From Wikipedia, the free encyclopedia
ଏହି ସାରଣୀରେ ପ୍ରଦତ୍ତ ପୂର୍ବତନ ରାଷ୍ଟ୍ରପତିମାନଙ୍କର ନାମ ସେହି କ୍ରମରେ ଦିଆ ଯାଇଛି ଯେଉଁ କ୍ରମରେ ସେମାନେ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ। ତେଣୁ ବରାହଗିରି ଭେଙ୍କଟଗିରି, ମହମ୍ମଦ ହିଦାୟତୁଲ୍ଲା, ଏବଂ ବସପ୍ପା ଦନାପ୍ପା ଜତ୍ତୀ, କାମଚଳା ରାଷ୍ଟ୍ରପତି ଥିବାରୁ ସେମାନଙ୍କ ନାମ ଏହି ସାରଣୀରେ ଦିଆ ଯାଇ ନାହିଁ । ଭାରତର ରାଷ୍ଟ୍ରପତି କୌଣସି ରାଜନୈତିକ ଦଳର ନ ହେଲେ ବି ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ସେମାନେ ଯେଉଁ ଦଳର ନେତା ଥିଲେ, ତାଙ୍କ ନାମ ଆଗରେ ସେଇ ଦଳର ନାମ ଉଲ୍ଲେଖ କରାଯାଇଛି।
କ୍ରମ | ନାମ | ଛବି | କାର୍ଯ୍ୟଭାର ଗ୍ରହଣ | କାର୍ଯ୍ୟଭାର ତ୍ୟାଗ | ଉପରାଷ୍ଟ୍ରପତି | ଟୀକା |
---|---|---|---|---|---|---|
୧ | ଡଃ ରାଜେନ୍ଦ୍ର ପ୍ରସାଦ | ୨୬ ଜାନୁଆରୀ ୧୯୫୦ | ୧୩ ମେ ୧୯୬୨ | ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ | ବିହାର ରାଜ୍ୟରେ ଜନ୍ମିତ ଡଃ ରାଜେନ୍ଦ୍ର ପ୍ରସାଦ, ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି [୧][୨] ସେ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ।[୩] ଶ୍ରୀ ପ୍ରସାଦ ଭାରତର ଏକମାତ୍ର ରାଷ୍ଟ୍ରପତି ଯିଏ ଦୁଇ ଦୁଇ ଥର ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କରିଥିଲେ। [୪] | |
୨ | ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ | ୧୩ ମଇ ୧୯୬୨ | ୧୩ ମଇ୧୯୬୭ | ଜାକିର ହୁସେନ | ରାଧାକୃଷ୍ଣନ ଜଣେ ପ୍ରସିଦ୍ଧ ଦାର୍ଶନିକ, ଲେଖକ ଏବଂ ଆନ୍ଧ୍ର ବିଶ୍ୱ ବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟ।ଳୟର ଉପ କୁଳପତି [୫] ସେ ନାଇଟ ଅଫ ଦ ଗୋଲ୍ଡେନ ଆର୍ମି ଅଫ ଏଞ୍ଜେଲସର ଉପାଧି ପୋପ ପଲ ଷଷ୍ଠଙ୍କଠାରୁ ପାଇଥିଲେ।[୬] | |
୩ | ଜାକିର ହୁସେନ | ୧୩ ମଇ ୧୯୬୭ | ୩ ମଇ ୧୯୬୯ | ବରାହଗିରି ଭେଙ୍କଟଗିରି | ହୁସେନ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଉପ କୁଳପତିଥିଲେ ଏବଂ ପଦ୍ମଭୂଷଣ ଓ ଭାରତରତ୍ନ ପରି ସମ୍ମାନ ଜନକ ଉପାଧି ପାଇଥିଲେ। [୭] ନିଜର କାର୍ଯ୍ୟକାଳ ପୂରିବା ଆଗରୁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। | |
