ଗୁଗ୍ଲୈଲୋମ ମାର୍କୋନୀ
From Wikipedia, the free encyclopedia
ଗୁଗ୍ଲୈଲୋମ ମାର୍କୋନୀ(୧୮୭୪ ଏପ୍ରିଲ ୨୫ - ୧୯୩୭ ଜୁଲାଇ ୨୦) ଜଣେ ଇଟାଲୀୟ ଉଦ୍ଭାବକ।ତାଙ୍କୁ ଦୂରବର୍ତ୍ତୀ ରେଡ଼ିଓର ସ୍ରଷ୍ଟା ବୋଲି କୁହାଯାଏ।ସେ ମାର୍କୋନୀ ଆଇନ ଏବଂ ରେଡିଓ ଟେଲିଗ୍ରାଫ ବ୍ୟବସ୍ଥା ଉଦ୍ଭାବନ କରିଥିଲେ।ତାଛଡା ରେଡ଼ିଓ ଉଦ୍ଭାବନର ଶ୍ରେୟ ମଧ୍ୟ ତାଙ୍କୁ ମିଳିଥିଲା।[1]
Quick Facts ଗୁଗ୍ଲୈଲୋମ ମାର୍କୋନୀ, ଜନ୍ମ ...
ଗୁଗ୍ଲୈଲୋମ ମାର୍କୋନୀ | |
---|---|
ଜନ୍ମ | (1874-04-25)୨୫ ଅପ୍ରେଲ ୧୮୭୪ |
ମୃତ୍ୟୁ | ୨୦ ଜୁଲାଇ ୧୯୩୭(1937-07-20) (ବୟସ ୬୩) ରୋମ, ଇଟାଲୀ |
ଜାତୀୟତା | ଇଟାଲୀୟନ |
ଶିକ୍ଷାନୁଷ୍ଠାନ | ୟୁନିଭରସିଟି ଅଫ ବୋଲୋଗ୍ନା |
ପ୍ରସିଦ୍ଧି | ରେଡିଓ |
ପୁରସ୍କାର | ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର (୧୯୦୯) |
ଦସ୍ତଖତ | |
Close
ମାର୍କୋନୀ ବହୁତ କମ ପାଠ ପଢ଼ିଥିଲେ।ସେ ନିଜ ପିତାଙ୍କର ଥିବା ଲାଇବ୍ରେରୀରେ ଥିବା ପୁସ୍ତକ ପଢ଼ି ଅଧିକ ଜ୍ଞାନ ଆହାରଣ କରିଥିଲେ।ସେ ବିଦ୍ୟୁତ ଉପରେ ଥିବା ତଥ୍ୟ ପୁସ୍ତକ ଅଧିକାଂଶ ପଢ଼ିଥିଲେ।ଔପଚାରିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ ବାଲୋଗ୍ନା ବିଶ୍ୱବିଦ୍ୟାଳୟକୁ ଯାଇଥିଲେ।ପରେ ସେ ବିଶିଷ୍ଟ ବୈଜ୍ଞାନିକ ଅଗଷ୍ଟୋ ରିଘିଙ୍କ ଅଧିନରେ ପାଠପଢ଼ିବା ସହ ଇଲେକ୍ଟୋମ୍ୟାଗ୍ନେଟିକ ୱ୍ଏଭ (ବିଦ୍ୟୁତଚୁମ୍ବକୀୟ ତରଙ୍ଗ) ଉପରେ ଗବେଷଣା କଲେ।