From Wikipedia, the free encyclopedia
କାର୍ବନ ମୋନୋକ୍ସାଇଡ ବିଷକ୍ରିୟା (ଇଂରାଜୀ ଭାଷାରେ Carbon monoxide poisoning) ସ୍ୱାଭାବିକ ଭାବରେ ପ୍ରଶ୍ୱାସରେ (breathing) କାର୍ବନ ମୋନୋକ୍ସାଇଡ (carbon monoxide) ବାଷ୍ପ ନେଲେ ସଂଘଟିତ ହୁଏ ।[2] ଏହି ଅବସ୍ଥାରେ ଶର୍ଦ୍ଦି (flu) ହେବା ଭଳି ଲକ୍ଷଣମାନ ବର୍ଣ୍ଣନା କରାଯାଏ ଓ ମୁଣ୍ଡ ବିନ୍ଧା, ମୁଣ୍ଡବୁଲା (dizziness), ଦୂର୍ବଳତା, ବାନ୍ତି, ଛାତି ଯନ୍ତ୍ରଣା (chest pain), ଦ୍ୱନ୍ଦ୍ୱ (confusion) ଇତ୍ୟାଦି ଲକ୍ଷଣମାନ ପ୍ରକାଶିତ ହୁଏ ।[1] ମାତ୍ରାଧିକ ବାଷ୍ପ ହେଲେ ଚେତନା ହାନୀ (Loss of consciousness), ଆରିଦମିଆ (arrhythmias), ଅପସ୍ମାର ବାତ (seizures) ଓ ମୃତ୍ୟୁ ହୋଇପାରେ ।[1][3] ଏହା ଯୋଗୁ ଚର୍ମ କ୍ୱଚିତ ଚେରି ଲାଲ ବର୍ଣ୍ଣ ଧାରଣ କରେ ।[3] ଦୀର୍ଘକାଳୀନ ଜଟିଳତାରେ ଥକ୍କାଣ, ସ୍ମରଣ ସମସ୍ୟା ଓ ଚଳପ୍ରଚଳ ସମସ୍ୟା ଦେଖାଯାଏ ।[5] ରୋଗୀ ଧୂମ୍ର ସଂସ୍ପର୍ଶରେ (exposed to smoke) ଆସୁଥିଲେ ସ୍ୟାନାଇଡ ବିଷକ୍ରିୟା (cyanide toxicity) ସମ୍ଭାବନା ଚିନ୍ତା କରାଯାଏ ।[3]
କାର୍ବନ ମୋନୋକ୍ସାଇଡ ବିଷକ୍ରିୟା (Carbon monoxide poisoning) | |
---|---|
କାର୍ବନ ମୋନୋକ୍ସାଇଡ ନିଶାଗ୍ରସ୍ତ (Carbon monoxide intoxication), କାର୍ବନ ମୋନୋକ୍ସାଇଡ ବିଷାକ୍ତତା (carbon monoxide toxicity), ମାତ୍ରାଧିକ କାର୍ବନ ମୋନୋକ୍ସାଇଡ (carbon monoxide overdose) | |
ବିଭାଗ | ବିଷ ବିଜ୍ଞାନ (Toxicology), ଆଶୁ ଚିକିତ୍ସା (emergency medicine) |
ଲକ୍ଷଣ | ମୁଣ୍ଡବିନ୍ଧା, ମୁଣ୍ଡବୁଲା (dizziness), ଦୂର୍ବଳତା, ବାନ୍ତି, ଛାତି ଯନ୍ତ୍ରଣା (chest pain), ଦ୍ୱନ୍ଦ୍ୱ (confusion)[1] |
କାରଣ | ପ୍ରଶ୍ୱାସରେ (Breathing) କାର୍ବନ ମୋନୋକ୍ସାଇଡ (carbon monoxide[2] |
ରୋଗ ନିର୍ଣ୍ଣୟ ପଦ୍ଧତି | କାର୍ବୋକ୍ସିଲ-ହେମୋଗ୍ଲୋବିନ (Carboxyl-hemoglobin) ସ୍ତର ଅଣଧୂମ୍ରପାୟୀଙ୍କର >୩% ଓ ଧୂମ୍ରପାୟୀଙ୍କର >୧୦% ଥିଲେ ରୋଗ ନିର୍ଣ୍ଣୟ କରାଯାଏ ।[3] |