ବରାହଗିରି ଭେଙ୍କଟଗିରି * | ୩ ମେ ୧୯୬୯ | ୨୦ ଜୁଲାଇ ୧୯୬୯ | ଶ୍ରୀ ଗିରି ହୁସେନଙ୍କ ମୃତ୍ୟୁପରେ କାମଚଳା ରାଷ୍ଟ୍ରପତି ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ [୮] ଅଳ୍ପ କେଇମାସ ରାଷ୍ଟ୍ରପତି ପଦରେ ରହିବା ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବାପାଇଁ ଇସ୍ତଫାପତ୍ର ଦେଇଥିଲେ । | |||
ମହମ୍ମଦ ହିଦାୟତୁଲ୍ଲା * | ୨୦ ଜୁଲାଇ ୧୯୬୯ | ୨୪ ଅଗଷ୍ଟ ୧୯୬୯ | ଶ୍ରୀ ହିଦାୟତୁଲ୍ଲା ଭାରତର ପ୍ରଧାନ ବିଚାରପତି ରୂପେ କାର୍ଯ୍ୟ କରିଥିଲେ ତଥା ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର ସମ୍ମାନ ପାଇଥିଲେ।[୯] ରାଷ୍ଟ୍ରପତି ରୂପେ ଶ୍ରୀ ଗିରିଙ୍କର ନିର୍ବାଚନ ହେବା ପର୍ଯ୍ୟନ୍ତ ସେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ତୁଲାଇଥିଲେ। | |||
୪ | ବରାହଗିରି ଭେଙ୍କଟଗିରି | ୨୪ ଅଗଷ୍ଟ ୧୯୬୯ | ୨୪ ଅଗଷ୍ଟ ୧୯୭୪ | ଗୋପାଳ ସ୍ୱରୂପ ପାଠକ | ଶ୍ରୀ ଗିରି ଉଭୟ କାମଚଳା ରାଷ୍ଟ୍ରପତି ଓ ନିର୍ବାଚିତ ରାଷ୍ଟ୍ରପତି ରୂପେ କାମ କରିଥିଲେ। ସେ ଭାରତରତ୍ନ ଉପାଧି ହାସଲ କରିଥିଲେ, ଭାରତର ଶ୍ରମମନ୍ତ୍ରୀ ରୂପେ କାମ କରିଥିଲେ ଓ ଶ୍ରୀଲଙ୍କାରେ ଭାରତୀୟ ଉଚ୍ଚାୟୁକ୍ତ (High Commissioner)ଭାବେ ନିଯୁକ୍ତି ପାଇଥିଲେ। [୧୦] | |
୫ | ଫକୀରୁଦ୍ଦିନ ଅଲ୍ଲି ଅହମଦ | ୨୪ ଅଗଷ୍ଟ ୧୯୭୪ | ୧୧ ଫେବ୍ରୁଆରୀ ୧୯୭୭ | ବସପ୍ପା ଦନାପ୍ପା ଜତ୍ତୀ | ଫକୀରୁଦ୍ଦିନ ଅଲ୍ଲି ଅହମଦ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ଆଗରୁ ଜଣେ କେନ୍ଦ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ। ସେ ନିଜର ରାଷ୍ଟ୍ରପତି କାଳାବଧି ସମାପ୍ତ ହେବା ଆଗରୁ ୧୯୭୭ରେ ଦେହତ୍ୟାଗ କରିଥିଲେ। ରାଷ୍ଟ୍ରପତି ଥିବା ଅବସ୍ଥାରେ ଦେହତ୍ୟାଗ କରିଥିବା ବ୍ୟକ୍ତିମାନଙ୍କ ଭିତରୁ ସେ ଦ୍ୱିତୀୟ ଭାରତୀୟ ରାଷ୍ଟ୍ରପତି। [୧୧] | |
ବାସପ୍ପା ଦାନପ୍ପା ଯତ୍ତି * | ୧୧ ଫେବ୍ରୁଆରୀ ୧୯୭୭ | ୨୫ ଜୁଲାଇ ୧୯୭୭ | ଶ୍ରୀ ଯତ୍ତି ଶ୍ରୀ ଅହମ୍ମଦ ରାଷ୍ଟ୍ରପତି ଥିବା ସମୟରେ ଉପରାଷ୍ଟ୍ରପତି ଥିଲେ। ତେଣୁ ତାଙ୍କର ଦେହାବସାନ ପରେ ସେ କାମଚଳା ରାଷ୍ଟ୍ରପତି ରୂପେ ନିଯୁକ୍ତ ହେଲେ। ସେ ତା’ ପୂର୍ବରୁ ମୈସୁର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ। [୧୧][୧୨] | |||
