ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ
From Wikipedia, the free encyclopedia
ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର, ପ୍ରସାର, ସଂରକ୍ଷଣ ଓ ଅନୁସନ୍ଧାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ୧୯୯୯ ମସିହା ଜୁନ ମାସ ୯ତାରିଖରେ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା ।[1][2][3] କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଗଠନ କରାଯାଇଥିବା ଦେଶରେ ଏହା ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ।[4] ଭୁବନେଶ୍ୱରର ମଦନପୁରଠାରେ ୪୫ ଏକର ଜମି ଉପରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ କାମ୍ପସ ଅବସ୍ଥିତ । ଏହି ବିଶ୍ୱବିଦ୍ୟାଳୟର ' 'ସିଟି ସେଣ୍ଟର' ' କେନ୍ଦ୍ରଟି ବର୍ତ୍ତମାନ ