ମ୍ୟାଗ୍ନେସିଅମ୍ ସଲଫେଟ (ଡାକ୍ତରୀ ବ୍ୟବହାର)
From Wikipedia, the free encyclopedia
ମ୍ୟାଗ୍ନେସିଅମ୍ ସଲଫେଟ ଏକ ଔଷଧ ଯାହା ରକ୍ତରେ ମ୍ୟାଗ୍ନେସିୟମ ଅଭାବ ଏବଂ ଏକ୍ଲାମ୍ପସିଆ ରୋଗୀଙ୍କର ବାତ ସମ୍ଭାବନା ରୋକିବା ପାଇଁ ବ୍ୟବହୃତ ହୁଏ ।[2] ଏହା ଟର୍ସେଡ୍ ଡି ପଏଣ୍ଟସ୍, ଅତିଶୟ ଆଜ୍ମା ବୃଦ୍ଧି, କୋଷ୍ଠକାଠିନ୍ୟ ଏବଂ ବାରିଅମ ବିଷକ୍ରିୟା ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ ।[2] [3] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ଏବଂ ପାଟିରେ ମଧ୍ୟ ଦିଆଯାଏ ।[2] [3] ଏପ୍ସୋମ୍ ଲୁଣ ଭାବରେ ଏହା ଖଣିଜ ସ୍ନାନ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[4]
Clinical data | |
---|---|
Trade names | Epsom salt, others |
AHFS/Drugs.com | monograph |
Pregnancy category | |
Routes of administration | IV, IM, by mouth, topical |
Chemical and physical data | |
Formula | MgSO4 - 7H2O |
Molar mass | 120.366 |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଚର୍ମ ଫ୍ଲଶ୍ ଏବଂ କମ୍ ରକ୍ତ କ୍ୟାଲସିୟମ୍ ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମାଂସପେଶୀ ଦୁର୍ବଳତା ଏବଂ ଶ୍ୱାସକ୍ରିୟା ହ୍ରାସ ହୋଇପାରେ ।[5] ଗର୍ଭାବସ୍ଥାରେ ବ୍ୟବହାରକଲେ ଶିଶୁକୁ କ୍ଷତି ପହଞ୍ଚାଇପାରେ ବୋଲି ଏକ ପ୍ରମାଣ ଥିବାବେଳେ, କେତେକ ଅବସ୍ଥାରେ ଏହାର ଲାଭ ବିପଦଠାରୁ ଅଧିକ ଅଟେ ।[6] ସ୍ତନ୍ୟପାନ ସମୟରେ ଏହାର ବ୍ୟବହାର ନିରାପଦ ବୋଲି ଧରାଯାଏ ।[6] । ଡାକ୍ତରୀ ବ୍ୟବହାର ପାଇଁ ମ୍ୟାଗନେସିମ ସଲଫେଟ୍ ହେଉଛି ମ୍ୟାଗ୍ନେସିୟମ୍ ସଲଫେଟ୍ ହେପ୍ଟାହାଇଡ୍ରେଟ୍ ଲବଣ ।[3] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ରୂପେ ବୁଝାପଡେ ନାହିଁ, କିନ୍ତୁ ସ୍ନାୟୁର ନ୍ୟୁରନଗୁଡ଼ିକର କାର୍ଯ୍ୟକୁ କମେଇ ଦେଉଥିବା ବିଶ୍ୱାସ କରାଯାଏ ।[2]
ଅନ୍ତତ ପକ୍ଷେ ୧୮୧୮ ମସିହାରେ ମ୍ୟାଗ୍ନେସିଅମ ସଲଫେଟ୍ ଚିକିତ୍ସା ବ୍ୟବହାର ନିମନ୍ତେ ଆରମ୍ଭ ହୋଇଥିଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[8] ବିକାଶଶୀଳ ଦେଶଗୁଡିକରେ ୫୦% ୧୦ମିଲି ପ୍ରତି ଏହାର ହୋଲସେଲ ମୂଲ୍ୟ ୦.୩୫–୮.୭୩ ଡଲାର ଅଟେ ।[9] ଯୁକ୍ତରାଜ୍ୟରେ ୨୦% ୪ମିଲି ଦ୍ରବଣର ମୂଲ୍ୟ ୧୦.୨୩ ପାଉଣ୍ଡ ଅଟେ ।[3] ଯୁକ୍ତରାଷ୍ଟ୍ରରେ ଏହି ଔଷଧର ଏକ ଶ୍ରେଣୀର (କୋର୍ଷ) ମୂଲ୍ୟ ସାଧାରଣତଃ ୨୫ ଡଲାରରୁ କମ୍ ହୋଇଥାଏ ।[1]