୬ | ନୀଲମ ସଞ୍ଜୀବ ରେଡ୍ଡୀ | ୨୫ ଜୁଲାଇ ୧୯୭୭ | ୨୫ ଜୁଲାଇ ୧୯୮୨ | ମହମ୍ମଦ ହିଦାୟତୁଲ୍ଲା | ନୀଲମ ସଞ୍ଜୀବ ରେଡ୍ଡୀ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ଜନତା ଦଳର ପ୍ରାର୍ଥୀ ରୂପେ ଭାରତୀୟ ସାଂସଦ ରୂପେ ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ଆନ୍ଧ୍ର ନେତା। [୧୩] ୨୬ ମାର୍ଚ୍ଚ ୧୯୭୭ରେ ସେ ସର୍ବସମ୍ମତି କ୍ରମେ ଲୋକ ସଭାର ଅଧ୍ୟକ୍ଷ (Speaker)ରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୩ ଜୁଲାଇ ୧୯୭୭ରେ ଭାରତର ଷଷ୍ଠ ରାଷ୍ଟ୍ରପତି ହେବାପାଇଁ ସେ ତ୍ୟାଗପତ୍ର ଦେଇଥିଲେ। | |
୭ | ଜ୍ଞାନୀ ଜୈଲ ସିଂହ | ୨୫ ଜୁଲାଇ ୧୯୮୨ | ୨୫ ଜୁଲାଇ ୧୯୮୭ | ରାମସ୍ୱାମୀ ଭେଙ୍କଟରମଣ | ମାର୍ଚ୍ଚ ୧୯୭୨ରେ ଶ୍ରୀ ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀରୂପେ ନିର୍ବାଚିତ ହୋଇଥିଲେ ଏବଂ ୧୯୮୦ରେ ସେ କେନ୍ଦ୍ର ଗୃହମନ୍ତ୍ରୀ ପଦବୀ ମଣ୍ଡନ କରିଥିଲେ। [୧୪] | |
୮ | ରାମସ୍ୱାମୀ ଭେଙ୍କଟରମଣ | ୨୫ ଜୁଲାଇ ୧୯୮୭ | ୨୫ ଜୁଲାଇ ୧୯୯୨ | ଶଙ୍କର ଦୟାଲ ଶର୍ମା | ୧୯୪୨ରେ ଶଙ୍କର ଦୟାଲ ଶର୍ମା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କରିବା ହେତୁରୁ ସେ ଇଂରେଜମାନଙ୍କଦ୍ୱାରା କାରାବାସ ବରଣ କରିଥିଲେ। [୧୫] କାରାବାସରୁ ମୁକ୍ତି ପାଇବା ପରେ ସେ ସ୍ୱାଧୀନ ଭାରତର ଅସ୍ଥାୟୀ ସଂସଦରେ କଂଗ୍ରେସ ଦଳର ସଦସ୍ୟ ରୂପେ ୧୯୫୦ରେ ନିର୍ବାଚିତ ହୋଇଥିଲେ ଓ ଫଳତଃ କେନ୍ଦ୍ର ସରକାରରେ ଯୋଗଦାନ କରିଥିଲେ। ସେଠାରେ ସେ ପ୍ରଥମେ ବିତ୍ତ ଓ ଶିଳ୍ପ ମନ୍ତ୍ରୀ ରୂପେ କାର୍ଯ୍ୟଗ୍ରହଣ କରିଥିଲେ ଓ ପରବର୍ତ୍ତୀ କାଳରେ ରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।[୧୬] | |
୯ | ଶଙ୍କର ଦୟାଲ ଶର୍ମା | ୨୫ ଜୁଲାଇ ୧୯୯୨ | ୨୫ ଜୁଲାଇ ୧୯୯୭ | କୋଚେରିଲ ରମଣ ନାରାୟଣନ | ଶ୍ରୀ ଶର୍ମା ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଏବଂ କେନ୍ଦ୍ର ସୂଚନା ମନ୍ତ୍ରୀ ରହିଥିଲେ। ତା’ଛଡ଼ା ସେ ଆନ୍ଧ୍ର ପ୍ରଦେଶ, ପଞ୍ଜାବ ଓ ମହାରାଷ୍ଟ୍ରର ରାଜ୍ୟପାଳ ରୂପେ କାମ କରିଥିଲେ।[୧୭] | |
