ଆମେରିକୀୟ ଅନ୍ତରୀକ୍ଷ ଯାତ୍ରୀ From Wikipedia, the free encyclopedia
ବଜ ଆଲଡ୍ରିନ ଜଣେ ଯାନ୍ତ୍ରିକ ଇଂଜିନିୟର ତଥା ସଂଯୁକ୍ତ ରାଷ୍ଟ୍ର ବାୟୁସେନାର ପୂର୍ବତନ ପାଇଲଟ । ଏହାସହ ସେ ଆପୋଲୋ -୧୧ ଚନ୍ଦ୍ର ଅଭିଯାନର ଲୁନାର ମଡ୍ୟୁଲର ପାଇଲଟ ଥିଲେ । ଏହି ଅନ୍ତରୀକ୍ଷ ଅଭିଯାନରେ ମଣିଷ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପାଦ ପକାଇବା ପାଇଁ ସମର୍ଥ ହୋଇଥିଲା । ବଜ ଏଲଡ୍ରିନ ଏହି ଚନ୍ଦ୍ର ଅଭିଯାନରେ ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ସହ ସାମିଲ ହୋଇଥିଲେ ଏବଂ ଚନ୍ଦ୍ର ପୃଷ୍ଠରେ ପାଦ ଦେବାରେ ଦ୍ୱିତୀୟ ମାନୱ ହେବାର ଗୌରବ ଅର୍ଜ୍ଜନ କରିଥିଲେ ।[1]
୧୯୩୦ ଜାନୁୟାରୀ ୨୦ ତାରିଖ ଦିନ ସଂଯୁକ୍ତ ଆମେରିକାସ୍ଥିତ ନିୟୁ ଜର୍ସିର ଗ୍ଲେନ ରିଜ ସହରରେ ଜନ୍ମିତ ଏଲଡ୍ରିନଙ୍କ ପିତା ଥିଲେ ଏଡ଼ବିନ ୟୁଜିନ ଏଲଡ୍ରିନ ଏବଂ ମାତା ଥିଲେ ମ୍ୟାରିଅନ ମୁନ ।[2] ପିଲାଟି ଦିନରୁ ହିଁ ତାଙ୍କ ଭଉଣୀ ତାଙ୍କୁ ବ୍ରଦର୍ ବଦଳରେ ବ୍ରଜର ବୋଲି ସମ୍ବୋଧନ କରୁଥିଲେ । ଏହି ବ୍ରଜର୍ ସମ୍ବୋଧନ ପରବର୍ତ୍ତୀ ସମୟରେ ଛୋଟ ହୋଇ ବଜ୍ ହୋଇ ରହିଯାଇଥିଲା । ଏହିଭଳି ଭାବରେ ତାଙ୍କ ନାମରେ ଏହା ଏକ ଉପନାମ ଭାବେ ବଜ ଯୋଡିହୋଇଯାଇଥିଲା । ତେବେ ସେ ଏହି ବଜ୍ ଉପନାମକୁ ଆଇନଗତ ଭାବେ ୧୯୮୮ ମସିହାରେ ତାଙ୍କ ନାମରେ ଯୋଡିଦେଇଥିଲେ [2]। ୧୯୪୬ ମସିହାରେ ମୋଣ୍ଟ କ୍ଳର୍ୟର ହାଇସ୍କୁଲରୁ ସ୍ନାତକ ଶିକ୍ଷା ସାରି ସେ ମାସାଚ୍ୟୁଟସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ନାମକ ଶିକ୍ଷାନୁଷ୍ଠାନରେ ଛାତ୍ରବୃତ୍ତି ପାଇ ଡ଼ିଗ୍ରୀ ହାସଲ କଲେ । ଏହାପରେ ସେ ୟୁନାଇଟେଡ଼ ଷ୍ଟେଟ ମିଲିଟାରୀ ଏକାଡେମିରୁ ୧୯୫୧ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ମିଲିଟାରୀ ଏକାଡେମିରୁ ଶିକ୍ଷା ସାରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ବାୟୁସେନାର ଏକ ଜେଟ ଫାଇଟର ପାଇଲଟ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା ।
ପାଇଲଟ ଭାବେ ତାଙ୍କର ଅନୁଭବ ଏବଂ ଯୋଗ୍ୟତା ଭିତ୍ତିରେ ଏଲଡ୍ରିନଙ୍କୁ ଅକ୍ଟୋବର ୧୯୬୩ରେ ନାସା ତରଫରୁ ଅନ୍ତରୀକ୍ଷ ଅଭିଯାନ ନିମିତ୍ତ ତୃତୀୟ ଦଳର ଏକ ସଭ୍ୟ ରୂପେ ମନୋନୀତ କରାଯାଇଥିଲା । ଜେମିନି-୯ ଅନ୍ତରୀକ୍ଷ ଅଭିଯାନରେ ଅନ୍ତରୀକ୍ଷ ଯାତ୍ରୀ ଦଳଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ଅଭିଯାନ ନିମିତ୍ତ ଅନ୍ୟାନ୍ୟ ଅନ୍ତରୀକ୍ଷ ଯାତ୍ରୀଙ୍କ ( ଜିମ ଲେବେଲ୍, ଏଲିୟେଟ ସି ଓ ଚାର୍ଲସ ବାସେତଙ୍କ ସହ ଏଲଡ୍ରିନଙ୍କୁ ଚୟନ କରାଯାଇଥିଲା । ଜେମିନି-୧୨ ଅନ୍ତରୀକ୍ଷ ଅଭିଯାନରେ ଏଲଡ୍ରିନଙ୍କୁ ପାଇଲଟ ରୂପେ ଚୟନ କରାଯିବା ପରେ ଏଲଡ୍ରିନଙ୍କ ପକ୍ଷେ ନିଜର ଦକ୍ଷତା ପ୍ରମାଣିତ କରିବା ପାଇଁ ଏହା ଶେଷ ସୂଯୋଗ ଥିଲେ । ତେବେ ସେ ଅନ୍ତରୀକ୍ଷ ଅଭିଯାନରେ ନିଜର ଦକ୍ଷତା ନେଇ ଏକ ରେକର୍ଡ ସୃଷ୍ତି କଲେ ଏବଂ ଏହା ପ୍ରମାଣ କଲେ ଯେ ସେ ଅନ୍ତରୀକ୍ଷ ଯାତ୍ରୀଭାବେ ଅନ୍ତରୀକ୍ଷ ଯାନ ବାହାରେ ରହି ମଧ୍ୟ କାମ କରି ପାରିବେ ।
୨୦ ଜୁଲାଇ ୧୯୬୯ରେ ଆପୋଲୋ-୧୧ ଅଭିଯାନର ସଫଳତା ପରେ ଏଲଡ୍ରିନ ଥିଲେ ଚନ୍ଦ୍ର ପୃଷ୍ଠରେ ପାଦ ରଖିଥିବା ଦ୍ୱିତୀୟ ବ୍ୟକ୍ତି ତଥା ଅନ୍ତରୀକ୍ଷରେ ଚାଲିଥିବା ପ୍ରଥମ ବ୍ୟକ୍ତି । ନାସାର ଆପୋଲୋ-୧୧ ଅଭିଯାନ ସଂପର୍କରେ ଯାହା ଜଣାଯାଏ, ଏଲଡ୍ରିନଙ୍କୁ ହିଁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବାର ପ୍ରସ୍ତାବ ଦିଆଯାଇଥିଲା । ତେବେ ଲୁନାର ମଧ୍ୟରୁ ଏହାର ଭୌତିକ ସ୍ଥିତି ଅନୁସାରେ ବାହାରକୁ ବାହାରିବା କମାଣ୍ଡର