![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8c/Bhubaneswar_skyline.jpg/640px-Bhubaneswar_skyline.jpg&w=640&q=50)
ଭୁବନେଶ୍ୱର
ଓଡ଼ିଶାର ରାଜଧାନୀ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ଭୁବନେଶ୍ୱର | |
---|---|
ମହାନଗର ନିଗମ | |
Nickname: ମନ୍ଦିର ମାଳିନୀ ନଗର | |
Coordinates: 20.27°N 85.84°E / 20.27; 85.84 | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଖୋର୍ଦ୍ଧା |
Named for | ଶିବ |
Government | |
• Type | ମହାନଗର ନିଗମ |
• Body | ଭୁବନେଶ୍ୱର ମହାନଗର ନିଗମ (ବିଏମସି)୧୯୯୪ରୁ |
• ମହାନଗରପାଳ (ମେୟର) | ସୁଲୋଚନା ଦାସ (ବିଜଦ) |
• ମୁନିସିପାଲ କମିଶନର | ବିଜୟ କୁମାର କୁଲାଙ୍ଗେ[1] (ଭାପ୍ରାସେ) |
• ପୁଲିସ କମିଶନର | ରାଜେନ୍ଦ୍ର ପ୍ରସାଦ ଶର୍ମା [2](ଭାପ୍ରାସେ) |
Area | |
• ମହାନଗର ନିଗମ | 135 km2 (52 sq mi) |
• Metro | 393.57 km2 (151.96 sq mi) |
Elevation | 45 m (148 ft) |
Population (୨୦୧୧)[3] | |
• ମହାନଗର ନିଗମ | ୮୩୭୭୩୭ |
• Rank | ୫୬ |
• Density | 4800/km2 (12,000/sq mi) |
• Metro | ୮୮୧୯୮୮ |
ଭାଷା | |
• ସରକାରୀ | ଓଡ଼ିଆ English |
Time zone | UTC+5:30 (IST) |
ଡାକ କୋଡ଼ (ପିନ) | ୭୫୧ ୦xx |
ଟେଲିଫୋନ କୋଡ଼ | ୦୬୭୪ |
ଯାନବାହାନ ପଞ୍ଚୀକରଣ | OD-02/OD-33 |
ଜାତିସଂଘ ସ୍ଥାନ କୋଡ଼ | IN BBI |
Website | www |
ଭୁବନେଶ୍ୱର ଭୁବନେଶ୍ୱର (help·info) ଓଡ଼ିଶାର ରାଜଧାନୀ । ଭୁବନେଶ୍ୱରକୁ ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କରିବା ପାଇଁ ଗଠିତ କରାଯାଇଥିଲା, କିନ୍ତୁ କିଛି ଅସୁବିଧା ପାଇଁ ତାହା ୨୪ବର୍ଷ ପରେ ୧୯୭୨ମସିହାରେ ରାଜଧାନୀ ହେଲା । ଏହି ନଗର, ଯାହାକି ଏକ ଗାଁ ଥିଲା, ପାଖାପାଖି ତିନିହଜାର ବର୍ଷ ପୁରୁଣା । ଭୁବନେଶ୍ୱରରେ ବିଭିନ୍ନ କାଳର ପ୍ରାୟ ୬୦୦ ମନ୍ଦିର ଅଛି|[5] ସେଥିପାଇଁ ଏହାକୁ ମନ୍ଦିର ମାଳିନୀ ନଗର ବି କୁହାଯାଏ । ଏହି ମନ୍ଦିରମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ମୁକ୍ତେଶ୍ୱର ଦେଉଳ ଆଦି ଦେଶ ବିଦେଶରେ ପରିଚିତ ।ମନ୍ଦିରଗୁଡିକ କଳିଙ୍ଗ ଗଠନଶୈଳୀରେ ତିଆରି ହୋଇଛି । ପୂର୍ବ ଭାରତରେ ପୁରୀ, କୋଣାର୍କ ଓ ଭୁବନେଶ୍ୱରକୁ ସ୍ୱର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ, ଯାହା ପର୍ଯ୍ୟଟକମାନଙ୍କଦ୍ୱାରା ବିଶେଷ ଆଦୃତ ହୋଇଛି ।[6]
ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ୨୫ବର୍ଷ ପରେ, ୧୯୭୨ରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ୯୦' ଦଶକରେ ତାହା ରାଜ୍ଯବାସୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା, କାହିଁକିନା ତା' ପୂର୍ବରୁ ବନ୍ୟଜନ୍ତୁଙ୍କ ଭୟରୁ କଟକସହର ମୁଖ୍ଯ ଥିଲା । ଆଧୁନିକ ସହରର ଶୈଳୀ ଜର୍ମାନୀର ଓଟୋ କୋନିସବର୍ଗରଙ୍କଦ୍ୱାରା ନିର୍ମିତ । ସେ ଜାମସେଦପୁର ଓ ଚଣ୍ଡୀଗଡ଼ ସହରର ନିର୍ମାଣ ଶୈଳୀ ମଧ୍ୟ କରିଥିଲେ । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଯମଜ ନଗର(Twin City) ବା ଦୈତ ସହର ଭାବେ ଜଣାଶୁଣା । ଏହି ସହର ୨୦୧୧ ଅନୁସାରେ ମୋଟ ୧୦.୪୦ ଲକ୍ଷ ଲୋକଙ୍କୁ ନେଇ ଗଠିତ ।[7] ଭୁବନେଶ୍ୱରକୁ Tier-2 ସହର ଭାବେ ଶ୍ରେଣୀବିଭକ୍ତ କରାଯାଇଛି ।