![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/56/Membranous_nephropathy_-_mpas_-_very_high_mag.jpg/640px-Membranous_nephropathy_-_mpas_-_very_high_mag.jpg&w=640&q=50)
ମେମ୍ବ୍ରେନସ ନେଫ୍ରୋପାଥି
ମେମ୍ବ୍ରେନସ ନେଫ୍ରୋପାଥି ଏକ ପ୍ରକାର ବୃକ୍କ ରୋଗ । / From Wikipedia, the free encyclopedia
ମେମ୍ବ୍ରେନସ ନେଫ୍ରୋପାଥି, ପୂର୍ବ ନାମ ମେମ୍ବ୍ରେନସ ଗ୍ଲୋମେରୁଲୋନେଫ୍ରାଇଟିସ, ଏକ ପ୍ରକାର ବୃକ୍କ ରୋଗ ଯେଉଁଥିରେ ଫେଣଯୁକ୍ତ ପରିସ୍ରା ହୁଏ ଓ ଫୁଲିଯାଏ । [1] [2] ବିଗତ ଅନେକ ଦଶନ୍ଧି ମଧ୍ୟରେ ବୃକ୍କ ବିଫଳତା ପ୍ରାୟ ୩୦% ରୋଗୀଙ୍କର ହୋଇଥାଏ । [1] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟେରଲ ଏବଂ ରକ୍ତ ଜମାଟ ବାନ୍ଧିବା ସମସ୍ୟା ରହିପାରେ । [1] [2]
Membranous glomerulonephritis[1] | |
![]() Micrograph of membranous nephropathy showing prominent glomerular basement membrane spikes. Jones' stain. | |
ବିଭାଗ | Nephrology |
---|---|
ଲକ୍ଷଣ | Foamy urine, swelling[1][2] |
ଆକ୍ରାନ୍ତ ସମୟ | 40 to 60 years old[2] |
କାରଣ | Unknown, lupus, hepatitis B, hepatitis C, cancer[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Confirmed by kidney biopsy[1] |
ସଠିକ ରୋଗ ନିର୍ଣ୍ଣୟ | Membranoproliferative glomerulonephritis, diabetic nephropathy, focal segmental glomerulosclerosis, minimal change disease[2] |
ଚିକିତ୍ସା | Corticosteroids, ACE inhibitors, ARBs [1] |
ପୁନଃପୌନିକ | 1 in 100,000 people per year[2] |
ପ୍ରାୟ ୭୫% କ୍ଷେତ୍ରରେ ଏହାର କାରଣ ଜଣା ପଡ଼ିନଥିବା ବେଳେ ଅନ୍ୟ ୨୫% କ୍ଷେତ୍ରରେ ଏହା ଲୁପସ୍, ହେପାଟାଇଟିସ ବି, ହେପାଟାଇଟିସ ସି, କିଛି ଔଷଧ କିମ୍ବା କର୍କଟ ରୋଗ ଏହାର କାରଣ ହୋଇଥାଏ । [1] ଅନ୍ତର୍ନିହିତ କାର୍ଯ୍ୟଶୈଳୀରେ ବୃକ୍କରେ ଆଇଜିଜି (IgG) ଓ କମ୍ପ୍ଲିମେଣ୍ଟ ସି୩ର (C୩) ଭୂମିକା ଥିବା ସନ୍ଦେହ କରାଯାଏ । [1] ଏହା ଏକ ପ୍ରକାର ଗ୍ଲୋମେରୁଲାର ରୋଗ । [2] ମୂତ୍ରରେ ପ୍ରଚୁର ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥିଲେ ଏହି ରୋଗ ସନ୍ଦେହ କରାଯାଏ ଓ ବୃକ୍କ ବାୟୋପ୍ସି କରି ରୋଗ ନିଶ୍ଚିତ କରାଯାଏ ।[1]
ଏହି ରୋଗକୁ କିପରି ଭଲ ଭାବରେ ଚିକିତ୍ସା କରାଯିବ ତାହା ଅସ୍ପଷ୍ଟ ଅଛି । [1] କର୍ଟିକୋଷ୍ଟିରଏଡ, ଏସିଇ ଇନହିବିଟର ବା ଏଆରବି (ARB) ବ୍ୟବହାର କରାଯାଇପାରେ | [1] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ କମ୍ ଲୁଣ ଖାଇବା ଓ ରକ୍ତ ପତଳାକାରୀ ଦ୍ରବ୍ୟ ଉପଯୁକ୍ତ ହୋଇପାରେ । [2] ପ୍ରାୟ ୨୦ ଲୋକ ବିନା ଚିକିତ୍ସାରେ ସୁସ୍ଥ ହୁଅନ୍ତି। [1] ବୃକକ୍ ବିଫଳତା ବିକଶିତ ହେଲେ ଡାଏଲିସିସ ବା ବୃକ୍କ ପ୍ରତିରୋପଣ ଆବଶ୍ୟକ ହୋଇପାରେ। [2]
ମେମ୍ବେନସ ନେଫ୍ରୋପାଥି ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୧ଜଣଙ୍କୁ ପ୍ରଭାବିତ କରିଥାଏ | [2] ୪୦ରୁ ୬୦ ବର୍ଷ ମଧ୍ୟରେ ଏହି ରୋଗ ଆରମ୍ଭ ହେବା ସାଧାରଣତଃ ଦେଖାଯାଏ। [2] ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି। [2] ନେଫ୍ରୋଟିକ ସିଣ୍ଡ୍ରୋମର ଏହା ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ, ପ୍ରଥମଟି ମଧୁମେହ ସମ୍ବନ୍ଧୀୟ ବୃକ୍କ ରୋଗ । [1] ପ୍ରଥମେ ଏହି ଅବସ୍ଥା ବେଲଦ୍ୱାରା ୧୯୪୬ରେ ବର୍ଣ୍ଣନା କରାଯାଇଥିଲା [3]