ଟେରାଟୋମା
ଜର୍ମ ସେଲ ଅର୍ବୁଦ / From Wikipedia, the free encyclopedia
ଟେରାଟୋମା (ଇଂରାଜୀ ଭାଷାରେ teratoma) ଏକ ଅର୍ବୁଦ (tumor) ରୋଗ ଯାହା ବାଳ (hair), ମାଂସପେଶୀ (muscle) ବା ହାଡ଼ (bone) ଭଳି ଅନେକ ପ୍ରକାରର ତନ୍ତୁମାନଙ୍କୁ ନେଇ ତିଆରି ହୋଇଥାଏ ।[6] ସାଧାରଣତଃ ଓଭାରି (ovaries) ବା ଡିମ୍ବ ଗ୍ରନ୍ଥି, ଟେସ୍ଟିକ୍ଲ (testicles) ଓ ଲାଞ୍ଜ ଅସ୍ଥିରୁ (tailbone) ବାହାରିଥାଏ ଓ ଅନ୍ୟ ସ୍ଥାନମାନଙ୍କରୁ କ୍ୱଚିତ ବାହାରେ ।[6] ଅର୍ବୁଦ ଆକାର ଛୋଟ ଥିଲେ କମ୍ ଲକ୍ଷଣ ବାହାରେ ।[2] ଟେସ୍ଟିକ୍ଲରୁ ବାହାରିଥିବା ଟେରାଟୋମା ଏକ ଲକ୍ଷଣ ବିହୀନ ଗୁଳା ବା ଗୋଟାଳି ଆକାର ଧାରଣ କରେ । [1] ରୋଗ ଜଟିଳ ହେଲେ ଓଭାରିଆନ ଟର୍ସନ (ovarian torsion),ଟେଷ୍ଟିକୁଲାର ଟର୍ସନ ବା ହାଇଡ୍ରପ୍ସ ଫିଟାଲିସ (hydrops fetalis) ରୋଗ ହୁଏ ।[1][2][7]
ଟେରାଟୋମା (Teratoma) | |
---|---|
ବିଭାଗ | ସ୍ତ୍ରୀରୋଗ ବିଜ୍ଞାନ (Gynecology), କର୍କଟ ରୋଗ ବିଜ୍ଞାନ (oncology) |
ଲକ୍ଷଣ | ନାମ ମାତ୍ର, କଷ୍ଟ ବିହୀନ ଗୋଲି [1][2] |
କାରଣ | ଅଜ୍ଞାତ[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ତନ୍ତୁ ବାୟୋପ୍ସି (Tissue biopsy)[2] |
ସଠିକ ରୋଗ ନିର୍ଣ୍ଣୟ | ଲାଇପୋମା (Lipoma, ଡର୍ମଏଡ (dermoid), ମେନିଙ୍ଗୋମାୟେଲୋସିଲ (myelomeningocele)[3] |
ଚିକିତ୍ସା | ଅପରେଶନ, କେମୋଥେରାପି (chemotherapy)[3][4] |
ପୁନଃପୌନିକ | ୩୦,୦୦୦ ନବଜାତ ମଧ୍ୟରୁ ଜଣେ (ଲାଞ୍ଜ ଅସ୍ଥି)[5] |
ଏହା ଏକ ଅର୍ବୁଦ ଯାହା ଶୁକ୍ରାଣୁ (sperm) ବା ଡିମ୍ବାଣୁ (eggs)) ସୃଷ୍ଟି କରୁଥିବା ଜର୍ମ ସେଲରୁ (germ cell tumor) ବାହାରେ ।[6][8] ଏହା ଦୁଇ ପ୍ରକାର ଦେଖାଯାଏ ଯଥା:- ପକ୍ୱ (mature) ଓ ଅପକ୍ୱ (immature) ।[6] ଡର୍ମଏଡ ସିସ୍ଟ (dermoid cyst) ପକ୍ୱ ଶ୍ରେଣୀରେ ଥାଏ ଓ ଏହା ଏକ ବିନାଇନ (benign) ଅର୍ବୁଦ ।[8] ଅପକ୍ୱ ଶ୍ରେଣୀର ଅର୍ବୁଦ କର୍କଟ ରୋଗ ଶ୍ରେଣୀର ହୋଇପାରେ ।[6][9] ଅଧିକାଂଶ ଓଭାରିଆନ ଟେରାଟୋମା ପକ୍ୱ ଶ୍ରେଣୀର ଅର୍ବୁଦ । [10] ଟେସ୍ଟିକ୍ଲ ଟେରାଟୋମା ସାଧାରଣତଃ କର୍କଟ ଶ୍ରେଣୀର ଅର୍ବୁଦ ।[11] ତନ୍ତୁ ବାୟୋପ୍ସି (tissue biopsy) କରି ରୋଗ ନିର୍ଣ୍ଣୟ କରାଯାଏ ।[2]
ସାଧାରଣତଃ ଉପର ଲିଖିତ ସମସ୍ତ ଟେରାଟୋମା ଅପରେଶନ କରି ଚିକିତ୍ସା କରାଯାଏ ।[3][4][12] ଟେସ୍ଟିକୁଲାର ଓ ଅପକ୍ୱ ଓଭାରିଆନ ଟେରାଟୋମା ଅନେକ ସମୟରେ କେମୋଥେରାପି (chemotherapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[4][10]
୩୦,୦୦୦ ନବଜାତ ମଧ୍ୟରୁ ଜଣେ ଲାଞ୍ଜ ଅସ୍ଥି ଟେରାଟୋମାରେ ପୀଡ଼ିତ ହୁଏ ଓ ଏହା ସେହି ବୟସରେ ସର୍ବାଧିକ ସାଧାରଣ ଅର୍ବୁଦ ରୂପେ ଗଣ୍ୟ ହୁଏ ।[3][5] ଝିଅମାନେ ପୁଅଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହେବା ଦେଖାଯାଏ ।[3] ସମସ୍ତ ଓଭାରି ଅର୍ବୁଦଙ୍କ (ovarian tumors) ମଧ୍ୟରୁ ଏକ ଚତୁର୍ଥାଂଶ ଟେରାଟୋମା ଥାଏ ଓ ଏହା ମଧ୍ୟ ବୟସରେ ନଜରକୁ ଆସେ । [10] ସମସ୍ତ ଟେସ୍ଟିକୁଲାର କର୍କଟ (testicular cancers) ରୋଗ ମଧ୍ୟରୁ ପ୍ରାୟ ଅଧା ଅଂଶ ଏହି ଟେରାଟୋମାରୁ ସୃଷ୍ଟି ହୁଏ ।[13] ସେଗୁଡ଼ିକ ଉଭୟ ପିଲା ଓ ଯୁବାବସ୍ଥାରେ ଦେଖାଯାଏ । [14] ଗ୍ରୀକ ଶବ୍ଦର ରାକ୍ଷସ ଓ ଅର୍ବୁଦରୁ ଏହି ଟେରାଟୋମା ଶବ୍ଦ ସୃଷ୍ଟି ହୋଇଛି । [15]