ମହିଳା ସ୍ୱାସ୍ଥ୍ୟ
From Wikipedia, the free encyclopedia
ମହିଳା ସ୍ୱାସ୍ଥ୍ୟ ଅର୍ଥାତ୍ ସ୍ତ୍ରୀଲୋକମାନଙ୍କର ସ୍ୱାସ୍ଥ୍ୟ, ଯାହାକି ପୁରୁଷମାନଙ୍କଠାରୁ ଅନେକ କ୍ଷେତ୍ରରେ ଅଲଗା । ମହିଳା ସ୍ୱାସ୍ଥ୍ୟ ହେଉଛି ଜନ ସ୍ୱାସ୍ଥ୍ୟର ଏକ ଉଦାହରଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମତରେ ସ୍ୱାସ୍ଥ୍ୟମାନେ, "ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଏବଂ ସାମାଜିକ ସୁଖ ସମୃଦ୍ଧି। କେବଳ ନିରୋଗତା ନୁହେଁ ।"[1] ସାଧାରଣତଃ ମହିଳା ସ୍ୱାସ୍ଥ୍ୟକୁ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ହିସାବରେ ନିଆଯାଏ କିନ୍ତୁ ଅନେକ ସଂସ୍ଥା ଏହା ବିରୁଦ୍ଧରେ ସ୍ୱର ଉଠାଉଛନ୍ତି । ଏହି ବ୍ୟବଧାନଗୁଡ଼ିକ ଏକ ବିକାଶଶୀଳ ଦେଶରେ ଆହୁରି ଅଧିକ ଯେଉଁଠାରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ଉଭୟ ଆଶଙ୍କା ଏବଂ ଅନୁଭବ ଉପରେ ନିର୍ଭର କରେ ।
ଯଦିଓ ଆଦ୍ୟୋଗୀକ ଦେଶଗୁଡ଼ିକରେ ମହିଳାଙ୍କର ବଞ୍ଚିବାର ବୟସ ପୁରୁଷଙ୍କ ତୁଳନାରେ ପାଖାପାଖି ହୋଇଆସିଲାଣି ଏବଂ ଅଧିକ ବର୍ଷ ମଧ୍ୟ ବଞ୍ଚିଲେଣି, ତଥାପି ବହୁ କ୍ଷେତ୍ରରେ ସେମାନେ ପୁରୁଷଙ୍କ ତୁଳନାରେ ଶୀଘ୍ର ରୋଗଗ୍ରାସ କରନ୍ତି ଏବଂ ଏହାର ଫଳ ଭଲ ମଧ୍ୟ ହୋଇନଥାଏ । ଯେହେତୁ ମହିଳାମାନଙ୍କ କ୍ଷେତ୍ରରେ ତାଙ୍କର ସ୍ୱାସ୍ଥ୍ୟ କେବଳ ଆଖପାଖର ପରିବେଶ ଛଡ଼ା ଅନ୍ୟାନ୍ୟ ଅବସ୍ଥା ଯେପରିକି ଦାରିଦ୍ର୍ୟ, ରୋଜଗାରକ୍ଷମତା ଏବଂ ପରିବାର ଦାୟିତ୍ୱ ଉପରେ ନିର୍ଭର କରେ ତେଣୁ ଲିଙ୍ଗଗତ ପ୍ରଭେଦ ସାମାଜିକ କ୍ଷେତ୍ରରେ ମହିଳା ସ୍ୱାସ୍ଥ୍ୟର ଅବସ୍ଥା ଜାଣିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ । ବହୁତ ବର୍ଷହେଲା ମହିଳାମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଶକ୍ତିରୁ ଦୂରରେ ରଖାଯାଇ ଆସୁଛି, ଯାହାଦ୍ୱାରା ତାଙ୍କର ସାଧାରଣ ଆବଶ୍ୟକତା, ଯେଉଁଥିରେ ସ୍ୱାସ୍ଥ୍ୟ ସେବା ମଧ୍ୟ ଜଡ଼ିତରୁ ବଂଚିତ କରାଯାଉଅଛି । ବିକାଶଶୀଳ ଦେଶଗୁଡ଼ିକରେ ମହିଳାଙ୍କ ସ୍ୱାସ୍ଥ୍ୟରେ ଏହାର କୁପ୍ରଭାବ ଅଧିକ ।