ସଠିକ ରୋଗ ନିର୍ଣ୍ଣୟ | ସ୍ୟାନାଇଡ ବିଷକ୍ରିୟା (Cyanide toxicity), ଆଲକୋହୋଲିକ କିଟୋଏସିଡୋସିସ (alcoholic ketoacidosis), ଆସ୍ପିରିନ ବିଷକ୍ରିୟା (aspirin poisoning), ଉର୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infection)[3][4] |
ପ୍ରତିକାର | କାର୍ବନ ମୋନୋକ୍ସାଇଡ ଅନ୍ୱେଷକ ଯନ୍ତ୍ର (Carbon monoxide detectors, ଗ୍ୟାସ ଯନ୍ତ୍ରପାତିର (gas appliances) ନିର୍ଗମନ ବ୍ୟବସ୍ଥା, ନିଷ୍କାସନ ପ୍ରଣାଳୀ (exhaust system)s[1] |
ଚିକିତ୍ସା | ସହଯୋଗୀ ଯତ୍ନ (Supportive care), ୧୦୦% ଅମ୍ଳଜାନ ଥେରାପି (100% oxygen), ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy)[3] |
Prognosis | ମୃତ୍ୟୁ ସଙ୍କଟ ୧ରୁ ୩୦%.[3] |
ପୁନଃପୌନିକ | > ଅଣଅଗ୍ନିକାଣ୍ଡ କେଶ୍ରେ ବାର୍ଷିକ ୨୦,୦୦୦ ଆଶୁ ଚିକିତ୍ସା (ଯୁକ୍ତରାଷ୍ଟ୍ର ଆମେରିକାରେ) [1] |
ମୃତ୍ୟୁ ସାନ୍ଦ୍ରତା | > ଅଣଅଗ୍ନିକାଣ୍ଡ କେଶ୍ରେ ବାର୍ଷିକ ୪୦୦ ମୃତ୍ୟୁ [1] |
ଦୁଇ ପ୍ରକାର ଉପାୟରେ ଏହି ବିଷକ୍ରିୟା ହୁଏ; ଦୁର୍ଘଟଣା ଓ ଆତ୍ମହତ୍ୟା (attempt to end one's life) ।[6] କାର୍ବନ ମୋନୋକ୍ସାଇଡ ଏକ ରଙ୍ଗହୀନ ଓ ଗନ୍ଧହୀନ ବାଷ୍ପ ଯାହା ପ୍ରଥମେ ଅଣଉତ୍ତେଜକ ଥାଏ ।[5] ଜୈବିକ ପଦାର୍ଥମାନଙ୍କର (organic matter) ଅସମ୍ପୁର୍ଣ୍ଣ ଦହନ (incomplete burning) ଫଳରେ ଏହି ବାଷ୍ପ ଉତ୍ପନ୍ନ ହୁଏ ।[5] ମୋଟୋର ଗାଡ଼ି (motor vehicles), ହିଟର ଓ କାର୍ବନ ଜାତୀୟ ଜାଳେଣି (carbon-based fuel) ବ୍ୟବହାର କରୁଥିବା ଯନ୍ତ୍ରରୁ ଏହା ଉତ୍ପନ୍ନ ହୁଏ । [1] ମେଥିଲିନ କ୍ଲୋରାଇଡ (methylene chloride) ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ହୁଏ ।[7] ରକ୍ତରେ ଥିବା ହେମୋଗ୍ଲୋବିନ (hemoglobin) ସହିତ କାର୍ବନ ମୋନୋକ୍ସାଇଡ ମିଶି କାର୍ବୋକ୍ସିହେମୋଗ୍ଲୋବିନ (carboxyhemoglobin ବା HbCO) ନାମକ ପଦାର୍ଥରେ ପରିଣତ ହେବା ଫଳରେ ରକ୍ତର ଅମ୍ଳଜାନ (oxygen) ବହନ କରିବା ଶକ୍ତି ଲୋପ ପାଇଯାଏ । [5] ଅଧିକନ୍ତୁ ମାୟୋଗ୍ଲୋବିନ (myoglobin), ମାଇଟିକଣ୍ଡ୍ରିଆଲ ସାଇଟୋକ୍ରୋମ ଅକ୍ସିଡେଜ (mitochondrial cytochrome oxidase) ଇତ୍ୟାଦି ପ୍ରଭାବିତ ହୁଅନ୍ତି । [3] କାର୍ବୋକ୍ସିହେମୋଗ୍ଲୋବିନ ସ୍ତର ଅଣଧୂମ୍ରପାୟୀଙ୍କର ୩% ଓ ଧୂମ୍ରପାୟୀଙ୍କର ୧୦%ରୁ ଅଧିକ ହେଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[3]
