![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/c5/Bhadrakali.jpg/640px-Bhadrakali.jpg&w=640&q=50)
ଭଦ୍ରକାଳୀ
ହିନ୍ଦୁମାନଙ୍କ ଦେବୀ / From Wikipedia, the free encyclopedia
'ଭଦ୍ରକାଳୀ'Bhadrakāli (Tamil: பத்ரகாளி, ତେଲୁଗୁ: భద్రకాళి, ମାଲୟାଲମ: ഭദ്രകാളി, ସଂସ୍କୃତ: भद्रकाली), ହେଉଛନ୍ତି ଦେବୀ ମାହାତ୍ମ୍ୟରେ ବର୍ଣ୍ଣିତ ଜଣେ ମହା (ଦେବୀ). ସଂସ୍କୃତରେ ଭଦ୍ର ଶବ୍ଦର ଅର୍ଥ ହେଲା "କୃପାପ୍ରାପ୍ତ", "ଶୁଭ", "ଗୌର", "ସୁନ୍ଦର", "ଉତ୍ତମ", "ଭଗ୍ୟଶାଳୀ", "ସମୃଦ୍ଧିଶାଳୀ".[1]
ଭଦ୍ରକାଳୀ | |
---|---|
![]() ହିମାଚଳ ପ୍ରଦେଶର ବଶୋହ୍ଲିରେ ଥିବା ଭଦ୍ରକାଳୀ ପ୍ରତିକୃତି ୟାହା ଅଧୁନା LACMA ମିଉଜିୟମରେ ରହିଛି (M.72.53.7) | |
ପ୍ରଳୟର ଦେବୀ | |
ସଂସ୍କୃତ ଅନୁବାଦ | भद्रकालि |
Tamil script | பத்ரகாளி |
ଉପାଧି | Devi |
ସାଥି | ରୁଦ୍ର |
ଭଦ୍ରକ ସହର ଉପକଣ୍ଠରେ ଏହି ଦେବୀଙ୍କର ମନ୍ଦିର ଅବସ୍ଥିତ। ଏହି ଦେବୀଙ୍କ ନାମ ଅନୁସାରେ ସହରର ନାମ ଭଦ୍ରକ ହୋଇଛି ବୋଲି ଜନଶ୍ରୁତି ରହିଛି। ଏହି ଦେବୀ ମଧ୍ୟ କେରଳରେ ପୂଜା ପାଉଥିବା ଲୋକପ୍ରିୟ ଦେବୀମାନଙ୍କ ଭିତରୁ ଅନ୍ୟତମ। କେରଳରେ ତାଙ୍କୁ କାଳୀଙ୍କର ଶୁଭ ଓ ସୌଭାଗ୍ୟପ୍ରଦାୟିନୀ ପ୍ରତୀକାତ୍ମକ ରୂପ ଭାବେ ପରିଗଣିତ କରାଯାଏ। ଏହା ଛଡ଼ା ସମଗ୍ର ଭାରତରେ ଭଦ୍ରକାଳୀଙ୍କ ଉପାସନାର ପ୍ରମାଣ ମିଳିଥାଏ।
ସାଧାରଣତଃ ଭଦ୍ରକଳୀଙ୍କୁ ରୁଦ୍ରଙ୍କର ସହଚରୀ ବୋଲି କୁହାଯାଏ। କେତେ ଜାଗାରେ ତାଙ୍କୁ ବୀରଭଦ୍ରଙ୍କ ସହଚରୀ ବୋଲି କୁହାଯାଏ, ଯିଏ ରୁଦ୍ରଙ୍କ କ୍ରୋଧରୁ ଜାତ ହୋଇଛନ୍ତି। .[2]
ବାୟୁ ପୁରାଣ ଓ ମହାଭାରତ ଅନୁସାରେ ଅଶ୍ୱମେଧ ଯଜ୍ଞ ସ୍ଥଳୀରେ ଦକ୍ଷ ଶିବଙ୍କୁ ଅପମାନିତ କରିଥିବା ସମୟରେ ଦେବୀଙ୍କ କ୍ରୋଧରୁ ଭଦ୍ରକାଳୀ ଜାତ ହେଲେ। (Horse-worship).[2][3]
![Thumb image](http://upload.wikimedia.org/wikipedia/commons/thumb/4/42/Goddess_Bhadrakali_Worshipped_by_the_Gods-_from_a_tantric_Devi_series_-_Google_Art_Project.jpg/640px-Goddess_Bhadrakali_Worshipped_by_the_Gods-_from_a_tantric_Devi_series_-_Google_Art_Project.jpg)
![Thumb image](http://upload.wikimedia.org/wikipedia/commons/thumb/b/ba/Goddess_Bhadrakali.jpg/320px-Goddess_Bhadrakali.jpg)
ତନ୍ତ୍ର ରହସ୍ୟ ମତରେ ସେ ଶିବଙ୍କର ଉତ୍ତର ମୁଖରୁ ଜାତ, ଯାହା ନୀଳ ବର୍ଣ୍ଣର ଓ ତ୍ରିନେତ୍ର ଯୁକ୍ତ.[4]
କାହାରି କାହାରି ମତରେ ଭଦ୍ରକାଳୀ ହେଉଛନ୍ତି ଏକ ସ୍ଥାନଦେବୀ ଯିଏ ପରବର୍ତ୍ତୀ କାଳରେ ହିନ୍ଦୁଧର୍ମର ମୁଖ୍ୟଧାରାରେ, ବିଶେଷକରି ଶିବ ପୁରାଣରେ ସାମିଲ୍ ହୋଇଛନ୍ତି। ତାଙ୍କର ତିନିଟି ଆଖି ରହିଛି, ଚାରିଟି, ଆଠଟି ଅଥବା ବାରଟି ହାତ ରହିଛି, ଯେଉଁଥିରେ ସେ ଦିବ୍ୟାସ୍ତ୍ରସବୁ ଧାରଣ କରିଛନ୍ତି। ତାଙ୍କର ମୁଖମଣ୍ଡଳରୁ ଅଗ୍ନି ନିର୍ଗତ ହେଉଛି ତଥା ତାଙ୍କର ଗୋଟିଏ ଦୀର୍ଘ ଦନ୍ତ ରହିଛି।
କେରଳର କୋଡବ ଓ ନାୟାରମାନେ ଏହାଙ୍କୁ ପୂଜା କରିଥାନ୍ତି। ଭଦ୍ରକାଳୀ ଯେଉଁ ଯେଉଁ ଆୟୁଧ ବ୍ୟବହାର କରନ୍ତି ବୋଲି ସେମାନେ ବିଶ୍ୱାସ କରନ୍ତି, ସେମାନେ ତାଙ୍କ ମନ୍ଦିରରେ ସେ ସବୁ ଅସ୍ତ୍ରର ପୂଜା ମଧ୍ୟ କରିଥାନ୍ତି। ଭଦ୍ରକାଳୀ ତାମିଲନାଡୁର ନାଦରମାନଙ୍କର କୂଳଦେବୀ। [5]