From Wikipedia, the free encyclopedia
୩,୪-ମେଥିଲିନ୍ଡାଇଅକ୍ସିମେଥାମ୍ଫେଟାମିନ୍ (ଇଂରାଜୀ ଭାଷାରେ 3,4-Methylenedioxymethamphetamine ବା MDMA), ସାଧାରଣ ଭାବରେ ଏକ୍ସଟାସି ନାମରେ ଜଣାଶୁଣା (ଇଂରାଜୀ ଭାଷାରେ E), ଏକ ମନୋସକ୍ରିୟ ଔଷଧ ଯାହା ମନୋରଞ୍ଜନ ଔଷଧ ଭାବରେ ବ୍ୟବହାର କରାଯାଏ । ସହାନୁଭୂତି, ସୁଖ, ଆନନ୍ଦ ଆଦି ଅନୁଭବକୁ ଏହା ଶିଖରକୁ ନେଇଯାଏ, ସମୟ ଜ୍ଞାନ ଓ କାମାବେଗ ବଦଳିଯାଏ ।[10][11] ପାଟିରେ ନେଲେ ଏହାର ପ୍ରଭାବ ୩୦ରୁ ୪୫ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ଓ ୩ରୁ ୬ ଘଣ୍ଟା ପରେ ଶେଷ ହୋଇଯାଏ ।[8][12] ଏହାକୁ ଶୁଙ୍ଘିକରି ବା ଧୁଆଁ କରି ପ୍ରଶ୍ୱାସରେ ନିଆଯାଏ ।[13] ସନ ୨୦୧୬ ସୁଦ୍ଧା ଏହି ଔଷଧକୁ ଡାକ୍ତରୀ ବ୍ୟବହାରରେ ଲଗାଯାଇନାହିଁ । [5]
Clinical data | |
---|---|
Pronunciation | methylenedioxymethamphetamine: /ˈmɛ.θɪ.liːn.daɪ.ˈɒk.si./ /ˌmɛθæmˈfɛtəmiːn/ |
Synonyms | 3,4-MDMA, Ecstasy (E, X, XTC), Molly, Mandy[1][2] |
AHFS/Drugs.com | entry |
Dependence liability | Physical: none[3] Psychological: moderate |
Addiction liability | Moderate[4] |
Routes of administration | Common: orally[5] Uncommon: snorting,[5] inhalation (vaporization),[5] injection,[5][6] rectal |
ATC code |
|
Legal status | |
Legal status |
|
Pharmacokinetic data | |
Metabolism | Liver, CYP450 extensively involved, including CYP2D6 |
Metabolites | MDA, HMMA, HMA, DHA, MDP2P, MDOH[7] |
Onset of action | 30–45 minutes (orally)[8] |
Elimination half-life | (R)-MDMA: 5.8 ± 2.2 hours[9] (S)-MDMA: 3.6 ± 0.9 hours[9] |
Duration of action | 4–6 hours[8] |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
Chemical and physical data | |
Formula | C11H15NO2 |
Molar mass | ୧୯୩.୨୫ g·mol−1 |
3D model (JSmol) | |
Chirality | Racemic mixture |
Boiling point | 105 °C (221 °F) at 0.4 mmHg (experimental) |
SMILES
