – ୨୬ ଅକ୍ଟୋବର ୨୦୦୬ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ଜର୍ଜ ଫର୍ଣାଦେସ୍ |
ପର ଅଧିକାରୀ | ଏ.କେ. ଆଣ୍ଟୋନୀ |
ବୈଦେଶିକ ବ୍ୟାପାର ମନ୍ତ୍ରୀ | |
କାର୍ଯ୍ୟକାଳ ୨୪ ଅକ୍ଟୋବର ୨୦୦୬ – ୨୨ ମଇ ୨୦୦୯ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ମନମୋହନ ସିଂହ |
ପର ଅଧିକାରୀ | ଏସ୍.ଏମ. କ୍ରିଷ୍ଣା |
କାର୍ଯ୍ୟକାଳ ୧୦ ଫେବୃଆରୀ ୧୯୯୫ – ୧୬ ମଇ ୧୯୯୬ | |
ପ୍ରଧାନ ମନ୍ତ୍ରୀ | ପି.ଭି. ନରସିଂହ ରାଓ |
ପୂର୍ବ ଅଧିକାରୀ | ଦିନେଶ ସିଂ |
ପର ଅଧିକାରୀ | ସିକନ୍ଦର ବଖ୍ତ |
Deputy Chairman of the Planning Commission | |
କାର୍ଯ୍ୟକାଳ 24 June 1991 – 15 May 1996 | |
ପ୍ରଧାନ ମନ୍ତ୍ରୀ | P. V. Narasimha Rao |
ପୂର୍ବ ଅଧିକାରୀ | Mohan Dharia |
ପର ଅଧିକାରୀ | Madhu Dandavate |
Leader of the House (Lok Sabha) | |
କାର୍ଯ୍ୟକାଳ 22 May 2004 – 26 June 2012 | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | Atal Bihari Vajpayee |
ପର ଅଧିକାରୀ | Sushil Kumar Shinde |
Leader of the House (Rajya Sabha) | |
କାର୍ଯ୍ୟକାଳ January 1980 – 31 December 1984 | |
ପ୍ରଧାନ ମନ୍ତ୍ରୀ | Indira Gandhi |
ପୂର୍ବ ଅଧିକାରୀ | K.C. Pant |
ପର ଅଧିକାରୀ | V.P. Singh |
Member of Lok Sabha for Jangipur | |
କାର୍ଯ୍ୟକାଳ 10 May 2004 – 26 June 2012 | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | Abul Hasnat Khan |
ପର ଅଧିକାରୀ | Abhijit Mukherjee |
Member of Parliament (Rajya Sabha) for West Bengal, Gujrat (5 Terms) | |
କାର୍ଯ୍ୟକାଳ 24 July 1969 – 10 May 2004 (5 Terms) | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Pranab Kumar Mukherjee প্রণব কুমার মুখোপাধ্যায় ୧୧ ଡିସେମ୍ବର ୧୯୩୫ Mirati, British Bengal, British India |
ମୃତ୍ୟୁ | ୩୧ ଅଗଷ୍ଟ ୨୦୨୦ ୮୪) | (ବୟସ
ରାଜନୀତିକ ଦଳ | Independent |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | Indian National Congress (1969–86; 1989–2012) Rashtriya Samajwadi Congress (1986–89) |
ଜୀବନ ସାଥୀ | Suvra Mukherjee (m. 1957-died 2015) |
ସନ୍ତାନ | Sharmistha Abhijit Indrajit |
