ମସ୍ତିଷ୍କ ଇଡିମା
ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ କୁହାଯାଏ | / From Wikipedia, the free encyclopedia
ମସ୍ତିଷ୍କ ଇଡିମା ମସ୍ତିଷ୍କ ଫୁଲାକୁ କୁହାଯାଏ | [2] ଏହାର ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ବାନ୍ତି, ନିଦ୍ରାଳୁ, ଦେଖିବାରେ ଅସୁବିଧା ଏବଂ କମ୍ ଚେତନା ସ୍ତର ହୋଇପାରେ ।[1] ମସ୍ତିଷ୍କ ହାର୍ନିଆ ହେବାକୁ ଯାଉଥିଲେ ଅନିୟମିତ ଶ୍ୱାସକ୍ରିୟା ହୁଏ ।[1] ରୋଗ ଜଟିଳ ହେଲେ ବାତ ଏବଂ ସ୍ଥାୟୀ ମସ୍ତିଷ୍କ ଆଘାତ ହୋଇପାରେ | [2]
ମସ୍ତିଷ୍କ ଇଡିମା | |
---|---|
Brain edema,[1] cerebral oedema, brain swelling | |
ବିଭାଗ | Neurology, neurosurgery |
ଲକ୍ଷଣ | Headaches, vomiting, sleepiness, trouble seeing, decreased level of consciousness[1] |
କାରଣ | Stroke, traumatic brain injury, subdural, subarachnoid, epidural, or intracerebral bleeding, hydrocephalus, brain cancer, brain infections, severe high blood pressure, high altitude, liver inflammation, carbon monoxide poisoning, low blood sodium[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, examination, medical imaging[3] |
ଚିକିତ୍ସା | Proper positioning, increasing the breathing rate, osmotic therapy, diuretics, or corticosteroids, surgery[2] |
ପୁନଃପୌନିକ | Relatively common[2] |
ଏହାର କାରଣମାନଙ୍କ ମଧ୍ୟରେ ଷ୍ଟ୍ରୋକ, ଆଘାତ ଜନିତ ମସ୍ତିଷ୍କ କ୍ଷତି, ସବଡୁରାଲ, ସବଆରାକନଏଡ, ଏପିଡୁରାଲ ବା ମସ୍ତିଷ୍କ ଅଭ୍ୟନ୍ତର ରକ୍ତସ୍ରାବ,ହାଇଡ୍ରୋସେଫାଲସ୍, ମସ୍ତିଷ୍କ ଅର୍ବୁଦ, ମସ୍ତିଷ୍କ ସଂକ୍ରମଣ, ଗମ୍ଭୀର ଉଚ୍ଚ ରକ୍ତଚାପ, ଅତ୍ୟଧିକ ଉଚ୍ଚତା, ଯକୃତ ପ୍ରଦାହ, କାର୍ବନ ମନୋକ୍ସାଇଡ୍ ବିଷାକ୍ତତା ଏବଂ ଅଳ୍ପ ସୋଡିୟମ୍ ରକ୍ତତା ଇତ୍ୟାଦି ଉଲ୍ଲେଖନୀୟ | [2] [1] ଲକ୍ଷଣ, ପରୀକ୍ଷା ଓ ଡାକ୍ତରୀ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ କରାଯାଏ । [3] ଆଇସିପି ମନିଟର ବ୍ୟବହାର କରି ରୋଗର ଗମ୍ଭୀରତା ନିର୍ଣ୍ଣୟ କରାଯାଇପାରେ | [2]
ଚିକିତ୍ସା ମୁଖ୍ୟତଃ ଏହାର ମୂଳ କାରଣ ଉପରେ ନିର୍ଭର କରେ | [2] ସାଧାରଣ ଚିକିତ୍ସାରେ ଅସମୋଟିକ ଥେରାପି, ଶ୍ୱସକ୍ରିୟା ଅଧିକ କରିବା, ସଠିକ୍ ସ୍ଥିତି ବଜାୟ ରଖିବା, ଡାଇୟୁରେଟିକ ବା କର୍ଟିକୋଷ୍ଟିରଏଡ ଦିଆଯାଇପାରେ । [2] ଗୁରୁତର ଅବସ୍ଥାରେ ଡିକମ୍ପ୍ରେସିଭ କ୍ରାନିଏକ୍ଟୋମି ଅସ୍ତ୍ରୋପଚାର କରାଯାଇପାରେ | [3] ଫଳାଫଳଗୁଡ଼ିକ ପରିବର୍ତ୍ତନଶୀଳ ଏବଂ ଏହାର ମୂଳ କାରଣ ଉପରେ ନିର୍ଭର କରେ | [2] ରୋଗୀ ଚେତାଶୂନ୍ୟ ଥିଲେ ଫଳାଫଳ ବାରମ୍ବାର ମନ୍ଦ ରହେ | [2]
ମସ୍ତିଷ୍କ ଇଡିମା ଏକ ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [2] ସଠିକ୍ ଆବୃତ୍ତି ଅସ୍ପଷ୍ଟ କାରଣ ଏହାର ଉପସ୍ଥିତି ସର୍ବଦା ସ୍ପଷ୍ଟ ହୋଇନପାରେ | [3] ଉଦାହରଣ ସ୍ୱରୂପ, ପ୍ରାୟ ଏକ ତୃତୀୟାଂଶ ଲୋକ ଇସକେମିକ୍ ଷ୍ଟ୍ରୋକର ଏକ ମାସ ମଧ୍ୟରେ ମସ୍ତିଷ୍କ ଇଡିମା ବିକଶିତ କରନ୍ତି ଏବଂ ଏହା ସାବାରାକ୍ନଏଡ୍ ରକ୍ତସ୍ରାବ ପରେ ପ୍ରାୟ ୨୦% କ୍ଷେତ୍ରରେ ଘଟିଥାଏ | [4] [5] ମସ୍ତିଷ୍କ ଇଡିମାର ଚିକିତ୍ସା ୯୦୦ ମସିହାରୁ ହାଲି ଆବ୍ବାସ ନାମକ ଜଣେ ପର୍ସିଆ ଚିକିତ୍ସକ ବର୍ଣ୍ଣନା କରୋଛନ୍ତି । [6]