![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/11/Reading-Glasses.jpg/640px-Reading-Glasses.jpg&w=640&q=50)
ଚକ୍ଷୁ ପ୍ରତିସରଣ ଦୋଷ
From Wikipedia, the free encyclopedia
ଚକ୍ଷୁ ପ୍ରତିସରଣ ଦୋଷ, (ଇଂରାଜୀ ଭଷାରେ refractive error ବା refraction error), ଏକ ସମସ୍ୟା ଯେଉଁଥିରେ ଚକ୍ଷୁରେ ପ୍ରବେଶ କରିଥିବା ଆଲୋକ ରେଖାମାନ ଚକ୍ଷୁର ଆକୃତି ଦୋଷରୁ ରେଟିନା ଉପରେ କେନ୍ଦ୍ରିଭୂତ (ଫୋକସ) ହୋଇପାରେ ନାହିଁ । [1] ସାଧାରଣ ଭାବରେ ଦେଖାଯାଉଥିବା ଦୋଷମାନ: ମାୟୋପିଆ (near-sightedness) ବା ସମୀପ-ଦୃଷ୍ଟି, ହାଇପରମେଟ୍ରୋପିଆ (far-sightedness) ବା ଦୂର-ଦୃଷ୍ଟି, ଆସ୍ଟିଗମାଟିଜ୍ମ (astigmatism) ଓ ପ୍ରେସବାୟୋପିଆ (presbyopia) । ସମୀପ ଦୃଷ୍ଟି ଥିଲେ ଦୂର ଜିନିଷ ଝାପସା ଦେଖାଯାଏ, ଦୂର ଦୃଷ୍ଟି ଥିଲେ ପାଖ ଜିନିଷ ଝାପସା ଦେଖାଯାଏ, ଆସ୍ଟିଗମାଟିଜ୍ମରେ ଜିନିଷ ଟାଣି ହୋଇଯିବା ଭଳି ଲାଗେ ଓ ଝାପସା ଦେଖାଯାଏ, ଓ ପ୍ରେସବାୟୋପିଆରେ ପାଖରେ ଥିବା ଜିନିଷକୁ ଆଖି ଫୋକସ କରିପାରେ ନାହିଁ । ଦ୍ୱୈତ ଦୃଶ୍ୟ (en:double vision), ମୁଣ୍ଡବଥା ଓ ଚକ୍ଷୁ ପୀଡ଼ା (eye strain) ଇତ୍ୟାଦି ଲକ୍ଷଣ ଏହି ଦୋଷରେ ଦେଖାଯାଏ ।[1]
ଚକ୍ଷୁ ପ୍ରତିସରଣ ଦୋଷ | |
---|---|
![]() ଚକ୍ଷୁ ପ୍ରତିସରଣ ଦୋଷ ନିମନ୍ତେ ଚଷମା ଦେଇ ଚିକିତ୍ସା କରାଯାଏ । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ophthalmology |
ଆଇସିଡ଼ି-୧୦ | H52.0-H52.4 |
ଆଇସିଡ଼ି-୯-ସିଏମ୍ | 367.0-367.2-367.9 |
ରୋଗ ଡାଟାବେସ | 29645 |
MeSH | D012030 |
