![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/6d/GI_Status_certificate_of_Odisha_Rasagola.jpg/640px-GI_Status_certificate_of_Odisha_Rasagola.jpg&w=640&q=50)
ଭାରତର ଭୌଗୋଳିକ ଉପଦର୍ଶନ (ଜି.ଆଇ.) ଗୁଡ଼ିକର ତାଲିକା
ଉଇକିପିଡ଼ିଆ ତାଲିକା ପୃଷ୍ଠା / From Wikipedia, the free encyclopedia
ଭୌଗୋଳିକ ଉପଦର୍ଶନ କିମ୍ବା ଜିଆଇ ଟ୍ୟାଗ ହେଉଛି ଏକ ନାମ ବା ଚିହ୍ନ ଯାହା କୌଣସି ଏକ ସହର, ଅଞ୍ଚଳ ବା ଦେଶର ଏକ ନିର୍ଦ୍ଧିଷ୍ଟ ଉତ୍ପାଦ ବା ଜିନିଷ ବିଷୟରେ ବୁଝାଇଥାଏ । ବିଶ୍ୱ ବାଣିଜ୍ୟ ସଙ୍ଗଠନର ଏକ ସଦସ୍ୟ ହେତୁ ଭାରତ ଏହି ନିୟମ ୧୫ ସେପ୍ଟେମ୍ବର ୨୦୦୩ରୁ ପ୍ରଚଳନ କରିଆସୁଛି । ଏହି ନିୟମ "କୌଣସି ଏକ ଜିନିଷକୁ ଏକ ପ୍ରାନ୍ତ, ଯେଉଁଠାରେ ଏକ ଆବଶ୍ୟକୀୟ ପରିମାଣର ଗୁଣ, ପ୍ରତିଷ୍ଠା ଏବଂ ବିଶେଷତା ମାତ୍ରା ପୂରଣ ହେବାର " ସୁଚାଇଥାଏ ।[1]
![Thumb image](http://upload.wikimedia.org/wikipedia/commons/thumb/6/6d/GI_Status_certificate_of_Odisha_Rasagola.jpg/640px-GI_Status_certificate_of_Odisha_Rasagola.jpg)
ଜିଆଇ ଟ୍ୟାଗ ଏକ ପ୍ୟାଟେଣ୍ଟ ସଦୃଶ୍ୟ ଅନ୍ୟ କାହାକୁ ଦିଆଯାଇଥିବା ଜିନିଷନିଜର ନାମ ଯୋଗ କରିବା ଅନୁମତି ଦିଏ ନାହିଁ । ଉଦାହରଣ ସ୍ୱରୂପ ପିପିଲି ଚାନ୍ଦୁଆ ହେଉଛି ପିପିଲି ନାମ ସହ ଜଡ଼ିତ ଜିଆଇ ଟ୍ୟାଗ, ଚାନ୍ଦୁଆକୁ ଆଉ କେହି ତାଙ୍କର ନାମ ସହିତ ଯୋଗ କରିପାରିବେ ନାହିଁ । [2]
ଓଡ଼ିଶାର କନ୍ଧମାଳ ଜିଲ୍ଲାକୁ ୨୦୧୯ ମସିହା ଉତ୍କଳ ଦିବସରେ ଅର୍ଥାତ ଅପ୍ରେଲ ମାସ ୧ ତାରିଖରେ କନ୍ଧମାଳ ହଳଦୀ ପାଇଁ ଜିଆଇ ଟ୍ୟାଗ ମିଳିଥିଲା । [3] ଓଡ଼ିଶାର ରସଗୋଲାକୁ ୨୯ ଜୁଲାଇ ୨୦୧୯ ତାରିଖରେ ଭୌଗଳିକ ଉପଦର୍ଶନ ଟ୍ୟାଗ ମିଳିଥିଲା ।[4]
ସବୁ ସୁରୁଖୁରୁରେ ଚାଲିଲେ ଆବେଦନ କରିବାର ୧୨୦ ଦିନ ମଧ୍ୟରେ ଟ୍ୟାଗ ପ୍ରଦାନ କରିଦିଆଯାଇଥାଏ ।