କାର୍ବନ ମୋନୋକ୍ସାଇଡ ଅନ୍ୱେଷକ ଯନ୍ତ୍ର (Carbon monoxide detectors, ଗ୍ୟାସ ଯନ୍ତ୍ରପାତିର (gas appliances) ନିର୍ଗମନ ବ୍ୟବସ୍ଥା, ଚିମନି ପରିଷ୍କାର ରଖିବା ଓ ଗାଡ଼ିମାନଙ୍କର ନିଷ୍କାସନ ପ୍ରଣାଳୀ (exhaust system)s ଭଲ ଅବସ୍ଥାରେ ରଖିବାଦ୍ୱାରା ଏହି ବିଷକ୍ରିୟା ପ୍ରତିଷେଧ ହୋଇପାରିବ । [1] ରୋଗୀଙ୍କୁ ୧୦୦% ଅମ୍ଳଜାନ (100% oxygen) ଓ ସାହାଯ୍ୟକାରୀ ଯତ୍ନ ଦିଆଯାଏ ।[3][5] ଲକ୍ଷଣ ନରହିବା ପର୍ଯ୍ୟନ୍ତ ଚିକିତ୍ସା ଚାଲୁରହେ ଓ କାର୍ବୋକ୍ସିହେମୋଗ୍ଲୋବିନ ସ୍ତର ବିପଦ ସ୍ତରଠାରୁ କମ ରଖିବାକୁ (<୧୦%) ଚେଷ୍ଟା କରାଯାଏ ।[3] ସାଂଘାତିକ କେଶ୍ରେ ହାଇପରବାରିକ ଅମ୍ଳଜାନ ଥେରାପି (hyperbaric oxygen therapy) ଦିଆଯାଉଥିଲେ ମଧ୍ୟ ସାଧାରଣ ଅମ୍ଳଜାନଠାରୁ ଏହାର ଉପକାରୀତା ସ୍ପଷ୍ଟ ହେଉନାହିଁ । [3][6] ଏହି ରୋଗୀମାନଙ୍କ ମଧ୍ୟରୁ ମୃତ୍ୟୁ ସଙ୍କଟ ପ୍ରାୟ ୧-୩୦% ରହେ ।[3]
ଯୁକ୍ତରାଷ୍ଟ୍ର ଆମେରିକାରେ କାର୍ବନ ମୋନୋକ୍ସାଇଡ ବିଷକ୍ରିୟା ଅତି ସାଧାରଣ ଓ ଏହା ଯୋଗୁ ବାର୍ଷିକ ୨୦,୦୦୦ ରୋଗୀ ଆଶୁ ଚିକିତ୍ସାକୁ ଆସନ୍ତି । [1][8] ଅନେକ ଦେଶମାନଙ୍କରେ ଏହା ଏକ ଘାତକ ବିଷକ୍ରିୟା ।[9] ଅଣଅଗ୍ନିକାଣ୍ଡ କାର୍ବନ ମୋନୋକ୍ସାଇଡ ବିଷକ୍ରିୟାଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାରେ ବାର୍ଷିକ ୪୦୦ ମୃତ୍ୟୁ ହୁଏ ।[1] ବିଦ୍ୟୁତ ଶକ୍ତି ଅଭାବରୁ (power outage) ବହନୀୟ ବା ପୋଟେବ୍ଲ ଜେନେରେଟର (portable generators) ବ୍ୟବହାର ଯୋଗୁ ଶୀତଦିନେ ଏହି ବିଷକ୍ରିୟା ଅଧିକ ହୁଏ ।[3][7] ପୁରାତନ ଇତିହାସ ସମୟରେ ମଧ୍ୟ ଏହି ବାଷ୍ଟ ବିଷୟରେ ଜ୍ଞାନ ଥିଲା ।[10] ସନ ୧୮୭୫ରେ ହେମୋଗ୍ଲୋବିନ ଉପରେ ଏହାର ପ୍ରଭାବ ବିଷୟ ଜଣାପଡ଼ିଥିଲା । [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.