ପ୍ରେଡନିସୋନ
ଏକ ଯୌଗିକ ରାସାୟନିକ ପଦାର୍ଥ ଓ ଔଷଧ / From Wikipedia, the free encyclopedia
ପ୍ରେଡନିସୋନ (ଇଂରାଜୀ ଭାଷାରେ Prednisone) ଏକ ଗ୍ଲୁକୋକର୍ଟିକଏଡ (glucocorticoid) ଔଷଧ ଯାହା ଇମ୍ମ୍ୟୁନିଟି ସିସ୍ଟମକୁ କମେଇଦେଇ (suppress the immune system) ଆଜ୍ମା, ସିଓପିଡି ଓ ରିଉମାଟୋଲୋଜିକ (rheumatologic disease) ରୋଗମାନଙ୍କରେ ହେଉଥିବା ପ୍ରଦାହ (inflammation) କମ୍ କରିଦିଏ ।[2] କର୍କଟ ରୋଗ ଜନିତ ଅଧିକ ରକ୍ତ କ୍ୟାଲସିଅମ (high blood calcium) ଓ ଅନ୍ୟାନ୍ୟ ସ୍ଟିରଏଡ ସହିତ ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency) ରୋଗରେ ଦିଆଯାଏ । [2] ଏହା ପାଟିରେ ଦିଆଯାଏ ।[2]
Clinical data | |
---|---|
Trade names | Deltasone, Liquid Pred, Orasone, Adasone, others |
AHFS/Drugs.com | monograph |
MedlinePlus | a601102 |
Pregnancy category |
|
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 70% |
Metabolism | prednisolone (liver) |
Elimination half-life | 3 to 4 hours in adults. 1 to 2 hours in children[1] |
Excretion | Renal |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.147 |
Chemical and physical data | |
Formula | C21H26O5 |
Molar mass | 358.428 g/mol |
3D model (JSmol) | |
Melting point | 230 °C (446 °F) |
SMILES
| |
InChI
| |
NY (what is this?) (verify) |
ପ୍ରେଡନିସୋନ ଦୀର୍ଘକାଳ ଧରି ବ୍ୟବହାର କଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପରଳ, ଓଷ୍ଟିଓପୋରୋସିସ, ସହଜରେ ବ୍ରୁଇସିଙ୍ଗ (bruising), ମାଂସପେଶୀ ଦୌରବଲ୍ୟ ଓ ଓରାଲ କାଣ୍ଡିଡିଆସିସ (thrush) ହୋଇପାରେ ।[2] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ଓଜନ ବୃଦ୍ଧି, ଫୁଲା, ଅଧିକ ରକ୍ତ ଶର୍କରା (high blood sugar), ଅଧିକ ସଂକ୍ରମଣ ସଙ୍କଟ ଓ ସାଇକୋସିସ ହୋଇପାରେ ।[3][2] ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ବିବେଚନା କରାଯାଏ ଓ ଅଳ୍ପ ମାତ୍ରାରେ ସ୍ତନ୍ୟପାନ (breastfeeding) ସମସୟରେ ମଧ୍ୟ ବିପଦ ରହେନି । [4] ଏହି ଔଷଧର ଦୀର୍ଘ ସମୟ ଧରି ବ୍ୟବହାର କଲାପରେ ବନ୍ଦ କରିବାକୁ ହେଲେ ଧୀରେ ଧିରେ ମାତ୍ରା କମେଇ ବନ୍ଦ କରାଯାଏ । [2]
ପ୍ରେଡନିସୋନ ଯକୃତରେ ପରିବର୍ତ୍ତୀତ ହୋଇ ପ୍ରେଡନିସୋଲୋନରେ ପରିଣତ ହେଲା ପରେ ସକ୍ରିୟ ହୁଏ ।[5][6] ଏହି ପ୍ରେଡନୋସୋଲୋନ ତାପରେ ଗ୍ଲୁକୋକର୍ଟିକଏଡ (glucocorticoid receptor) ସହିତ ଅନୁବନ୍ଧିତ ହୁଏ ଓ ତାଙ୍କୁ ସକ୍ରିୟ କରେ ତଥା ଜିନ ଏକ୍ସପ୍ରେସନ (gene expression) କରିବାକୁ ଟ୍ରିଗର କରେ ।[3]
ପ୍ରେଡନିସୋନ ସନ ୧୯୫୪ରେ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବହାର ନିମନ୍ତେ ସନ ୧୯୫୫ରେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[2][7] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ସନ ୨୦୧୮ରେ ୦.୩୦ ଡଲାରରୁ କମ୍ ଥିଲା ।[8] ସେଠାରେ ସନ ୨୦୧୬ରେ ଏହାର ୨୩ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାର ୩୧ତମ ସ୍ଥାନରେ ଥିଲା ।[9]