| |
InChI
| |
(verify) |
ଏହି ଫର୍ମୁଲାର ପାର୍ଶ୍ୱପ୍ରତିକ୍ରିୟାମାନଙ୍କ ନାମ:- ନିଶାଗ୍ରସ୍ତ, ସ୍ମରଣ ସମସ୍ୟା, ପାରାନୋଇଆ, ନିଦ୍ରା ସମସ୍ୟା, ଦାନ୍ତ ରଗଡ଼ିବା, ଝାପ୍ସା ଦୃଷ୍ଟି, ଝାଳ ବୋହିବା ଓ ଦୃତ ହୃତ୍ପିଣ୍ଡ ଗତି । ଏହାର ବ୍ୟବହାରରେ ଅବସାଦ ଓ ଥକ୍କା ମଧ୍ୟ ଆସେ । ଶରୀର ଉତ୍ତାପ ବୃଦ୍ଧି ଓ ନିର୍ଜଳନ ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ ।[13] ସେରୋଟୋନିନ୍, ଡୋପାମିନ୍ ଓ ନର୍-ଏପିନେଫ୍ରିନ ଆଦି ନିଉରୋଟ୍ରାନ୍ସମିଟରମାନଙ୍କର ଦୃତ ବିମୋଚନ ଓ ଧିର ରିଅପଟେକ୍ ଏମଡିଏମଏ ଯୋଗୁ ହୁଏ ଫଳରେ ମସ୍ତିଷ୍କର କିଛି ଅଂଶ ଉପରେ ଉତ୍ତେଜକ ଓ ମନୋବିକୃତକାରୀ ପ୍ରଭାବ ପଡ଼େ ।[3][14] ପ୍ରାରମ୍ଭିକ ନିଉରୋଟ୍ରାନ୍ସମିଟର ବୃଦ୍ଧି ପରେ ସ୍ୱଳ୍ପ ସ୍ଥାୟୀ ହ୍ରାସ ହୁଏ ।[12][13] ଗଠନାତ୍ମକ ଭାବେ ଏହା ମେଥାମ୍ଫେଟାମିନ୍ ସହିତ ଅନୁରୂପ କିନ୍ତୁ ଏହାର ଔଷଧୀୟ ଓ ବିଷାକ୍ତତା ଗୁଣରେ ଆମ୍ଫେଟାମିନ୍ ସହିତ ତୁଳନୀୟ ।[12][14]
ଏମ୍ଡିଏମ୍ଏ ପ୍ରଥମେ ସନ ୧୯୧୨ରେ ପ୍ରସ୍ତୁତ ହୋଇଥିଲା ।[13] ସନ ୧୯୭୦ରେ ସାଇକୋଥେରାପିରେ ବ୍ୟବହୃତ ହେଲା ଓ ସନ ୧୯୮୦ରେ ରାସ୍ତା ଡ୍ରଗ୍ ଭାବରେ ବ୍ୟବହୃତ ହେଲା ।[12][13][15] ଏହା ମୂଖ୍ୟତଃ ନାଚ ପାର୍ଟି ଓ ରେଭ ପାର୍ଟିମାନଙ୍କରେ ବ୍ୟବହୃତ ହେଉଛି ।[16] ଅନେକ ସମୟରେ ଏହା ସହିତ ଏଫିଡ୍ରିନ୍ ଓ କେଟାମିନ୍ ମିଶ୍ରିତ ହୋଇ ବିକ୍ରି ହେଉଛି ।[13] ସନ ୨୦୧୩ରେ ୧୫ରୁ ୬୫ ବର୍ଷ ବୟସ୍କ ୯ରୁ ୨୮ ନିୟୁତ (ପୃଥିବୀ ଜନସଂଖ୍ୟାର ୦.୨% to ୦.୬%) ଲୋକ ଏକ୍ସଟାସି (ଏମଡିଏମଏ) ବ୍ୟବହାର କରିଥିଲେ । ଏହା କୋକେନ, ଆମ୍ଫେଟାମିନ୍ ଓ ଓପିଅଏଡ୍ ବ୍ୟବହାରୀଙ୍କ ସଂଖ୍ୟା ସହିତ ସମାନ କିନ୍ତୁ ଗଞ୍ଜେଇ ଗ୍ରହଣକାରୀଙ୍କ ସଂଖ୍ୟାଠାରୁ କମ୍ ।[17] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୦ରେ ପ୍ରାୟ ୦.୯ ନିୟୁତ ଲୋକ ଏହା ବ୍ୟବହାର କରିଥିଲେ ।[13]
ଅଧିକାଂଶ ଦେଶରେ ଏମଡିଏମଏ ଡ୍ରଗ୍ ରଖିବା ଓ ବ୍ୟବହାର କରିବା ବେଆଇନ । କେବଳ ଗବେଷଣା ନିମନ୍ତେ କିଛିଟା ରିହାତି ଦିଆଯାଏ । ସାଂଘାତିକ ଓ ଚିକିତ୍ସା-ଅବରୋଧୀ ମାନସିକ ରୋଗ ଚିକିତ୍ସା ନିମନ୍ତେ ସ୍ୱଳ୍ପ ବା ନିମ୍ନ ଡୋଜ୍ର ଏମଡିଏମଏ ନିମନ୍ତେ ଗବେଷଣା ଚାଲିଛି ।[10][18] ଏହାର ଉପକାର ଅପେକ୍ଷା ଅପକାର ଉପରେ ଅଧିକ ଗବେଷଣା ଆବଶ୍ୟକ ।[10][18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.