ଜାତୀୟ ରାଜପଥ 19 (ଭାରତ )
ଜାତୀୟ ରାଜପଥ / From Wikipedia, the free encyclopedia
ଜାତୀୟ ରାଜପଥ ୧୯ (NH 19; ପୂର୍ବତନ NH2) ଏକ ଭାରତୀୟ ଜାତୀୟ ରାଜପଥ । .[1] ଦିଲ୍ଲୀ - କଲିକତା ରୋଡ କୁହାଯାଉଥିବା ଏହି ରାଜପଥ ଭାରତର ବ୍ୟସ୍ତତମ ରାଜପଥ ମଧ୍ୟରୁ ଗୋଟିଏ । ଏହାର ସମୁଦାୟ ଦୈର୍ଘ୍ୟ ୧,୪୩୫ କିଲୋମିଟର ଓ ଏହା ଦିଲ୍ଲୀ , ଉତ୍ତରପ୍ରଦେଶ , ବିହାର , ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ଦେଇ ଯାଇଥାଏ । ଏହା ଏଇତିହାସିକ ଗ୍ରାଣ୍ଡ ଟ୍ରଙ୍କ ରୋଡ ତଥା ଏନଏଚ-୧ ଓ ଏନଏଚ-୯୧ର ମୁଖ୍ୟ ଭାଗ ନେଇଥାଏ ।
ବିଭିନ୍ନ ରାଜ୍ୟରେ ଏହି ରାଜପଥର ଦୈର୍ଘ୍ୟ ଏହିପରି ,
- ଦିଲ୍ଲୀ : 12 km (7.5 mi)
- ଉତ୍ତର ପ୍ରଦେଶ : 752 km (467 mi)
- ବିହାର : 202 km (126 mi)
- ଝାଡ଼ଖଣ୍ଡ : 190 km (120 mi)
- ପଶ୍ଚିମ ବଙ୍ଗ : 235 km (146 mi)