![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/96/Orissa_Tributary_States-IGI.jpg/640px-Orissa_Tributary_States-IGI.jpg&w=640&q=50)
ଗାଙ୍ଗପୁର ଗଡ଼ଜାତ ରାଜ୍ୟ
From Wikipedia, the free encyclopedia
ଗାଙ୍ଗପୁର ଗଡ଼ଜାତ ରାଜ୍ୟ ବ୍ରିଟିଶ ରାଜତ୍ୱ ସମୟରେ ଭାରତର ଗଡଜାତ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ୧୯୦୫ ପର୍ଯ୍ୟନ୍ତ ଏହା ପୂର୍ବ ରାଜ୍ୟ ଏଜେନ୍ସି( Eastern States Agency) ଅଧୀନରେ ଛୋଟା ନାଗପୁର ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ଥିଲା ।[1]
Quick Facts
ଗାଙ୍ଗପୁର ଗଡ଼ଜାତ ରାଜ୍ୟ | |||||
Type of subdivision of (the) Former Country | |||||
| |||||
![]() | |||||
History | |||||
• | Established | ୧୮୨୧ | |||
• | ଭାରତ ଗଣରାଜ୍ୟରେ ବିଲୟ | ୧୯୪୮ | |||
Area | |||||
• | ୧୯୪୧ | ୬,୪୫୪ km2 (୨,୪୯୨ sq mi) | |||
Close
ଗାଙ୍ଗପୁରର କ୍ଷେତ୍ରଫଳ ୬୪୫୪ ବର୍ଗ କିଲୋମିଟର ଓ ୧୯୪୧ ମସିହାରେ ଏହାର ଜନସଂଖ୍ୟା ୩୯୮,୧୭୧ ଥିଲା । ଜନସାଧାରଣ ମୁଖ୍ୟତଃ ଓଡ଼ିଆ ଭାଷାଭାଷୀ ଥିଲେ । ଏହା ୧ ଜାନୁଆରୀ ୧୯୪୮ରେ ଭାରତର ଏକ ଅଂଶ ଭାବରେ ମିଶିଥିଲା। ଗାଙ୍ଗପୁର ରାଜ୍ୟର ରାଜଧାନୀ ଆଧୁନିକ ଓଡ଼ିଶାର ସୁନ୍ଦରଗଡ ସହର ଥିଲା ।[2]