From Wikipedia, the free encyclopedia
ଗାଙ୍ଗପୁର ଗଡ଼ଜାତ ରାଜ୍ୟ ବ୍ରିଟିଶ ରାଜତ୍ୱ ସମୟରେ ଭାରତର ଗଡଜାତ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ୧୯୦୫ ପର୍ଯ୍ୟନ୍ତ ଏହା ପୂର୍ବ ରାଜ୍ୟ ଏଜେନ୍ସି( Eastern States Agency) ଅଧୀନରେ ଛୋଟା ନାଗପୁର ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ଥିଲା ।[1]
ଗାଙ୍ଗପୁର ଗଡ଼ଜାତ ରାଜ୍ୟ | |||||
Type of subdivision of (the) Former Country | |||||
| |||||
ଗାଙ୍ଗପୁର | |||||
History | |||||
• | Established | ୧୮୨୧ | |||
• | ଭାରତ ଗଣରାଜ୍ୟରେ ବିଲୟ | ୧୯୪୮ | |||
Area | |||||
• | ୧୯୪୧ | ୬,୪୫୪ km2 (୨,୪୯୨ sq mi) | |||
ଗାଙ୍ଗପୁରର କ୍ଷେତ୍ରଫଳ ୬୪୫୪ ବର୍ଗ କିଲୋମିଟର ଓ ୧୯୪୧ ମସିହାରେ ଏହାର ଜନସଂଖ୍ୟା ୩୯୮,୧୭୧ ଥିଲା । ଜନସାଧାରଣ ମୁଖ୍ୟତଃ ଓଡ଼ିଆ ଭାଷାଭାଷୀ ଥିଲେ । ଏହା ୧ ଜାନୁଆରୀ ୧୯୪୮ରେ ଭାରତର ଏକ ଅଂଶ ଭାବରେ ମିଶିଥିଲା। ଗାଙ୍ଗପୁର ରାଜ୍ୟର ରାଜଧାନୀ ଆଧୁନିକ ଓଡ଼ିଶାର ସୁନ୍ଦରଗଡ ସହର ଥିଲା ।[2]
ଗାଙ୍ଗପୁର ସମ୍ବଲପୁରର ରାଜ୍ୟର ଏକ ସାମନ୍ତ ରାଜ୍ୟ ଥିଲା । ୧୮୨୧ ମସିହାରେ ବ୍ରିଟିଶ କର୍ତ୍ତୃପକ୍ଷ ଗାଙ୍ଗପୁର ଉପରେ ସମ୍ବଲପୁରର ସାମ୍ରାଜ୍ୟ ଅଧିକାରକୁ ବାତିଲ କରିଦେଲେ ଏବଂ ଗାଙ୍ଗପୁରର ଶାସକଙ୍କୁ ଏକ ସନଦ ଦିଆଗଲା, ଯାହାଦ୍ୱାରା ଗାଙ୍ଗପୁର ଏକ ବ୍ରିଟିଶ ସାମନ୍ତ ରାଜ୍ୟ ଭାବରେ ମାନ୍ୟତା ପାଇଲା।[3][2]
ଗାଙ୍ଗପୁରର ଶାସକମାନେ ୧ ୧୮୭୪ ପରଠାରୁ ରାଜା ଉପାଧି ଗ୍ରହଣ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.