ଗର୍ଭାଶୟ ଅନ୍ତଃସ୍ତର କର୍କଟ
From Wikipedia, the free encyclopedia
ଗର୍ଭାଶୟ ଅନ୍ତଃସ୍ତର କର୍କଟ ଇଂରାଜୀରେ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଏକ ପ୍ରକାର କର୍କଟ ରୋଗ ଯାହା ଗର୍ଭାଶୟ କାନ୍ଥର ସବୁଠାରୁ ଭିତର ସ୍ତରର(ଏଣ୍ଡୋମେଟ୍ରିଅମ୍) ଝିଲ୍ଲିରୁ ଜାତ ହୁଏ । [1] ଏଠାରେ ଥିବା ଜୀବକୋଷ ଅନିୟନ୍ତ୍ରିତ ଓ ଅସ୍ୱାଭାବିକ ଭାବରେ ସଂଖ୍ୟା ବୃଦ୍ଧି କରି ନିକଟବର୍ତ୍ତୀ ସ୍ଥାନକୁ ମାଡ଼ିଯାଆନ୍ତି ଓ ଦେହର ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ବିସ୍ତାର ଲାଭ କରନ୍ତି । [2] ଏହି ରୋଗରେ ଅଧିକାଂଶ ସମୟରେ ଯୋନୀପଥରୁ ମାସିକ ଋତୁସ୍ରାବ ବ୍ୟତୀତ ରକ୍ତସ୍ରାବ ହୁଏ । ଏହାର ଅନ୍ୟାନ୍ୟ ଲକ୍ଷଣ: ମୁତ୍ର ତ୍ୟାଗରେ ଯନ୍ତ୍ରଣା]], ଯୌନ କ୍ରିଡ଼ାରେ ଯନ୍ତ୍ରଣା କିମ୍ବା ପେଲ୍ଭିସ୍ ବା ବସ୍ତିଦେଶରେ ଯନ୍ତ୍ରଣା ହୁଏ । [1] ମୂଖ୍ୟତଃ ଋତୁବନ୍ଦ ପରେ ଏହି ରୋଗ ହୁଏ । [3]
Endometrial cancer | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Oncology |
ଆଇସିଡ଼ି-୧୦ | C54.1 |
ଆଇସିଡ଼ି-୯-ସିଏମ୍ | 182.0 |
ଓଏମ୍ଆଇଏମ୍ | 608089 |
ରୋଗ ଡାଟାବେସ | 4252 |
ମେଡ଼ିସିନ-ପ୍ଲସ | 000910 |
ଇ-ମେଡ଼ିସିନ | med/674 radio/253 |
Patient UK | ଗର୍ଭାଶୟ ଅନ୍ତଃସ୍ତର କର୍କଟ |
MeSH | D016889 |
ପ୍ରାୟ ୪୦ % କେଶ୍ରେ ଏହି ରୋଗ ସହ ମୋଟାପଣ ବା ସ୍ଥୌଲ୍ୟତାର ସମ୍ପର୍କ ଥିବା ଦେଖାଯାଏ । [4] ଆନୁସଙ୍ଗିକ ଭାବରେ ଏହା ସାଥିରେ ଅଧିକ ଏସ୍ଟ୍ରୋଜେନ୍ ପ୍ରଭାବ, ଉଚ୍ଚ ରକ୍ତଚାପ ଓ ଡାଏବେଟିସ୍ ଦେଖାଯାଏ । [1] କେବଳ ଏସ୍ଟ୍ରୋଜେନ ଗ୍ରହଣ କଲେ ଏହି ରୋଗ ସଙ୍କଟ ଅଧିକ ଥିବାବେଳେ ଏସ୍ଟ୍ରୋଜେନ ସହ ପ୍ରୋଜେସ୍ଟେରନ୍ (ଜନ୍ମ ନିରୋଧକ ବଟିକା) ସେବନ କଲେ ଏହି ସଙ୍କଟ କମ୍ ରହେ । [1][4] ୨ରୁ ୫ % ରୋଗୀଙ୍କର ପିତାମାତାଙ୍କ ଜିନ ସହ ବଂଶଗତ ସମ୍ପର୍କ ଥିବା ଦେଖାଯାଏ । [4] ଏହି ରୋଗକୁ ଅନେକ ସମୟରେ ଗର୍ଭାଶୟ କର୍କଟ କୁହାଗଲେ ମଧ୍ୟ ଏହା ସେହି କର୍କଟ ନୁହେଁ ଓ ଗର୍ଭାଶୟ ଗ୍ରୀବା କର୍କଟ, ଗର୍ଭାଶୟ ସାର୍କୋମା ଓ ଟ୍ରୋଫୋବ୍ଲାସ୍ଟିକ ରୋଗଠାରୁ ସମ୍ପୁର୍ଣ୍ଣ ଅଲଗା ।