![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3c/Glutathione-3D-vdW.png/640px-Glutathione-3D-vdW.png&w=640&q=50)
ଆଣ୍ଟିଅକ୍ସିଡାଣ୍ଟ
From Wikipedia, the free encyclopedia
ଆଣ୍ଟିଅକ୍ସିଡାଣ୍ଟ (ଇଂରାଜୀ ଭାଷାରେ antioxidant) ଏକ ମଲିକ୍ୟୁଲ (molecule) ଯାହା ଅନ୍ୟ ମଲିକ୍ୟୁଲମାନଙ୍କର ଅକ୍ସିଡେସନ (oxidation) ଅବରୋଧ କରେ । ଅକ୍ସିଡେସନ ଏକ ପ୍ରକାର ରାସାୟନିକ ପ୍ରତିକ୍ରିୟା (chemical reaction) ଯାହା ଚେନ ପ୍ରତିକ୍ରିୟାକାରୀ (chain reaction) ଫ୍ରିରାଡିକାଲ (free radicals)ଦ୍ୱାରା ଜୀବକୋଷ (cells) ନଷ୍ଟ କରିପାରେ । ଥାୟଲ (thiols) ବା ଆସକର୍ବିକ ଏସିଡ ଏହି ଚେନ ପ୍ରତିକ୍ରିୟକୁ ଶେଷ କରିଦିଏ । ଦୁଇ ମୁଖ୍ୟ ପଦାର୍ଥ ସହିତ ଆଣ୍ଟିଅକ୍ସିଡାଣ୍ଟ ସଂଯୁକ୍ତ କରାଯାଏ ଯଥା ଅକ୍ସିଡେସନ ପ୍ରତିରୋଧ କରିବା ନିମନ୍ତେ ଶିଳ୍ପ ସମ୍ବନ୍ଧୀୟ ରାସାୟନିକ ପଦାର୍ଥ ଯୋଗ କରାଯାଏ; ଓ ଖାଦ୍ୟରେ ଥିବା ପ୍ରାକୃତିକ ରାସାୟନିକ ପଦାର୍ଥ ଯାହା ସ୍ୱାସ୍ଥ୍ୟ ଉପରେ ଉପକାରୀ ପ୍ରଭାବ ରଖେ ।
![Thumb image](http://upload.wikimedia.org/wikipedia/commons/thumb/3/3c/Glutathione-3D-vdW.png/640px-Glutathione-3D-vdW.png)
ଉଦ୍ଭିଦ ଓ ପ୍ରାଣୀମାନେ ଗ୍ଲୁଟାଥାୟୋନ (glutathione) ଓ ଦେହରେ ପ୍ରସ୍ତୁତ ବିଭିନ୍ନ ଏଞ୍ଜାଇମ ଯେପରିକି କାଟାଲେଜ (catalase), ସୁପରଅକ୍ସାଇଡ ଡିସମ୍ୟୁଟେଜ (superoxide dismutase) ଓ ଖାଦ୍ୟରେ ଥିବା ଜୀବସାର କ, ଜୀବସାର ଗ ଓ ଜୀବସାର ଇ (vitamin E) ସାହାଯ୍ୟରେ ଜଟିଳ ଓଭରଲାପିଙ୍ଗ ଆଣ୍ଟିଅକ୍ସିଡାଣ୍ଟ ପ୍ରଣାଳୀର ସକ୍ସିଡେଟିଭ ପଦ୍ଧତିକୁ ସନ୍ତୁଳନ କରି ରଖନ୍ତି ।
ଆଣ୍ଟିଅକ୍ସିଡାଣ୍ଟ ଖାଦ୍ୟ ପରିପୂରକ (dietary supplement) ସ୍ୱାସ୍ଥ୍ୟରେ ଉନ୍ନତି କରେନି ବା ରୋଗ ପ୍ରତିଷଧରେ କୌଣସି ସାହାଯ୍ୟ କରେନି । ବିଟା-କାରୋଟିନ (beta-carotene), ମୃତ୍ୟୁ ହାରରେ (mortality rate) ଜୀବସାର କ ଓ ଜୀବସାର ଇ କୌଣସି ପରିବର୍ତ୍ତନ ଆଣିପାରେନି,[1][2] ବା କର୍କଟ ରୋଗ ସଙ୍କଟରେ ପରିପର୍ତ୍ତନ ଆଣିପାରେନି ।[3][4] କାର୍ଡ଼ିଓଭାସ୍କୁଲାର ରୋଗ (cardiovascular disease) ସଙ୍କଟକୁ ସେଲେନିଅମ (selenium) ବା ଜୀବସାର ଇ କମେଇପାରେନି । [5][6]
ଶିଳ୍ପ ସମ୍ବନ୍ଧୀୟ ଆଣ୍ଟିଅକ୍ସିଡାଣ୍ଟ ଯେପରିକି ଖାଦ୍ୟ ସଂରକ୍ଷକ (preservative), କସମେଟିକ ଓ ଜାଳେଣୀର ରେଡକ୍ସ (oxidation) ଇନହିବିଟର ଆକାରରେ ବହୁଳ ଭାବରେ ବ୍ୟବହୃତ ହୁଏ ।[7]