ନୀଲ ଆର୍ମଷ୍ଟ୍ରଙ୍ଗଙ୍କ ପକ୍ଷେ ଅଧିକ ସୁବିଧାଜନକ ଥିଲା । ବଜ ଏଲଡ୍ରିନ ହେଉଛନ୍ତି ଚନ୍ଦ୍ର ପୃଷ୍ଠରେ ଧାର୍ମିକ କାର୍ଯ୍ୟ କରିଥିବା ପ୍ରଥମ ବ୍ୟକ୍ତି । ଚନ୍ଦ୍ର ପୃଷ୍ଠରେ ପାଦ ରଖିବା ପରେ ଏଲଡ୍ରିନ ପୃଥିବୀକୁ ଏହି ସନ୍ଦେଶ ପ୍ରେରନ କରିଥିଲେ; " ମୁଁ ଚାହେଁ କି ପ୍ରତ୍ୟେକ ବ୍ୟକ୍ତିକୁ ଏହି ସୂଯୋଗ ମିଳୁ । ଯେ କେହି ବି ଏହା ଶୁଣୁଥିବେ, କ୍ଷଣେ ଅଟକିବେ, ପିଛିଲା କିଛି ସମୟର ଘଟଣା ସବୁ ମନେ ପକାଇବେ ଏବଂ ନିଜ ଶୈଳୀରେ ଇଶ୍ୱରଙ୍କୁ ଧନ୍ୟବାଦ ଦେବେ "। ସେ ଚନ୍ଦ୍ର ପୃଷ୍ଠରେ ନିଜକୁ ନିଜେ ଏକ ଭୋଜିରେ ଆମନ୍ତ୍ରିତ କଲେ, କିନ୍ତୁ ଏ କଥା ସେ ଗୁପ୍ତ ରଖିଥିଲେ । କାରଣ ଆପୋଲୋ-୮ ଅଭିଯାନରେ ଏଭଳି ଏକ ଧାର୍ମିକ କାର୍ଯ୍ୟ କରିବା ପ୍ରୟାସ ବିରୁଦ୍ଧରେ ଏକ ନାସ୍ତିକ କାର୍ଯ୍ୟକର୍ତ୍ତା ମେଡୋଲିନ ମରେ ଅନ୍ତରୀକ୍ଷ ଯାତ୍ରୀଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରିସାରିଥିଲେ ।
୨୯ ଡିସେମ୍ବର ୧୯୫୪ରେ ଆଲଡ୍ରିନଙ୍କ ପ୍ରଥମ ବିବାହ ହୋଇଥିଲା ଜୋଆନ ଆର୍କେରଙ୍କ ସହ । ଏହି ବିବାହରେ ତାଙ୍କର ତିନୋଟି ସନ୍ତାନ ଥିଲେ । ଏହି ବିବାହ ବିଛେଦ ପରେ ସେ ୩୧ ଡିସେମ୍ବର ୧୯୭୫ରେ ଦ୍ୱିତୀୟ ବିବାହ କଲେ ବେଭେର୍ଲି ୱନ୍ ଜିଲେଙ୍କୁ । କିନ୍ତୁ ୧୯୭୮ରେ ଜିଲେଙ୍କ ସହ ତାଙ୍କର ବିବାହ ବିଛେଦ ହେଲା । ତାଙ୍କର ତୃତୀୟ ବିବାହ ହୋଇଥିଲା ଲୋଇସ ଡ୍ରିଗ୍ କ୍ୟାନାନ୍ଙ୍କ ସହ ୧୪ ଫେବ୍ରୁଆରୀ ୧୯୮୮ରେ । ଏହି ବିବାହ ମଧ୍ୟ ୨୦୧୨ ସେ ବିବାହ ବିଛେଦରେ ପରିଣତ ହେଲା । [3] ତୃତୀୟ ବିବାହ ବିଛେଦ ପରେ ସେ ତାଙ୍କର ୱେଷ୍ଟଉଡସ୍ଥିତ ଅଟ୍ଟାଳିକା ବିକ୍ରି କରିଦେଇ ୨୦୧୮ ମସିହା ବେଲକୁ ସେ ଫ୍ଳୋରିଡାସ୍ଥିତ ସ୍ୟାଟେଲାଇଟ ବିଚରେ ବସବାସ କଲେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.