ବାପା/ବୋଉ | କାମଦା କିଙ୍କର ମୁଖାର୍ଜୀ |
ଘର | Rashtrapati Bhavan |
ଶିକ୍ଷାନୁଷ୍ଠାନ | University of Calcutta |
ୱେବସାଇଟ | Official Website |
ପରିବାର
ତାଙ୍କ ବାପା କଦମ କିଙ୍କର ଜଣେ ସ୍ୱାଧୀନତା ସଂଗ୍ରାମୀ।ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ।୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନ ସଭାର ସଦସ୍ୟ ରହିଥିଲେ ।ଏହା ସହିତ ସେ ବିରଭୁମି ଜିଲ୍ଲାର କଂଗ୍ରେସ କମିଟିର ସଭାପତି ଥିଲେ ।୧୯୫୭ରେ ଶୁଭ୍ରା ମୁଖାର୍ଜୀଙ୍କ ସହିତ ତାଙ୍କର ବିବାହ ହେଇଥିଲା ।ତାଙ୍କର ଦୁଇପୁତ୍ର ଇନ୍ଦ୍ରଜିତ ଓ ଅଭିଜିତ ଏବଂ ଗୋଟିଏ ଝିଅ ଶର୍ମିଷ୍ଠା । ଅଭିଜିତ ଏବେ ପଶ୍ଚିମବଙ୍ଗର କଂଗ୍ରେସ ବିଧାୟକ ଅଛନ୍ତି ।ଶର୍ମିଷ୍ଠା ଜଣେ କଥକ ନୃତ୍ୟାଙ୍ଗନା ।[2][4]
ରାଜନୈତିକ ଜୀବନ
୧୯୬୯ରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।ସେହି ବର୍ଷ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଇଥିଲେ । ପରେ ସେ ୧୯୭୫,୧୯୮୧,୧୯୯୩ ଏବଂ ୧୯୯୯ ମସିହାରେ ରାଜ୍ୟସଭାକୁ ପୁନଃ ନିର୍ବାଚିତ ହେଇଥିଲେ ।୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ଉପମନ୍ତ୍ରୀ ନିଯୁକ୍ତ କରାଯାଇଥିଲା ।[2] ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଥିଲେ ।ତାଙ୍କ ପ୍ରସ୍ତାବିତ ଅର୍ଥନୀତି ଯୋଗୁଁ ଇନ୍ଦିରା ସରକାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି(ଆ.ଏମ.ଏଫ୍.)କୁ ଦେଶର ପ୍ରଥମ ଋଣ ପୈଠର ଅନ୍ତିମ କିସ୍ତି କରିବାରେ ସଫଳ ହେଇଥିଲା ।ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବେ ଡଃ ମନମୋହନ ସିଂହଙ୍କ ନିଯୁକ୍ତି ପତ୍ରରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦସ୍ତଖତ କରିଥିଲେ ।
ଇନ୍ଦିରା ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜିବ ଗାନ୍ଧୀଙ୍କ ସହ ମତାନ୍ତର ସୃଷ୍ଟି ହେବାରୁ ସେ କଂଗ୍ରେସରୁ ଓହରିଯାଇଥିଲେ ।ସେ ସମୟରେ ରାଷ୍ଟ୍ରୀୟ ସମାଦବାଦୀ କଂଗ୍ରେସ ନାମରେ ସେ ନିଜର ଏକ ଦଳ ଗଠନ କରିଥିଲେ ।ମାତ୍ର କିଛି ଦିନ ପରେ ରାଜୀବ ଗାନ୍ଧୀଙ୍କ ବୁଝାମଣା ହେବାରୁ ପୁଣି କଂଗ୍ରେସରେ ସାମିଲ ହେଇଥିଲେ ।ପି.ଭି.ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା ।
