ମାଇକେଲ କୋଲିନ ( ୩୧ ଅକ୍ଟୋବର ୧୯୩୦ - ୨୮ ଏପ୍ରିଲ ୨୦୨୧) ଜଣେ ଯାନ୍ତ୍ରିକ ଇଂଜିନିୟର ତଥା ସଂଯୁକ୍ତ ରାଷ୍ଟ୍ର ବାୟୁସେନା (ରିଜର୍ଭ)ର ପୂର୍ବତନ ମେଜର ଜେନେରାଲ । ତାଙ୍କର ପ୍ରଥମ ଅନ୍ତରୀକ୍ଷ ଅଭିଯାନରେ (ଜେମିନି-୧୦ ଅନ୍ତରୀକ୍ଷ ଅଭିଯାନ) କମାଣ୍ଡର ପାଇଲଟ୍ ଜନ ୟଙ୍ଗଙ୍କ ସହ ଦୁଇଟି ଅନ୍ତରୀକ୍ଷ ଯାନରେ ସେ କକ୍ଷୀୟ ପରିଭ୍ରମଣ କରିବା ସହ ଅନ୍ତରୀକ୍ଷରେ ଚାଲିବାରେ ସମର୍ଥ ହୋଇଥିଲେ । ଏହାପରେ ତାଙ୍କ ଦ୍ୱିତୀୟ ଅନ୍ତରୀକ୍ଷ ଅଭିଯାନରେ ସେ ଆପୋଲୋ-୧୧ ଚନ୍ଦ୍ର ଅଭିଯାନରେ କମାଣ୍ଡ ମଡ୍ୟୁଲର ପାଇଲଟ ଭାବେ ଚନ୍ଦ୍ର କକ୍ଷରେ ଯାନ ପରିଚାଳନା କରୁଥିବା ବେଳେ ନୀଲ ଆର୍ମଷ୍ଟ୍ରଙ୍ଗ ଏବଂ ବଜ ଆଲଡ୍ରିନ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲେ । ଏହି ଅନ୍ତରୀକ୍ଷ ଅଭିଯାନରେ ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବା ପାଇଁ ସମର୍ଥ ହୋଇଥିଲା । ସେ ହେଉଛନ୍ତି ଚନ୍ଦ୍ରକୁ ପହଞ୍ଚିଥିବା ୨୪ତମ ବ୍ୟକ୍ତି ଏବଂ ମହାକାଶରେ ଭାସମାନ ଅବସ୍ଥାରେ ପଦଚାଲନା କରିବାରେ ତୃତୀୟ ଆମେରୀକିୟ ।

Quick Facts ମାଇକେଲ କୋଲିନ, ଜନ୍ମ ...
ମାଇକେଲ କୋଲିନ
Thumb
ମହାକାଶଚାରୀ ପୋଷାକରେ ମାଇକେଲ କୋଲିନ
ଜନ୍ମ୩୧ ଅକ୍ଟୋବର ୧୯୩୦
ମୃତ୍ୟୁ୨୮ ଏପ୍ରିଲ ୨୦୨୧
ନାପେଲ୍ସ, ଫ୍ଲୋରିଡା, ଯୁକ୍ତରାଷ୍ଟ୍ର ଆମେରିକା
ଜାତୀୟତାଆମେରିକୀୟ
ଦସ୍ତଖତ
Thumb
Close

