କେ କେ ଉଷା (ଜନ୍ମ ୩ ଜୁଲାଇ ୧୯୩୯) କେରଳ ଉଚ୍ଚ ନ୍ୟାୟାଳୟର ଜଣେ ପୂର୍ବତନ ବିଚାରପତି ।

Quick Facts Hon'ble Justice ନ୍ୟାୟାଧୀଶ କେ କେ ଉଷା, ପ୍ରଧାନ ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ ...
Hon'ble Justice

ନ୍ୟାୟାଧୀଶ କେ କେ ଉଷା
Thumb
ପ୍ରଧାନ ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୨୦୦୦  ୨୦୦୧
ପୂର୍ବ ଅଧିକାରୀଅରବିନ୍ଦ ବିନୟକାରାଓ ସାଭାଣ୍ଟ
ପର ଅଧିକାରୀବି ଏନ୍ ଶ୍ରୀକ୍ରିଷ୍ଣା
ବିଚାରପତି କେରଳ ଉଚ୍ଚ ନ୍ୟାୟାଳୟ
କାର୍ଯ୍ୟକାଳ
୧୯୯୧  ୨୦୦୦
ବ୍ୟକ୍ତିଗତ ସବିଶେଷ
ଜନ୍ମ (1939-07-03) ୩ ଜୁଲାଇ ୧୯୩୯ (ବୟସ ୮୪)
ଥିଶୁର, କେରଳ, ଭାରତ
ନାଗରିକତାଭାରତୀୟ
ଜାତୀୟତା ଭାରତ
ଜୀବନ ସାଥୀବିଚାରପତି କେ ସୁକୁମରନ
Close
Thumb
କେରଳ ଉଚ୍ଚ ନ୍ୟାୟାଳୟ

ଜୀବନ

ସେ ୧୯୬୧ରେ ଜଣେ ଓକିଲ ଭାବେ ଅବସ୍ଥାପିତ ହୋଇଥିଲେ । ୧୯୭୯ରେ କେରଳ ଉଚ୍ଚ ନ୍ୟାୟାଳୟରେ ସେ ସରକାରୀ ଓକିଲ ହୋଇଥିଲେ ।[1] ସେ ପ୍ରଥମେ ବିଚାରପତି ଓ ପରେ ୨୫ ଫେବୃଆରୀ ୧୯୯୧ରୁ ୩ ଜୁଲାଇ ୨୦୦୧ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଥିଲେ ।[2] ସେ ମଧ୍ଧ୍ୟ ୨୦୦୦ରୁ ୨୦୦୧ ପ୍ରଧାନ ବିଚାରପତି ଥିଲେ ।[3] ସେ ବାର୍ରୁ ଉଚ୍ଚନ୍ୟାୟାଳୟ ଯୋଗଦେଇ ପରେ ପ୍ରଧାନ ବିଚାରପତି ହେବାରେ ପ୍ରଥମ ମହିଳା ଥିଲେ । ଉଚ୍ଚ ନ୍ୟାୟାଳୟରୁ ଅବସର ପରେ ୨୦୦୧ରୁ ୨୦୦୪ ସେ ଦିଲ୍ଲୀ ବେସିତ ପରିପାଟୀ, ରାଜ୍ୟକର ଓ ସେବାକରର ପୁନଃବିଚାର ସମ୍ବନ୍ଧୀୟ (Customs, Excise and Service Tax Appellate) ଟ୍ରିବ୍ୟୁନାଲର ସଭାପତି ଥିଲେ ।[1]