କୁହାଯାଏ ପ୍ରଣବ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଗାନ୍ଧୀଙ୍କୁ ରାଜନୀତିକୁ ଆଣିବାରେ ମୂଖ୍ୟଭୂମିକା ଗ୍ରହଣ କରିଥିଲେ ।ସୋନିଆ କଂଗ୍ରେସ ଅଧ୍ୟକ୍ଷା ହେବାପରେ ୧୯୯୮-୧୯୯୯ ପର୍ଯ୍ୟନ୍ତ ପ୍ରଣବଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କରାଯାଇଥିଲା। ୨୦୦୦ ମସିହାରେ ସେ ପଶ୍ଚିମବଙ୍ଗର କଂଗ୍ରେସ ଅଧ୍ୟକ୍ଷ ହେଲେ ।୨୦୦୪ ମସିହା ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଲୋକ ସଭା ନିର୍ବାଚନ ଲଢିଥିଲେ ।ପଶ୍ଚିମବଙ୍ଗର ଜାଙ୍ଗିପୁରରୁ ସେ ନିର୍ବାଚିତ ହେଇଥିଲେ ।୨୦୦୯ରେ ସେ ପୁନଃ ସେଠାରୁ ନିର୍ବାଚିତ ହେଇଥିଲେ।ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଥମ ଓ ଦ୍ୱିତୀୟ ସରକାରରେ ସେ ପ୍ରତିରକ୍ଷା,ଅର୍ଥ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟର ଦାୟିତ୍ୱ ନିର୍ବାହ କରିଛନ୍ତି ।
ମନ୍ତ୍ରୀପଦ ଓ ସମ୍ମାନ
- ୧୯୭୩-୧୯୭୪ : ଶିଳ୍ପ ବିକାଶ ଉପମନ୍ତ୍ରୀ
- ୧୯୭୪ : ଜାହଜ ଚଳାଚଳ ଓ ପରିବହନ ମନ୍ତ୍ରୀ
- ୧୯୭୪-୧୯୭୫ : ଅର୍ଥ ରାଷ୍ଟ୍ରମନ୍ତ୍ରୀ
- ୧୯୭୫-୧୯୭୭ : ରାଜସ୍ୱ ଏବଂ ବ୍ୟାଙ୍କିଙ୍ଗ ମନ୍ତ୍ରୀ (ସ୍ୱାଧୀନ)
- ୧୯୭୮-୧୯୮୦ : ରାଜ୍ୟସଭା ଉପନେତା
- ୧୯୭୦-୧୯୭୨ : ବାଣିଜ୍ୟ ଏବଂ ଇସ୍ପାତ ଓ ଖଣି କ୍ୟାବିନେଟ ମନ୍ତ୍ରୀ
- ୧୯୮୨-୧୯୮୪ : ୧୯୮୨ ମସିହାରେ ତାଙ୍କୁ ପ୍ରଥମଥର ପାଇଁ ଅର୍ଥ ମନ୍ତ୍ରାଳୟର ଦାୟିତ୍ୱ ମିଳିଥିଲା ।୪୭ ବର୍ଷ ବୟସରେ ଭାରତର ସର୍ବ କନିଷ୍ଠ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ପାଇଥିଲେ ।
- ୧୯୮୨-୮୩ ମସିହାରେ ସେ ପ୍ରଥମ ବଜେଟ ପାର୍ଲାମେଣ୍ଟରେ ଉପସ୍ଥାପିତ କରିଥିଲେ ।ତାଙ୍କର କାର୍ଯ୍ୟ ଦକ୍ଷତା ଏତେ ଭଲ ଥିଲା ଯେ ପ୍ରସିଦ୍ଧ ପତ୍ରିକା ୟୁରୋମନି ପକ୍ଷରୁ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା ।
- ୧୯୯୧-୧୯୯୬ : ଯୋଜନା କମିଶନ ଉପାଧ୍ୟକ୍ଷ
- ୧୯୯୩-୧୯୯୫ : ବାଣିଜ୍ୟ ମନ୍ତ୍ରୀ
- ୧୯୯୫-୧୯୯୬ : ବହିର୍ବ୍ୟାପାର ମନ୍ତ୍ରୀ
- ୧୯୯୬-୧୯୯୯ : ବହିର୍ବ୍ୟାପାର ମରାମର୍ଶ କମିଟି ସଦସ୍ୟ
- ୨୦୦୪ : ଲୋକ ସଭାକୁ ନିର୍ବାଚିତ ଓ ପ୍ରତିରକ୍ଷା ମନ୍ତ୍ରୀ
- ୨୦୦୬ : ବହିର୍ବ୍ୟାପାର ମନ୍ତ୍ରୀ
- ୨୦୦୮ : ପଦ୍ମ ବିଭୁଷଣରେ ସମ୍ମାନିତ
- ୨୦୦୯-୨୦୧୨ : ଅର୍ଥମନ୍ତ୍ରୀ[5]
ମୃତ୍ୟୁ
ପ୍ରଣବ ମୁଖାର୍ଜୀ ୨୦୨୦ ମସିହାର ଅଗଷ୍ଟ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[6][7] ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ସେ କୋଭିଡ-୧୯ ଭୂତାଣୁରେ ପୀଡ଼ିତ ଥିଲେ ।[8]
ଆଧାର
ଅଧିକ ତଥ୍ୟ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.