ଚକ୍ଷୁ ଡୋଳା ଅଧିକ ଲମ୍ବା ହେଲେ ସମୀପ ଦୃଷ୍ଟି ହୁଏ, ଡୋଳା ବହୁତ ଛୋଟ ହେଲେ ଦୂର ଦୃଷ୍ଟି, ସ୍ୱଚ୍ଛ ପଟଳ ବା କର୍ନିଆର ଭୂଲ ଆକୃତି ହେଲେ ଆସ୍ଟିଗମାଟିଜ୍ଣ ଓ ଚକ୍ଷୁର ଜବକାଚ (lens of the eye) ବା ଲେନ୍ସ ବୟସାଧିକ୍ୟ ଯୋଗୁ ଅସ୍ୱଚ୍ଛ ଓ ଅପରିବର୍ତ୍ତନୀୟ ଆକାର ହେଲେ ପ୍ରେସବାୟୋପିଆ ହୁଏ । କେତେକ ପ୍ରତିସରଣ ଦୋଷ ବଂଶଗତ କାରଣ ଯୋଗୁ ହୁଏ ଯାହା ପିତାମାତାଙ୍କଠାରୁ ବଂଶାନୁକ୍ରମେ ଆସିଥାଏ । ଚକ୍ଷୁ ପରୀକ୍ଷା (eye examination) କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[1]
ଚଷମା, କଣ୍ଟାକ୍ଟ ଲେନ୍ସ (contact lenses) ବା ଅପରେଶନ ସାହାଯ୍ୟରେ ଚକ୍ଷୁ ପ୍ରତିସରଣ ଦୋଷ ନିବାରଣ କରାଯାଏ । ଏହି ଦୋଷ ନିବାରଣ ନିମନ୍ତେ ଚଷମା କାଚ ସର୍ବାଧିକ ସହଜ ଓ ନିରାପଦ ପଦ୍ଧତି । କଣ୍ଟାକ୍ଟ ଲେନ୍ସ ଲଗେଇଲେ ଦୃଷ୍ଟି କ୍ଷେତ୍ର ବୃଦ୍ଧି ହୁଏ କିନ୍ତୁ ଏହା ଯୋଗୁ ସଂକ୍ରମଣ ସଙ୍କଟ ରହେ । ପ୍ରତିସରଣ ଅପରେସନ (Refractive surgery) କଲେ କର୍ନିଆର ଆକାର ସ୍ଥାୟୀ ଭାବରେ ପରିବର୍ତ୍ତିତ ହୋଇଯାଏ ।[1]
ସାରା ପୃଥିବୀରେ ଚକ୍ଷୁ ପ୍ରତିସରଣ ଦୋଷ ଥିବା ଲୋକ ସଂଖ୍ୟା ପ୍ରାୟ ୧ରୁ ୨ ଶହ କୋଟି । ଏହି ଦୋଷ ହାର ବିଭିନ୍ନ ସ୍ଥାନ ଅନୁସାରେ ବଦଳେ: ୟୁରୋପରେ ୨୫% ଓ ଏସିଆରେ ୮୦% ଲୋକ ଏହି ଦୋଷରେ ଆକ୍ରାନ୍ତ ହୁଅନ୍ତି । [2] ସମୀପ ଦୃଷ୍ଟି ସର୍ବାଧିକ ସାଧାରଣ ବେମାରୀ ।[3] ବୟସ୍କ ଲୋକଙ୍କ ମଧ୍ୟରୁ ୧୪ରୁ ୪୯% ଓ ପିଲାଙ୍କ ମଧ୍ୟରୁ ୧.୨-୪୨% ଏହି ଦୋଷରେ ଆକ୍ରାନ୍ତ ହୁଅନ୍ତି ।.[4] ଦୂର ଦୃଷ୍ଟି ସାଧାରଣତଃ ବଡ଼ ପିଲା ଓ ବୟସ୍କ ଲୋକଙ୍କର ହୁଏ ।[5][6] ପ୍ରାୟ ୩୫ ବର୍ଷ ପରେ ପ୍ରେସବାୟୋପିଆ ହୁଏ ।[1] ସନ ୨୦୧୩ରେ ଚକ୍ଷୁ ପ୍ରତିସରଣ ଦୋଷ ସଂଶୋଧନ ନ କରାଯାଇଥିବା ଲୋକ ସଂଖ୍ୟା ପ୍ରାୟ ୬୬୦ ନିୟୁତ (ପ୍ରତି ୧୦୦ରେ ୧୦ଜଣ) ଥଲା ।[7] ଏମାନଙ୍କ ମଧ୍ୟରୁ ୯.୫ ନିୟୁତ ଲୋକ ଚକ୍ଷୁ ପ୍ରତିସରଣ ଦୋଷରୁ ଅନ୍ଧ ହୋଇଯାଇଥିଲେ ।[7] ଦୃଷ୍ଟିହୀନତାର ସର୍ବାଧିକ କାରଣ ମଧ୍ୟରେ ଚକ୍ଷୁ ପ୍ରତିସରଣ ଦୋଷ ସହିତ ପରଳ, ମାକୁଲାର ଡିଜେନେରେସନ ଓ ଜୀବସାର କ ଅଭାବର ଉଲ୍ଲେଖନୀୟ ଭୂମିକା ଥାଏ ।[8]