ଇଟାଲୀର ରାଜଧାନୀ From Wikipedia, the free encyclopedia
ରୋମ (ଇଟାଲୀୟ ଓ ଲାଟିନ୍: ରୋମା [ˈroːma] (listen)), ଇଟାଲୀର ରାଜଧାନୀ ସହର ଓ ଏକ ବିଶେଷ କୋମୁନେ (କମୁନେଡି ରୋମା କାପିଟାଲେ ନାମରେ ନାମିତ) ତଥା ଲାଜିଓ ଅଞ୍ଚଳର ରାଜଧାନୀ ଅଟେ । ପ୍ରାୟ ତିନି ସହସ୍ରାବ୍ଦ ଧରି ଏହି ସହର ଏକ ମୁଖ୍ଯ ଜନବସତି ହୋଇ ରହିଥିଲା । 1,285 km2 (496.1 sq mi)କ୍ଷେତ୍ରଫଳ ବିଶିଷ୍ଟ ଅଞ୍ଚଳ ମଧ୍ଯରେ ୨୮,୬୦,୦୦୯ ଜଣ ବାସିନ୍ଦା[୩] ସହିତ ଏହା ଇଟାଲୀ ସର୍ବାଧିକ ଜନବହୁଳ କୋମୁନେ ଅଟେ । ସହରର ସୀମା ମଧ୍ଯରେ ଏହା ୟୁରୋପୀୟ ସଙ୍ଘର ତୃତୀୟ ସର୍ବାଧିକ ଜନବହୁଳ ସହର । ଏହା ୪୩,୫୫,୭୨୫ ବାସିନ୍ଦା ବିଶିଷ୍ଟ ରୋମୀୟ ମେଟ୍ରୋପୋଲିଟାନ ସହରର କେନ୍ଦ୍ର ଅଟେ, ତେଣୁ ଏହା ଇଟାଲୀର ସର୍ବାଧିକ ଜନବହୁଳ ବିଶିଷ୍ଟ ମେଟ୍ରୋପୋଲିଟାନ ସହର ଅଟେ ।[୪] ଏହାର ମେଟ୍ରୋପୋଲିଟାନ ଅଞ୍ଚଳ ଇଟାଲୀରେ ତୃତୀୟ ସର୍ବାଧିକ ଜନବହୁଳ ଅଞ୍ଚଳ ।[୫] ଇଟାଲୀୟ ଉପଦ୍ବୀପର ପଶ୍ଚିମ ଭାଗରେ ଲାଜିଓ (ଲାଟିଅମ) ଅଞ୍ଚଳରେ ଟିବର ନଦୀ କୂଳରେ ରୋମ ଅବସ୍ଥିତ । ରୋମ ସହରର ସୀମା ମଧ୍ଯରେ ଭାଟିକାନ ସିଟି (ବିଶ୍ୱର କ୍ଷୁଦ୍ରତମ ରାଷ୍ଟ୍ର)[୬] ଅବସ୍ଥିତ । ଭାଟିକାନ ସହର, ବିଶ୍ୱର ଏକମାତ୍ର ସ୍ୱାଧୀନ ରାଷ୍ଟ୍ର ଯାହା ଏକ ସହର ମଧ୍ଯରେ ଅବସ୍ଥିତ । ତେଣୁକରି ରୋମକୁ ଦୁଇଟି ଦେଶର ରାଜଧାନୀ ବୋଲି ମଧ୍ଯ କୁହାଯାଏ ।[୭][୮]
ରୋମ
ରୋମାନ | |
---|---|
Comune | |
Roma Capitale | |
Nickname(s): The Eternal City, Caput Mundi, the City of seven hills | |
Country | Italy |
Region | Lazio |
Province | Rome (RM) |
Government | |
• Mayor | Gianni Alemanno (PdL) |
Area | |
• ସମୁଦାୟ | 1,285.31 km2 (496.26 sq mi) |
Elevation | 20 m (70 ft) |
Population | |
• Total | ୨୭,୭୭,୯୭୯ Increase |
Demonym | Roman |
Time zone | UTC+1 (CET) |
• Summer (DST) | UTC+2 (CEST) |
Postal code | 00100; 00121 to 00199 |
Dialing code | 06 |
Patron saint | Saint Peter and Saint Paul |
Saint day | 29 June |
Website | Official website |
ରୋମର ଇତିହାସରେ ପ୍ରାୟ ୨୮ଟି ଶତାବ୍ଦୀ ରହିଛି । ରୋମୀୟ କିମ୍ବଦନ୍ତୀ ଅନୁସାରେ ରୋମର ସ୍ଥାପନ ଖ୍ରୀଷ୍ଟପୂର୍ବ ୭୫୩ ହୋଇଥିଲା କିନ୍ତୁ ଏହି ସ୍ଥାନଟିରେ ବହୁ ପୂର୍ବରୁ ଜନବସତି ସ୍ଥାପନ ହୋଇସାରିଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.