ଗୋବିନ୍ଦ ତେଜ
ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ ଓ କାହାଣୀକାର / From Wikipedia, the free encyclopedia
ଗୋବିନ୍ଦ ତେଜ (୨୬ ମଇ ୧୯୨୮- ୧୮ ଅଗଷ୍ଟ ୨୦୧୬)[1] ଜଣେ ଓଡ଼ିଆ ଅଭିନେତା, କାହାଣୀକାର, ପ୍ରଯୋଜକ ଓ ନିର୍ଦ୍ଦେଶକ ଥିଲେ । [2] ସେ ୧୯୨୮ ମସିହା ମଇ ୨୬ ତାରିଖରେ ଅନୁଗୋଳର ଅମଲାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ ।[3] ଅନୁଗୋଳରେ ନିଜ ସ୍କୁଲ ଶିକ୍ଷା ସମାପ୍ତ କରି, ସେ କଟକ ଇଞ୍ଜିନିୟରିଂ କଲେଜରେ ଇଞ୍ଜିନିୟରିଂ ପଢ଼ିଥିଲେ । ଶିକ୍ଷାସମାପ୍ତ କରିବା ପରେ, ସେ ଜଣେ ସିଭିଲ ଇଞ୍ଜିନିୟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ସେ କିଛିଦିନ ଶିକ୍ଷାଦାନ ମଧ୍ୟ କରିଥିଲେ । ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚାକିରି ଛାଡ଼ିଥିଲେ । ପରବର୍ତ୍ତୀ ସମୟରେ ସେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଓ ତିରୁପତି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଲାଭ କରିଥିଲେ । କଟକର ସଂଗୀତାନୁଷ୍ଠାନ ନ୍ୟାସନାଲ ମ୍ୟୁଜିକ ଆସୋସିଏସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ । ନାଟ୍ୟକାର ମନୋରଞ୍ଜନ ଦାସ, ଧୀରେନ ଦାସ ଓ ଅନନ୍ତ ମହାପାତ୍ରଙ୍କ ସହ ମିଶି 'ସୃଜନୀ' ନାମରେ ଏକ ସୌଖିନ ନାଟ୍ୟାନୁଷ୍ଠାନ ଗଢିଥିଲେ । ୧୯୮୨ ମସିହାରେ ଏସିଆନ ଗେମ୍ସ ଉତ୍ସବ ଅବସରରେ ଓଡ଼ିଶାର ଲୋକନୃତ୍ୟ ଘୁମୁରା ପରିବେଷଣ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।[4]
ଗୋବିନ୍ଦ ତେଜ | |
---|---|
ଜନ୍ମ | (1928-05-26)୨୬ ମଇ ୧୯୨୮ ଅମଲାପଡ଼ା, ଅନୁଗୋଳ |
ମୃତ୍ୟୁ | ୧୮ ଅଗଷ୍ଟ ୨୦୧୬(2016-08-18) (ବୟସ ୮୮) ଭୁବନେଶ୍ୱର |
ବୃତ୍ତି(ସମୂହ) | ଅଭିନେତା, ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | ୧୯୭୬ - ୨୦୦୨ |
ବୈବାହିକ-ସାଥୀ | ସୁଷମା |
ସନ୍ତାନ | ଦେବାଶିଷ, ବିସ୍ମିତା, ଆନନ୍ଦମୟୀ |