ପ୍ରାରମ୍ଭିକ ଜୀବନ

କୋଲିନଙ୍କ ଜନ୍ମ ଅକ୍ଟୋବର ୩୧, ୧୯୩୦ ମସିହାରେ ରୋମ ସହରରେ [1][2]। ପିତା ଜେମସ ଲାଟନ ଥିଲେ ଆମେରିକାର ଜଣେ ଆର୍ମି ଅଫିସର ଏବଂ କୋଲିନଙ୍କ ଥିଲେ ତାଙ୍କର ଦ୍ୱିତୀୟ ସନ୍ତାନ । କୋଲିନଙ୍କ ଗୋଟିଏ ଜ୍ୟେଷ୍ଠ ଭାଇ ଜେମସ ଲାଟନ କଲିନ (ଜୁନିୟର) ଏବଂ ଦୁଇ ଭଉଣୀ ଭିର୍ଜିନିଆ ଏବଂ ଆଗନେସ୍ । ଜୀବନର ପ୍ରଥମ ୧୭ ବର୍ଷ ସେ ପିତାଙ୍କ ବାରମ୍ବାର ବଦଳି ଯୋଗୁଁ ରୋମ, ଓକଲାହମା, ଗଭର୍ନରସ ଆଇଲ୍ୟାଣ୍ଡ, ନିଉୟର୍କ, ପୂର୍ତ୍ତୋରିକୋ, ସାନ ଆଣ୍ଟୋନିଅ ତଥା ଟେକ୍ସାସ ଭଳି ଭିନ୍ନ ଭିନ୍ନ ଯାଗାରେ ରହିବାର ସୂଯୋଗ ପାଇଥିଲେ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆମେରିକା ଯୋଗ ଦେବାପରେ କୋଲିନଙ୍କ ପରିବାର ୱାଶିଂଟନ ଡି ସିକୁ ଚାଲିଗଲେ । ସେଠାରେ କୋଲିନ ସୈଣ୍ଟ ଆଲବାନସ ବିଦ୍ୟାଳୟରେ ଶିକ୍ଷାଲାଭ କରି ୧୯୪୮ରେ ସ୍ନାତକ ଡିଗ୍ରୀ ହାସଲ କଲେ । ମାଅ ଚାହୁଁଥିଲେ ସେ କୌଣସି ରାଜନୈତିକ ସେବାରେ ଯୋଗ ଦେଉ, କିନ୍ତୁ ସେ ପିତାଙ୍କ ପଦାଙ୍କ ଅନୁସରଣ କରି ସେ ସୈନ୍ୟ ବାହିନୀରେ ଭର୍ତ୍ତି ହେବା ପାଇଁ ଚାହିଁଲେ । ଯୁକ୍ତରାଷ୍ଟ୍ର ମିଲିଟାରୀ ଏକାଡେମିରେ ସେ ଯୋଗ ଦେଇ ୧୯୫୨ ମସିହାରେ ମିଲିଟାରୀ ବିଜ୍ଞନରେ ସ୍ନାତକ ଡିଗ୍ରୀ ଲାଭ କଲେ । ତେବେ ଏ ସବୁ ସତ୍ତ୍ୱେ ବିଭିନ୍ନ୍ ଅକାରଣ ବଶତଃ ସେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାରେ ଯୋଗ ଦେଲେ ।

ନାସା ଏବଂ ଅନ୍ତରୀକ୍ଷ ଅଭିଯାନ

ସମ୍ମାନ

  • ଜେମିନି ଅନ୍ତରୀକ୍ଷ ଅଭିଯାନରେ ତାଙ୍କର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ୧୯୬୬ ମସିହାରେ Air Force Distinguished Flying Cross ସମ୍ମାନରେ ସମ୍ମାନିତ କରାଯାଇଛି ।[3]
  • ଜେମିନି-୧୦ ଅଭିଯାନରେ ତାଙ୍କର କୃତି ପାଇଁ ସହଯୋଗୀ ୟଙ୍ଗଙ୍କ ସହ ନାସାଦ୍ୱାରା ତାଙ୍କୁ ୧୯୬୬ ମସିହାରେ NASA Exceptional Service Medal ପ୍ରଦାନ କରାଯାଇଛି ।[4]
  • ଆପୋଲୋ ଅଭିଯାନରେ ତାଙ୍କର ସଫଳତା ପାଇଁ ତାଙ୍କୁ Air Force Distinguished Service Medal ଏବଂ NASA Distinguished Service Medalଦ୍ୱାରା ସମ୍ମାନିତ କରାଯାଇଛି ।[3]
  • ଏହାଛଡା ୧୯୭୭ ମସିହାରେ ସେ Legion of Merit ସମ୍ମାନରେ ମଧ୍ୟ ସମ୍ମାନିତ ।

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.