ଦଶରଥ
From Wikipedia, the free encyclopedia
ହିନ୍ଦୁ ପୁରାଣ ବାଲ୍ମିକୀ କୃତ ରାମାୟଣର ବର୍ଣ୍ଣନା ଅନୁସାରେ ଦଶରଥ ଥିଲେ ତ୍ରେତୟା ଯୁଗରେ ଅଯୋଧ୍ୟାର ସୂର୍ଯ୍ୟବଂଶୀୟ ରାଜା ତଥା ପ୍ରଭୁ ରାମଚନ୍ଦ୍ରଙ୍କ ପିତା । ଦଶରଥଙ୍କ ପିତା ଥିଲେ ରାଜା ଅଜ ଏବଂ ମାତା ଥିଲେ ସ୍ୱର୍ଗର ଅପ୍ସରା ଇନ୍ଦୁମତୀ । ରାଜା ଦଶରଥଙ୍କୁ ଜଣେ ଆଦର୍ଶ ମହାରାଜା, ପୁଅମାନଙ୍କୁ ଭଲ ପାଉଥିବା ଏକ ପିତା ତଥା ନିଜ ବଚନ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ବ୍ୟକ୍ତି ଭାବେ ଚିତ୍ରିତ କରାଯାଇଛି । ତାଙ୍କର ତିନୋଟି ପତ୍ନୀ ଥିଲେ -କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ଏକ ପୌରାଣିକ ତଥ୍ୟ ଅନୁସାରେ ରାଜା ରୋମପାଦଙ୍କ ପୋଷ୍ୟକନ୍ୟା ତଥା ଋଷ୍ୟଶୃଙ୍ଗଙ୍କ ପତ୍ନୀ ଶାନ୍ତା ବାସ୍ତବରେ ଦଶରଥଙ୍କ ଝିଅ ଥିଲେ ।[1]