୧୦ | କୋଚେରିଲ ରମଣ ନାରାୟଣନ | ୨୫ ଜୁଲାଇ ୧୯୯୭ | ୨୫ ଜୁଲାଇ ୨୦୦୨ | ଡଃ. କୃଷ୍ଣ କାନ୍ତ | ଶ୍ରୀ ନାରାୟଣ ଥାଇଲାଣ୍ଡ, ତୁର୍କୀ, ଚୀନ ଓ ସଂଯୁକ୍ର ରାଷ୍ଟ୍ର ଆମେରିକାରେ ଭାରତର ରାଜଦୂତଭାବେ କାମ କରିଥିଲେ । ସେ ବିଜ୍ଞାନ ଓ ଆଇନରେ ଡକ୍ଟରେଟ ପଦବୀ ପାଇଥିଲେ ଓ ଅନେକ ବିଶ୍ୱବିଦ୍ୟାଳୟର କୁଳପତିଥିଲେ।[୧୮] ସେ ଜବାହରଲାଲ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ରହିଥିଲେ। [୧୯] | |
୧୧ | ଡଃ. ଏ.ପି.ଜେ. ଅବଦୁଲ କାଲାମ | ୨୫ ଜୁଲାଇ ୨୦୦୨ | ୨୫ ଜୁଲାଇ ୨୦୦୭ | ଭୈରୋଁ ସିଂ ଶେଖାୱତ | ଡଃ. କାଲାମ ଜଣେ ବୈଜ୍ଞାନିକ । ସେ ଭାରତୀୟ କ୍ଷେପଣାସ୍ତ୍ର ଓ ଆଣବିକ ଅସ୍ତ୍ରର ଅନୁସନ୍ଧାନ ଓ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। [୨୦] ସେ ଭାରତ ରତ୍ନ ଉପାଧି ପାଇଛନ୍ତି। | |
୧୨ | ପ୍ରତିଭା ପାଟିଲ | ୨୫ ଜୁଲାଇ ୨୦୦୭ | ୨୫ ଜୁଲାଇ ୨୦୧୨ | ମହମ୍ମଦ ହମିଦ ଅନସାରୀ | ଶ୍ରୀମତୀ ପାଟିଲ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଏବଂ ରାଜସ୍ଥାନର ପ୍ରଥମ ମହିଳା ରାଜ୍ୟପାଳ। [୨୧][୨୨] | |
୧୩ | ପ୍ରଣବ ମୁଖାର୍ଜୀ (୧୯୩୫– ) |
୨୫ ଜୁଲାଇ ୨୦୧୨ | ୨୫ ଜୁଲାଇ ୨୦୧୭ | ମହମ୍ମଦ ହମିଦ ଅନସାରୀ | ଶ୍ରୀ ମୁଖାର୍ଜୀ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ବିତ୍ତ, ଅର୍ଥ, ବୈଦେଶିକ, ରକ୍ଷା ପ୍ରଭୃତି ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳିଛନ୍ତି । | |
୧୪ | ରାମନାଥ କୋବିନ୍ଦ | ୨୫ ଜୁଲାଇ ୨୦୧୭ | ୨୫ ଜୁଲାଇ ୨୦୨୨ | ଭେଂକେଇୟା ନାଇଡ଼ୁ | ଶ୍ରୀଯୁକ୍ତ କୋବିନ୍ଦ ବିହାରର ରାଜ୍ୟପାଳ ଭାବେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଥିଲେ। ଏହା ପୂର୍ବରୁ ସେ ୧୯୯୪ରୁ ୨୦୦୬ ପର୍ଯ୍ୟନ୍ତ ଲୋକ ସଭା ସଦସ୍ୟ ଥିଲେ । ସେ କେ ଆର ନାରାୟଣଙ୍କ ପରେ ଦ୍ୱିତୀୟ ଦଳିତ ରାଷ୍ଟ୍ରପତି ଅଟନ୍ତି। ସେ ଭାରତୀୟ ଜନତା ପାର୍ଟିରେ ଥିବା ପ୍ରଥମ ରାଷ୍ଟ୍ରପତି ଅଟନ୍ତି । | |
୧୫ | ଦ୍ରୌପଦୀ ମୁର୍ମୁ | ୨୫ ଜୁଲାଇ ୨୦୨୨ | ପଦସ୍ଥ | ଭେଂକେଇୟା ନାଇଡ଼ୁ | ଦ୍ରୌପଦୀ ମୁର୍ମୁ (ଜନ୍ମ: ୨୦ ଜୁନ ୧୯୫୮) ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ଦୁଇଥର (୨୦୦୦ ଏବଂ ୨୦୦୪ରେ) ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଝାଡ଼ଖଣ୍ଡର ରାଜ୍ୟପାଳ (୨୦୧୫-୨୦୨୧) ଭାବରେ କାର୍ଯ୍ୟ କରିଥିଲେ । | |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.