ପାଏଲୋନେଫ୍ରାଇଟିସ
From Wikipedia, the free encyclopedia
ପାଏଲୋନେଫ୍ରାଇଟିସ (ଇଂରାଜୀ ଭାଷାରେ Pyelonephritis) ଏକ ରୋଗ ଯେଉଁଥିରେ ବୃକ୍କ (kidney) ଜୀବାଣୁଦ୍ୱାରା ସଂକ୍ରମିତ (bacterial infection) ହୋଇଥାଏ ।[3] ସାଧାରଣତଃ ଜ୍ୱର ଓ ଅଣ୍ଟା ଦରଜ (flank tenderness) ହୋଇ ରୋଗ ଆରମ୍ଭ ହୁଏ ।[2] ଏହା ବ୍ୟତୀତ ଅଇ (nausea), ଡିସୟୁରିଆ ବା ପରିସ୍ରା କଲାବେଳ ପୋଡ଼ାଜଳା (burning with urination), ବାରମ୍ବାର ପରିସ୍ରା ହେବା (frequent urination) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[2] ରୋଗ ଜଟିଳ ହେଲେ ପାଏଲୋନେଫ୍ରାଇଟସି, ସେପ୍ସିସ, ବା ବୃକ୍କ ଅକାମୀ (kidney failure) ହୋଇଯାଏ ।[3]
ପାଏଲୋନେଫ୍ରାଇଟିସ (Pyelonephritis) | |
---|---|
ବୃକ୍କ ସଂକ୍ରମଣ (Kidney infection)[1] | |
ଉଚ୍ଚାରଣ |
|
ବିଭାଗ | (Urology), (nephrology) |
ଲକ୍ଷଣ | ଜ୍ୱର, ଅଣ୍ଟା ଦରଜ (flank tenderness), ଅଇ (nausea), ଡିସୟୁରିଆ (burning with urination), ବାରମ୍ବାର ପରିସ୍ରା ହେବା (frequent urination)[2] |
କାରଣ | ଜୀବାଣୁ ସଂକ୍ରମଣ (Bacterial infection)[2] |
ବିପଦ କାରକ | ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର । [2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ପରିସ୍ରା ପରୀକ୍ଷା (urinalysis)[2] |
ସଠିକ ରୋଗ ନିର୍ଣ୍ଣୟ | ଆପେଣ୍ଡିସାଇଟିସ, ଡାଇଭର୍ଟିକୁଲାଇଟିସ୍, ଏଣ୍ଡୋମେଟ୍ରିଓସିସ, ପେଲଭିସ ପ୍ରଦାହ ରୋଗ, ବୃକ୍କ ପଥର ରୋଗ[2] |
ପ୍ରତିକାର | ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ, ଯଥେଷ୍ଟ ତରଳ ପଦାର୍ଥ ପିଇବା [1] |
ଔଷଧ | ଆଣ୍ଟିବାୟୋଟିକ - ସିପ୍ରୋଫ୍ଲୋକ୍ସାସିନ୍, ସେଫଟ୍ରାଇଆକ୍ସୋନ[4] |
ପୁନଃପୌନିକ | ସାଧାରଣ[5] |
ସ୍ୱାଭାବିକ ଭାବରେ ଏହି ରୋଗ ଇକୋଲାଇ (Escherichia coli) ଜୀବାଣୁଦ୍ୱାରା ହୁଏ । [2] ଏହି ରୋଗ ସଙ୍କଟ ସୃଷ୍ଟି କରିବାରେ ଯୌନ ସଙ୍ଗମ (Sexual intercourse), ପିଛିଲା ମୂତ୍ରନଳୀ ସଂକ୍ରମଣ (prior urinary tract infections, ମଧୁମେହ, ମୂତ୍ରନଳୀ ତିଆରି ତୃଟି, ସ୍ପର୍ମିସାଇଡ ବ୍ୟବହାର ଇତ୍ୟାଦି କାରକମାନଙ୍କର ଅବଦାନ ଥାଏ ।[2][3] ଜୀବାଣୁ ସାଧାରଣତଃ ମୂତ୍ର ପ୍ରଣାଳୀରେ (urinary tract) ନିମ୍ନରୁ ଉର୍ଦ୍ଧକୁ ସଂକ୍ରମଣ ଗତିକରେ ।[2] ରକ୍ତସ୍ରୋତ ମାଧ୍ୟମରେ ମଧ୍ୟ ଏହି ରୋଗ ସଞ୍ଚାରିତ ହୋଇପାରେ ।[1] ରୋଗ ଲକ୍ଷଣ ଅନୁଶୀଳନ ଓ ପରିସ୍ରା ପରୀକ୍ଷା (urinalysis) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[2] ଚିକିତ୍ସାରେ ଉନ୍ନତି ନହେଲେ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ ।[2]
ଯୌନ ସଙ୍ଗମ ପରେ ମୂତ୍ରତ୍ୟାଗ ଓ ଯଥେଷ୍ଟ ତରଳ ପଦାର୍ଥ ପାନ କଲେ ଏ ରୋଗର ପ୍ରତିରୋଧ ହେବା ସମ୍ଭାବନା ରହିବ । [1] ରୋଗ ନିର୍ଣ୍ଣୟ ହୋଇଗଲେ ସିପ୍ରୋଫ୍ଲୋକ୍ସାସିନ୍ ଓ ସେଫଟ୍ରାଇଆକ୍ସୋନ ଭଳି ଆଣ୍ଟିବାୟୋଟିକ (antibiotics) ଦିଆଯାଏ ।[4][6] ରୋଗ ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ଆଡମିସନ ଆବଶ୍ୟକ ହୁଏ ।[2] ରୋଗୀର ମୂତ୍ର ପ୍ରଣାଳୀରେ ଗଠନ ସମସ୍ୟା ବା ବୃକ୍କ ପଥର ରୋଗ ଥିଲେ ଅପରେଶନ ଆବଶ୍ୟକ ହୁଏ । [3][1]
ବୃକ୍କ ସମ୍ବନ୍ଧୀୟ ରୋଗମାନଙ୍କ ମଧ୍ୟରେ ପାଏଲୋନେଫ୍ରାଇଟିସ ଏକ ସାଧାରଣ ରୋଗ ।[5] ପ୍ରତି ବର୍ଷ ପ୍ରତି ଏକ ହଜାର ମହିଳାଙ୍କ ମଧ୍ୟରୁ ୧-୨ ମହିଳା ଓ ଏକ ହଜାର ପୁରୁଷଙ୍କ ମଧ୍ୟରୁ ୦.୫ ପୁରୁଷ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[7] ନବ ଯୁବକମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ଓ ଅଳ୍ପ ତଥା ଅତି ବୟସ୍କ ଲୋକ ମଧ୍ୟ ଅଧିକ ଆକ୍ରାନ୍ତ ହୁଅନ୍ତି ।[2] ନବ ଯୁବକମାନେ ସାଧାରଣତଃ ଚିକିତ୍ସାରେ ସୁଫଳ ପାଆନ୍ତି ।[3][5] ୬୫ ବର୍ଷ ବୟସ ପରେ ରୋଗ ହେଲେ ପ୍ରାୟ ୪୦% ରୋଗୀଙ୍କର ମୃତ୍ୟୁ ହୁଏ ।[5]