ଅନ୍ୟାନ୍ୟ କାର୍ଯ୍ୟ

୧୯୭୫ରେ ସେ ଜର୍ମାନୀର ହାମବର୍ଗଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ । ସେ ମଧ୍ଧ୍ୟ ମହିଳାମୀନଙ୍କ ପ୍ରତି ହେଉଥିବା ସମସ୍ତ ଭେଦଭାବର ଦୂରୀକରଣ ଉପରେ ଜାତିସଂଘ ତରଫରୁ ହୋଇଥିବା ଯୁଗଳ ସେମିନାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ,ଯାହା ଆନ୍ତର୍ଜାତୀୟ ମହିଳା ଆଇନଜ୍ଞ ଫେଡେରେସନ୍ ଓ ଆନ୍ତର୍ଜାତୀୟ ନ୍ୟାୟ ବୃତ୍ତିରେ ମହିଳାଙ୍କ ଫେଡ଼େରେସନ୍ ତରଫରୁ ଆୟୋଜିତ ହୋଇଥିଲା । ସେ ବିଶ୍ୱବିଦ୍ୟାଳୟ ମହିଳା ସଂଘର ସଭାପତି ଥିଲେ । ସେ ମଧ୍ଧ୍ୟ ତ୍ରିଭେନ୍ଦ୍ରମସ୍ଥିତ ଶ୍ରୀ ନାରାୟଣ ସେବିକା ସମାଜମ୍ ନାମକ ଏକ ଅନାଥ ତଥା ପୀଡ଼ିତ ମହିଳାଙ୍କ ଆଶ୍ରମ ସହ ଜଡ଼ିତ ଥିଲେ ।[1]

ଜାନୁଆରୀ ୨୦୦୫ରୁ ଅକ୍ଟୋବର ୨୦୦୬, ଓଡ଼ିଶାରେ ହୋଇଥିବା ଧର୍ମ ସମ୍ବନ୍ଧୀୟ ଦଙ୍ଗାର ନିରୀକ୍ଷଣ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲIndian People's Tribunal (IPT)ର ମୁଖ୍ୟ ବାବେ ସେ ନିଯୁକ୍ତ ହୋଇଥିଲେ ।[4] ସଂଘ ପରିବାରର କର୍ମକର୍ତ୍ତାମାନେ ଭୁବନେଶ୍ୱରଠାରେ ଶେଷ ଶୁଣାଣି ବେଳେ ବ୍ୟାଘାତ ସୃଷ୍ଟି କରିଥିଲେ । ଟ୍ରିବ୍ୟୁନାଲର ଜଣେ ସଦସ୍ୟ ଅଙ୍ଗନା ପି. ଚାଟାର୍ଜୀ, ଅଭିଯୋଗ ଆଣିଥିଲେ ଯେ, ହିନ୍ଦୁ ଜାତୀୟତାବାଦୀ ଚ୍ରିବ୍ୟୁନାଲର ସଦସ୍ୟଙ୍କୁ ବଳାତ୍କାର କରି, ରାସ୍ତାରେ ଉଲଗ୍ନ କରି ଚଲାଇବାକୁ ଧମକ ଦେଇଛନ୍ତି ।[5] କେ କେ ଉଷା ଓ ଟ୍ରିବ୍ୟୁନାଲର ଅନ୍ୟ ଜଣେ ସଦସ୍ୟ ଆର୍ ଏ ମେହେଟା, ଯେ ଗୁଜରାଟ ଉଚ୍ଚ ନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ଥିଲେ, ଏହି ଧମକକୁ ଆଶ୍ଚର୍ଯ୍ଜନକ, ଭୟଙ୍କର ଓ ଅତ୍ୟନ୍ତ ଦୁଃଖଦ ବୋଲି କହିଥିଲେ ।[6] ଡିସେମ୍ବର ୨୦୧୧ରେ ସେ ମଣିପୁରରେ ହେଉଥିବା ମାନବ ଅଧିକାର ଘଟଣାର ତଦନ୍ତ ପାଇଁ ଗଠିତ ଭାରତୀୟ ଜନ ଟ୍ରିବ୍ୟୁନାଲର ସଦସ୍ୟ ଥିଲେ । ଏହି ପ୍ୟାନେଲ୍ ଇମ୍ଫାଲଠାରେ ପାଞ୍ଚ ବର୍ଷ ମଧ୍ଧ୍ୟରେ ହୋଇଥିବା ୪୦ରୁ ଅଧିକ ଅନୈତିକ ହତ୍ୟା ଓ ଅନ୍ୟ ମାନବ ଅଧିରାର ଉଲଂଘନ ଘଟଣାର ତଦନ୍ତ କର୍ଥିଲେ । ଏହା ରାଜ୍ୟରେ ସୈନ୍ୟ ବାହିନୀ (ସ୍ୱତନ୍ତ୍ର ଶକ୍ତି) ଆକ୍ଟ୍ ରବ୍ଦ କରିବା ପାଇଁ ଉପଦେଶ ଦେଇଥିଲା ।[7]

ଆଧାର

ବାହ୍ୟ ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.