ନାରୀମାନଙ୍କର ପ୍ରଜନନ ଓ ଲିଙ୍ଗଗତ ସ୍ୱାସ୍ଥ୍ୟ ପୁରୁଷମାନଙ୍କ ସ୍ୱାସ୍ଥ୍ୟଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା । ଏହିପରିକି ବିକଶିତ ଦେଶଗୁଡିକରେ ମଧ୍ୟ ଗର୍ଭଧାରଣ ଓ ପ୍ରସବ ଜନିତ ବିଭିନ୍ନ ଜଟିଳତା କାରଣରୁ ବର୍ଷକୁ ୨,୫୦,୦୦୦ରୁ ଅଧିକ ମହିଳା ମୃତ୍ୟୁବରଣ କରୁଛନ୍ତି । ଏହି ସଂଖ୍ୟା ବିକାଶଶୀଳ ଦେଶଗୁଡ଼ିକରେ ବହୁତ ଅଧିକ । ଏକ ସାଙ୍ଗରେ ଦୁଇ ବା ତଦୁର୍ଦ୍ଧ ରୋଗହେବା କାରଣରୁ ଯଥା ହୃଦରକ୍ତନାଳୀ ରୋଗ ଯୋଗୁଁ ଉଭୟ ମୃତ୍ୟ ଓ ରୋଗୀଙ୍କ ସଂଖ୍ୟା ବଢିଥାଏ ଓ ପ୍ରିଏକ୍ଲାମ୍ପସିଆ ମଧ୍ୟ ହୋଇପାରେ । ଯୌନକ୍ରିୟା ସଞ୍ଚାରିତ ରୋଗସମୂହ ଯୋଗୁଁ ଉଭୟ ମା ଓ ଶିଶୁକୁ ଗମ୍ଭୀର ରୋଗଗୁଡ଼ିକ ହୋଇପାରେ ଯେଉଁଥିରେ ମା'ଠାରୁ ଶିଶୁକୁ ରୋଗ ସଂକ୍ରମିତ ହୋଇଥାଏ ଉଦାହରଣ ସ୍ୱରୂପ: ମୃତ ପ୍ରସବ, ଶିଶୁମୃତ୍ୟୁ, ପେଲଭିସ ପ୍ରବାହ ରୋଗ ଯାହାକି ପରେ ଅନୁବ୍ରରତା କରିପାରେ । ଏଥିସହ ଅନ୍ୟକେଉଁବି କାରଣ ଯୋଗୁଁ ଅନୁବ୍ରରତା, ଜନ୍ମ ନିରୋଧ, ଅବାଞ୍ଛିତ ଗର୍ଭଧାରଣ, ଜବରଦସ୍ତି ଯୌନ କାର୍ଯ୍ୟକ୍ରମ ଏବଂ ଗର୍ଭପାତ କରିବାନିମିତ୍ତ ହେଉଥିବା ଅସୁବିଧା ମହିଳାଙ୍କ ନିମିତ୍ତ ଅନ୍ୟାନ୍ୟ ଅସୁବିଧା ତିଆରି କରିଥାଏ ।
ଯଦିଓ ଯେଉଁ ଯେଉଁ ରୋଗ ମୃତ୍ୟ ନିମିତ୍ତ ଦାୟୀ ଉଭୟ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ସମାନ ତେବେବି ମହିଳାମାନେ ରୋଗରେ ଭିନ୍ନ ଅନୁଭବ କରିଥାନ୍ତି । ଫୁସଫୁସ କର୍କଟ, କର୍କଟ ରୋଗଗୁଡ଼ିକ ମଧ୍ୟରେ ମହିଳାଙ୍କ ମୃତ୍ୟୁର ପ୍ରମୁଖ କାରଣ ଅଟେ, ଏହାପରେ ରୋଗଗୁଡ଼ିକ ବଡରୁ ସାନକ୍ରମେ ହେଲା: ସ୍ତନ କର୍କଟ, ବୃହଦନ୍ତ୍ର-ମଳାଶୟ କର୍କଟ, ଡିମ୍ବାଶୟ କର୍କଟ, ଇଉଟେରିନ ଏବଂ ଗର୍ଭାଶୟ ଗ୍ରୀବା କର୍କଟ । ଧୁମ୍ରପାନ ଫୁସଫୁସ କର୍କଟ ରୋଗର ମୁଖ୍ୟ କାରଣ ଅଟେ, ଅନ୍ୟ ପକ୍ଷରେ ବିକାଶଶୀଳ ଦେଶଗୁଡ଼ିକରେ ଧୁମ୍ରପାନ କରୁନଥିବା ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା କର୍କଟ ରୋଗରେ ପଡ଼ିବା ତିନି ଗୁଣା ସମ୍ଭାବନା ଅଧିକ ଏବଂ ଏହା ହେଉଛି ଏକ ମୁଖ୍ୟ ରୋଗ । ଏହା ସହ ଗର୍ଭାଶୟ କର୍କଟ ବିକାଶଶୀଳ ଦେଶଗୁଡ଼ିକରେ ଏକ ପ୍ରମୁଖ ରୋଗ ଅଟେ ଯାହା ପାପିଲୋମା ଭୁତାଣୁ ସଂକ୍ରମଣ ସହ ଜଡ଼ିତ । ଏଚପିଭି ଟିକାଦ୍ୱାରା ଏହି ରୋଗଗୁଡ଼ିକୁ ଆୟତ କରାଯାଇପାରେ । ଅନ୍ୟ ମୁଖ୍ୟ ମହିଳା ରୋଗଗୁଡ଼ିକ ହେଲା ହ୍ରୁଦରକ୍ତନଳୀ ରୋଗ, ଅବସାଦ, ଡୀମେନ୍ସିଆ, ଓଷ୍ଟିଓପୋରୋସିସ ଏବଂ ରକ୍ତହୀନତା । ମହିଳା ସ୍ୱାସ୍ଥ୍ୟରେ ମୁଖ୍ୟ ବାଧକ ସାଜିଛି ଗବେଷଣା ଓ ଅନ୍ୟାନ୍ୟ କ୍ଷେତ୍ରରେ ଅସାମଞ୍ଜସ୍ୟତା ।