[5] ଶତକଡ଼ା ୮୦ ଭାଗ କେଶ୍ରେ ଉତ୍ତକ ତତ୍ତ୍ୱ(histopathology) ଅନୁସାରେ ଏହାର ନାମ ଏଣ୍ଡୋମେଟ୍ରିଅଏଡ଼ କର୍କଟ ।[4] ଡାଇଲାଟେସନ୍ ଓ କ୍ୟୁରେଟେଜ ସମୟରେ ନମୁନା ନେଇ ବା ଏଣ୍ଡୋମେଟ୍ରିଆଲ ବାୟୋପ୍ସି ନେଇ ରୋଗ ନିର୍ଣ୍ଣୟ କରାଯାଏ । ଗୋଟିଏ ପାପ୍ ସ୍ମିଅର୍ (pap smear) ଏହି ରୋଗ ନିର୍ଣ୍ଣୟ କରିବାକୁ ଯଥେଷ୍ଟ ନୁହେଁ । [6] ସାଧାରଣ ସଙ୍କଟାବସ୍ଥା ଥିଲେ ମଧ୍ୟ ନିୟମିତ ସ୍କ୍ରିନିଙ୍ଗ ଅନାବଶ୍ୟକ । [7]
ଏହି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିମନ୍ତେ ଚିକିତ୍ସାର ଅଗ୍ରଣୀ ପସନ୍ଦ ହେଉଛି ଆବ୍ଡୋମିନାଲ୍ ହିସ୍ଟେରେକ୍ଟୋମି ଅପରେଶନ୍ ଯେଉଁଥିରେ ସମୁଦାୟ ଜରାୟୁ କଢ଼ାଯାଏ ଓ ଫାଲୋପିଆନ ଟ୍ୟୁବ୍ ସହ ଦୁଇ ପାଖର ଓଭାରି ବା ଡିମ୍ବକୋଷ ବାହାର କରିଦିଆଯାଏ ଯାହାକୁ ବାଇଲାଟେରାଲ ସାଲ୍ପିଙ୍ଗୋ-ଉଫୋରେକ୍ଟୋମି କୁହାଯାଏ । ରୋଗ ଅତି ଆଗେଇଥିଲେ ରାଡିଏସନ୍ ଥେରାପି, କେମୋଥେରାପି କିମ୍ବା ହର୍ମୋନ୍ ଥେରାପି ଦିଆଯାଏ । ଆଶୁ ସ୍ଟେଜ୍ରେ ରୋଗ ନିର୍ଣ୍ଣୟ ହୋଇଥିଲେ ଫଳାଫଳ ଅନୁକୂଳ ହୁଏ,[6] ଓ ପାଞ୍ଚବର୍ଷିଆ ଆୟୁଷ ଆମେରିକାରେ ୮୦%ରୁ ଅଧିକ ହୁଏ । [8]
ସନ ୨୦୧୨ରେ ୩୨୦,୦୦୦ ମହିଳାଙ୍କୁ ଏଣ୍ଡୋମେଟ୍ରିଆଲ କର୍କଟ ହୋଇଥିଲା ଓ ସେହି କାରଣରୁ ୭୬,୦୦୦ ମୃତ୍ୟୁ ହୋଇଥିଲା । [4] ମହିଳା କର୍କଟ ରୋଗରେ ଏହା ତୃତୀୟ ସ୍ଥାନ ଅଧିକାର କରିଛି; ଡିମ୍ବାଶୟ କର୍କଟ ଓ ପ୍ପଜରାୟୁ ଗ୍ରୀବା କର୍କଟ[[ ପରେ ଏହାର ସ୍ଥାନ ରହିଛି । ବିକଶିତ ଦେଶମାନଙ୍କରେ ଏହା ଅତି ସାଧାରଣ [4] ଓ ମହିଳା ପ୍ରଜନନ ଶ୍ରେଣୀର ରୋଗମାନଙ୍କ ମଧ୍ୟରେ ଅତିଶୟ ସାଧାରଣ ରୋଗ । [6] ସନ ୧୯୮୦ରୁ ୨୦୧୦ ମଧ୍ୟରେ ଏହି ରୋଗ ହେବାର ହାର ବଢ଼ିଚାଲିଛି । [4] ଅଧିକ ବୟସ୍କ ଲୋକ ଥିବାରୁ ଓ ଅଧିକ ମୋଟା ହେଉଥିବାରୁ ଏହା ବଢ଼ିବା ବିଶ୍ୱାସ କରାଯାଉଛି । [9]