From Wikipedia, the free encyclopedia
ଗର୍ଭାଶୟ କର୍କଟ (ଇଂରାଜୀ ଭାଷାରେ Uterine cancer, also known as womb cancer) ମାନବ ଜରାୟୁରେ (uterus) ଜାତ ହେଉଥିବା ଦୁଇ ପ୍ରକାର କର୍କଟ ରୋଗକୁ ବୁଝାଏ ।[6] ଜରାୟୁରେ ଥିବା ଏପିଥେଲିଅମରୁ ଜାତ ହେଉଥିବା କର୍କଟକୁ ଏଣ୍ଡୋମେଟ୍ରିଆଲ କର୍କଟ (Endometrial cancer) ଓ ଅନ୍ୟାନ୍ୟ ସଂଯୋଗକାରୀ ତନ୍ତୁରୁ ଜାତ କର୍କଟ ରୋଗକୁ ଗର୍ଭାଶୟ ସାର୍କୋମା କୁହାଯାଏ ।[1][2] ଏହି ରୋଗରେ ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା ହୋଇପାରେ ।[1] ଗର୍ଭାଶୟ ସାର୍କୋମା (uterine sarcoma) ହେଲେ ଅସାଧାରଣ ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି ହୋଇପାରେ ।[2]
ଗର୍ଭାଶୟ କର୍କଟ | |
---|---|
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ଏଣ୍ଡୋମେଟ୍ରିଆଲ କର୍କଟ: ଯୋନୀ ରକ୍ତସ୍ରାବ (vaginal bleeding) ଓ ଶ୍ରୋଣୀ ବା ପେଲଭିସରେ (pelvis) ଯନ୍ତ୍ରଣା। [1] ଗର୍ଭାଶୟ ସାର୍କୋମା: ରକ୍ତସ୍ରାବ ଓ ଯୋନୀ ମଧ୍ୟରେ ଗୋଟାଳି[2] |
ବିପଦ କାରକ | ଏଣ୍ଡୋମେଟ୍ରିଆଲ କର୍କଟ: ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ [1] ଗର୍ଭାଶୟ ସାର୍କୋମା: ପେଲଭିସରେ ରାଡିଏସନ ଥେରାପି (radiation therapy) [2] |
ଚିକିତ୍ସା | ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy)[1][2] |
Prognosis | ୮୧% ୫ ବର୍ଷ ବଞ୍ଚିବା ହାର 5 year survival (US)[3] |
ପୁନଃପୌନିକ | ୩.୮ ନିୟୁତ (୨୦୧୫)[4] |
ମୃତ୍ୟୁ ସାନ୍ଦ୍ରତା | ୯୦,୦୦୦ (୨୦୧୫)[5] |
ମୋଟାପଣ, ମେଟାବୋଲିକ ସିଣ୍ଡ୍ରୋମ (metabolic syndrome), type 2 diabetes, ରୋଗର ପାରିବାରିକ ଇତିହାସ ଥିଲେ ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ସଙ୍କଟ ରହିପାରେ ।[1] ପେଲଭିସରେ ରାଡିଏସନ ଥେରାପି (radiation therapy) ଦିଆଯାଇଥିଲେ ଗର୍ଭାଶୟ ସାର୍କୋମା ସଙ୍କଟ ରହିପାରେ ।[2] ଏଣ୍ଡୋମେଟ୍ରିଆଲ ବାୟୋପ୍ସି endometrial biopsy କରି ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ନିର୍ଣ୍ଣୟ କରାଯାଏ ।[1] ଲକ୍ଷଣ, ପେଲଭିସ ପରୀକ୍ଷା (pelvic exam) ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ଗର୍ଭାଶୟ ସାର୍କୋମା ରୋଗ ନିର୍ଣ୍ଣୟ କରାଯାଏ ।[2]
ଏଣ୍ଡୋମେଟ୍ରିଆଲ କର୍କଟ ରୋଗ ଆରୋଗ୍ୟ କରାଯାଇପାରେ କିନ୍ତୁ ଗର୍ଭାଶୟ ସାର୍କୋମା ଚିକିତ୍ସା ଅତୀବ କଷ୍ଟସାଧ୍ୟ ।[6] ଅପରେଶନ (Surgery), ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ହରମୋନ ଥେରାପି (hormone therapy), ଟାରଗେଟେଡ ଥେରାପି (targeted therapy) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[1][2] ରୋଗ ନିର୍ଣ୍ଣୟ ପରେ ୮୦%ରୁ ଅଧିକ ରୋଗୀ ୫ ବର୍ଷରୁ ଅଧିକ ସମୟ ବଞ୍ଚିଯାଆନ୍ତି ।[3]
ସନ ୨୦୧୫ରେ ପ୍ରାୟ ୩.୮ ନିୟୁତ ଲୋକଙ୍କର ଏହି ରୋଗ ହୋଇ ୯୦,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ।[4][5] ଏଣ୍ଡୋମେଟ୍ରିଆଲ କର୍କଟ ଏକ ଅପେକ୍ଷାକୃତ ସାଧାରଣ ରୋଗ କିନ୍ତୁ, ଗର୍ଭାଶୟ କର୍କଟ କ୍ୱଚିତ ହୁଏ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ କର୍କଟ ରୋଗର ୩.୫% ନୂଆ ରୋଗୀ ଅଟନ୍ତି ।[3] ମହିଳାମାନେ ୫୫ରୁ ୭୪ ବର୍ଷ ବୟସ ମଧ୍ୟରେ ଏହି ରୋଗର ଶିକାର ହୁଅନ୍ତି ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.