![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a4/Nelumbo_Nucifera_fruit_-_botanic_garden_Adelaide.jpg/640px-Nelumbo_Nucifera_fruit_-_botanic_garden_Adelaide.jpg&w=640&q=50)
ଟ୍ରାଇପୋଫୋବିଆ
ଟ୍ରାଇପୋଫୋବିଆ ଏକ ପ୍ରକାର ଭୟ ଯେଉଁଥିରେ ରୋଗୀ ଛୋଟ ଛିଦ୍ର କିମ୍ବା ଆବୁ ଦେଖିଲେ ବିରକ୍ତି ପ୍ରକାଶ କରନ୍ତି ବା ଘୃ / From Wikipedia, the free encyclopedia
ଟ୍ରାଇପୋଫୋବିଆ ଏକ ପ୍ରକାର ଭୟ ଯେଉଁଥିରେ ରୋଗୀ ଛୋଟ ଛିଦ୍ର କିମ୍ବା ଆବୁ ଦେଖିଲେ ବିରକ୍ତି ପ୍ରକାଶ କରନ୍ତି ବା ଘୃଣା କରନ୍ତି ।[4] ଲକ୍ଷଣ ମଧ୍ୟରେ ବିରକ୍ତି, ଘୃଣା, ଭୟ କିମ୍ବା ଉଦ୍ବେଗ ପ୍ରକାଶ କରନ୍ତି ।[3] [4] ଅଇ କିମ୍ବା ଗଲୁ ମଧ୍ୟ ହୋଇପାରେ । [5] [1]
ଟ୍ରାଇପୋଫୋବିଆ | |
---|---|
![]() | |
ବିଭାଗ | Psychology, psychiatry |
ଲକ୍ଷଣ | Disgust, fear, anxiety, nausea[3][4][5] |
ଚିକିତ୍ସା | Exposure therapy[1] |
ପୁନଃପୌନିକ | Some degree of symptoms relatively common[1][5] |
ଏକ କପ୍ କଫି ଉପରେ ହେଉଥିବା ଫୋଟକା, ମହୁଫେଣା, ପଦ୍ମ ମଞ୍ଜି ପୋଡ ଦେଖିଲେ ଟ୍ରିଗର ହୋଇଯାଏ । [5] [1] [4] ଯଦିଓ ୨୦୧୮ ସୁଦ୍ଧା ଏହା ଏକ ପୃଥକ ମାନସିକ ବିକୃତି ଭାବରେ ସରକାରୀ ଭାବରେ ସ୍ୱୀକୃତିପ୍ରାପ୍ତ ନୁହେଁ, ଯଦି ଅତ୍ୟଧିକ ଭୟ ଏବଂ ଦୁଃଖ ସମୟରେ ଏହା ଘଟେ ତେବେ ଏହା ଏକ ନିର୍ଦ୍ଦିଷ୍ଟ ଫୋବିଆ ଭାବରେ ଚିହ୍ନଟ ହୋଇପାରେ ।[1] [3] ଏହା ଅନୁମାନ କରାଯାଏ ଯେ ଏହା ବାହ୍ୟ ପରଜୀବୀ କିମ୍ବା ବିଷାକ୍ତ ପ୍ରାଣୀମାନଙ୍କ ବିରୁଦ୍ଧରେ ଏକ ବିବର୍ତ୍ତନଶୀଳ ପ୍ରତିରକ୍ଷା ଯାହା ଅତ୍ୟଧିକ ହୋଇଯାଇଛି। [4] [5] ଏକ୍ସପୋଜର ଥେରାପି ଏହାର ଏକ ସମ୍ଭାବ୍ୟ ଚିକିତ୍ସା ଅଟେ | [1]
ପଦ୍ମ ମଞ୍ଜି ପୋଡ ପରି ବସ୍ତୁ ଦେଖିବା ସମୟରେ କିଛି ମାତ୍ରାରେ ଲକ୍ଷଣ ପ୍ରାୟ ୧୬% ଲୋକଙ୍କଠାରେ ଦେଖାଯାଏ, ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] [5] ଟ୍ରାଇପୋଫୋବିଆ ଶବ୍ଦଟି ଏକ ଅନଲାଇନ ଫୋରମରେ ଅଂଶଗ୍ରହଣକାରୀଙ୍କଦ୍ୱାରା ୨୦୦୫ ମସିହାରେ ଗୃହିତ ହୋଇଥିଲା । ଗ୍ରୀକ୍ "ଟ୍ରାଇପୋ" ଅର୍ଥାତ୍ "ଛିଦ୍ରକାରୀ" ଏବଂ "ଫୋବୋସ୍" ଅର୍ଥାତ୍ "ଭୟ" ରଚନା କରାଯାଇଥିଲା। [5] ୨୦୦୦ ଦଶକରେ ସୋସିଆଲ ମିଡିଆରେ ଏହା ଏକ ଲୋକପ୍ରିୟ ପ୍ରସଙ୍ଗ ହୋଇଗଲା । [6] ୨୦୧୦ ମସିହାରେ ମନସ୍ତତ୍ତ୍ୱବିତ୍ ଜିଓ କୋଲ୍ ଏବଂ ଆର୍ନୋଲ୍ଡ ୱିଲକିନ୍ସଙ୍କଦ୍ୱାରା ଆନୁଷ୍ଠାନିକ ଅଧ୍ୟୟନ ଆରମ୍ଭ ହୋଇଥିଲା । [5]