From Wikipedia, the free encyclopedia
ଅଳ୍ପ ସୋଡ଼ିଅମ ରକ୍ତତା (ଇଂରାଜୀ ଭାଷାରେ ହାଇପୋନାଟ୍ରେମିଆ/Hyponatremia, ବା hyponatraemia ଏକ ରକ୍ତର ଅବସ୍ଥା ଯେଉଁଥିରେ ସୋଡ଼ିଅମ ସ୍ତର ରକ୍ତରେ କମ ହୋଇଯାଏ ।[1] ଲକ୍ଷଣ କଛି ନ ଥିବାଠାରୁ ସାଂଘାତିକ ହୋଇପାରେ ।[2][3] ଏହି ରୋଗର ମୃଦୁ ଲକ୍ଷଣରେ ଭାବନା ଶକ୍ତି କମ ହୋଇଯାଏ, ମୁଣ୍ଡବଥା, ଅଇ ଓ ପଡ଼ିଯିବା ସଙ୍କଟ ଅଧିକ ରହେ ।[4] ସାଂଘାତିକ ହେଲେ ଦ୍ୱିଧା, କମ୍ପବାତ (ଫିଟ୍ସ) ଓ କୋମା ହୋଇପାରେ ।[2][3] ସାଧାରଣ ସେରମ ସ୍ତର ୧୩୫ରୁ ୧୪୫ ମି:ଇକ୍ୟୁ/ଲି (୧୩୫ - ୧୪୫ ମିମୋଲ/ଲି) ଥାଏ ।[5] ସୋଡ଼ିଅମ ସ୍ତର ୧୩୫ଇକ୍ୟୁରୁ କମ ହେଲେ ସାଧାରଣତଃ ହାଇପୋନାଟ୍ରେମିଆ ବା ଅଳ୍ପ ସୋଡ଼ିଅମ ରକ୍ତତା କୁହାଯାଏ ଓ ୧୨୦ମି:ଇକ୍ୟୁରୁ କମ ଥିଲେ ସାଂଘାତିକ ବିବେଚନା କରାଯାଏ ।[4]
ଲୋକର ତରଳ ପଦାର୍ଥର ସ୍ଥିତି ଅନୁସାରେ ହାଇପୋନାଟ୍ରେମିଆକୁ ତିନି ଭାଗରେ ବିଭକ୍ତ କରାଯାଇଛି: ଅଳ୍ପ ଆୟତନ (low volume), ସାଧାରଣ ଆୟତନ ଓ ଅଧିକ ଆୟତନ (high volume) ବିଶିଷ୍ଟ । ତରଳ ଝାଡ଼ା, ବାନ୍ତି, ମୂତ୍ରବର୍ଦ୍ଧକ ଔଷଧ ଓ ଅଧିକ ଝାଳ ବୋହିଲେ ଅଳ୍ପ ଆୟତନ ହାଇପୋନାଟ୍ରେମିଆ ହୁଏ । ସାଧାରଣ ଆୟତନ ହାଇପୋନାଟ୍ରେମିଆକୁ ପତଳା ଓ ଗାଢ଼ ପରିସ୍ରା ଅନୁସାରେ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପତଳା ପରିସ୍ରା ହେଉଥିବା ରୋଗ:ଆଡ୍ରେନାଲ ଇନସଫିସିଏନ୍ସି, ହାଇପୋଥାଇରଏଡିଜ୍ମ ଓ ପଲିଡିପସିଆ ବା ପୋଟୋମାନିଆ । ଗାଢ଼ ପରିସ୍ରା ହେଉଥିବା ରୋଗ: ସିଣ୍ଡ୍ରୋମ ଅଫ ଇନଆପ୍ରୋପ୍ରିଏଟ ଆଣ୍ଟିଡାଇୟୁରେଟକ ହରମୋନ ସିକ୍ରିସନ (ଏସଆଇଏଡିଏଚ) । ଅଧିକ ଆୟତନ ହାଇପୋନାଟ୍ରେମିଆ ରୋଗ: ହୃଦଘାତ, ଯକୃଟ ଫେଲ, ବୃକ୍କ ଫେଲ ।[1] ମିଥ୍ୟା ଅଳ୍ପ ସୋଡ଼ିଅମ ମାତ୍ରା ଦେଖାଉଥିବା ରୋଗ: ମଲ୍ଟିପ୍ଲ ମାୟେଲୋମା, ହାଇପରଲିପିଡେମିଆ ଓ ହାଇପରଗ୍ଲାଇସେମିଆ ।[6][7]
ଅନ୍ତର୍ନିହିତ କାରଣ ଅନୁସାରେ ଏହି ବେମାରୀର ଚିକିତ୍ସା କରାଯାଏ ।[1] ଅତି ଶୀଘ୍ର ଚିକିତ୍ସା କଲେ ଅଳ୍ପ ସୋଡ଼ିଅମ ରକ୍ତତା ଜଟିଳ ହୋଇଯାଏ ।[6] ଉଲ୍ଲେଖନୀୟ ଲକ୍ଷଣ ଓ ତୁରନ୍ତ ଆରମ୍ଭ ହେଉଥିବା କେଶ୍ରେ ୩% ସାଲାଇନ ଦେଇ ଆଂଶିକ ଶୀଘ୍ର ଚିକିତ୍ସା କରାଯାଏ ।[1][7] ଶିରାଭ୍ୟନ୍ତର ନର୍ମାଲ ସାଲାଇନ ଦେଇ ଅଳ୍ପ ଆୟତନ ହାଇପୋନାଟ୍ରେମିଆ ଚିକିତ୍ସା କରାଯାଏ । ଏସଆଇଏଡିଏଚ ଥିଲେ ତରଳ ପଦାର୍ଥ ସୀମିତ କରାଯାଏ ଓ ଅଧିକ ଆୟତନ ବିଶିଷ୍ଟ ହାଇପୋନାଟ୍ରେମିଆ ଥିଲେ ଅଳ୍ପ ଲୁଣ ଥିବା ଖାଦ୍ୟ ଓ ସୀମିତ ତରଳ ପଦାର୍ଥ ଦିଆଯାଏ । ଅଳ୍ପ ସ୍ତର ୨ ଦିନରୁ ଅଧିକ ସମୟ ଧରି ଥିଲେ ଚିକିତ୍ସା ଧୀରେ କରାଯାଏ ।[1]
ଜଳ-ଇଲେକ୍ଟ୍ରୋଲାଇଟ ଅଣସନ୍ତୁଳନ ଅବସ୍ଥାରେ ହାଇପୋନାଟ୍ରେମିଆ ସାଧାରଣତଃ ଦେଖାଯାଏ ।[7][8] ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ୨୦% ରୋଗୀଙ୍କ କେଶ୍ରେ ଏହା ଦେଖାଯାଏ ଓ ସହନଶୀଳ ଖେଳ ସମୟରେ ବା ତା'ପରେ ୧୦% ଲୋକଙ୍କୁ ହୁଏ ।[6][4] ଡାକ୍ତରଖାନାରେ ଥିବା ରୋଗୀ ରୋଗୀଙ୍କର ହାଇପୋନାଟ୍ରେମିଆ ଥିଲେ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଆର୍ଥିକ ଖର୍ଚ୍ଚ ପ୍ରାୟ ୨.୬ ବିଲିଅନ ଡଲାର ହୁଏ ।[9]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.