ଫୋକାଲ ସେଗମେଣ୍ଟାଲ୍ ଗ୍ଲୋମେରୁଲୋସ୍କ୍ଲେରୋସିସ (FSGS) ଶବ୍ଦଟି ବୃକ୍‌କର ଏକ ନିର୍ଦ୍ଦିଷ୍ଟ ଢ଼ାଞ୍ଚାର କ୍ଷତି ପାଇଁ ବ୍ୟବ‌ହାର କରାଯାଏ | [5] ଏହାର ଲକ୍ଷଣରେ ମୂତ୍ରରେ ପୁଷ୍ଟିସାର ବା ପ୍ରୋଟିନ ବାହାରେ ଓ ଇଡିମା ହୁଏ । [1] [2] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୁଏ । [2] [3]

Quick Facts Focal segmental glomerulosclerosis, ବିଭାଗ ...
Focal segmental glomerulosclerosis
Segmental glomerulosclerosis, focal sclerosis with hyalinosis, familial idiopathic nephrotic syndrome[1]
Thumb
Light micrograph of focal segmental glomerulosclerosis, hilar variant. Kidney biopsy. PAS stain.
ବିଭାଗNephrology
ଲକ୍ଷଣFoamy urine, swelling[2][1]
କାରଣUnknown, genetics, certain medications, vesicoureteral reflux, obesity, obstructive sleep apnea, HIV/AIDS[1][3]
ରୋଗ ନିର୍ଣ୍ଣୟ ପଦ୍ଧତିKidney biopsy[2]
ସଠିକ ରୋଗ ନିର୍ଣ୍ଣୟMembranoproliferative glomerulonephritis, lupus, other causes of nephrotic syndrome[3]
ଚିକିତ୍ସାImmunosuppressants, blood pressure control[4][3]
ପୁନଃପୌନିକ7 per million people[5]
Close

ଅଧିକାଂଶ କ୍ଷେତ୍ରରେ ଏହାର କାରଣ ଅଦ୍ୟାବଧି ଅସ୍ପଷ୍ଟ ଅଛି | [1] ଅନ୍ୟ କ୍ଷେତ୍ରରେ ଜେନେଟିକ, କିଛି ଔଷଧ, ଭେସିକୋୟୁରେଟେରାଲ ରିଫ୍ଲକ୍ସ, ଅବଷ୍ଟ୍ରକ୍ଟିଭ ସ୍ଲିପ ଆପ୍ନିଆ, ମେଦ ବ‌ହୁଳତା କିମ୍ବା ଏଚ.ଆଇ.ଭି./ଏଡ଼ସ ଯୋଗୁ ହେଉଥିବା ସମ୍ଭାବନା ଅଛି । [1] [3] ପୋଡୋସାଇଟ ଆଘାତ ଯୋଗୁ ଗ୍ଲୋମେରୁଲସର କିଛି ଅଂଶ ପ୍ରଭାବିତ ହୋଇଥାଇପାରେ । [3] ବୃକ୍‌କ ବାୟୋପ୍ସି କରି ରୋଗ ନିର୍ଣ୍ଣୟକୁ ନିଶ୍ଚିତ କରାଯାଇପାରେ, କିନ୍ତୁ ରୋଗର ଆରମ୍ଭରେ ସାଧାରଣ ବାୟୋପ୍ସି ରିପୋର୍ଟ ଥିଲେ ମଧ୍ୟ ଏହାକୁ ବାଦ ଦେଇ ହେବନି । [2]

ଚିକିତ୍ସାରେ ସ୍ଟିରଏଡ, ଟାକ୍ରୋଲିମସ ବା ରିଟକ୍ସିମାବ ଭଳି ଇମ୍ମ୍ୟୁନୋସପ୍ରେସାଣ୍ଟ ବ୍ୟବ‌ହାର କରାଯାଏ | [3] ଉଚ୍ଚ ରକ୍ତଚାପକୁ ଏସିଇ ଇନହିବିଟର ଦେଇ ଚିକିତ୍ସା କରାଯାଏ ଏବଂ ଇଡିମା ନିମନ୍ତେ ଡାଇୟୁରେଟିକ୍ସ ଦିଆଯାଏ । [2] [3] କିଡନୀରେ ବିଫଳତା ଘଟିଲେ ଡାଏଲିସିସ କିମ୍ବା ବୃକ୍‌କ ପ୍ରତିରୋପଣ ଆବଶ୍ୟକ ହୋଇପାରେ | [5]

ଏହି ରୋଗ ପ୍ରାୟ ୭ ନିୟୁତ ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ | [5] ନେଫ୍ରୋଟିକ୍ ସିଣ୍ଡ୍ରୋମର (ପରିସ୍ରାରେ ଉଚ୍ଚ ସ୍ତରର ପ୍ରୋଟିନ୍) କାରଣ ଭାବରେ ଏହା ୪୦% ବୟସ୍କଙ୍କର ଥାଏ ଏବଂ ୨୦% ପିଲାମାନଙ୍କଠାରେ ଏହା ରୋଗର କାରଣ ଥାଏ । [3] ଏହି ଅବସ୍ଥା ପ୍ରଥମେ ୧୯୨୫ ମସିହାରେ ଫାହରଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା | [6]

ଆଧର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.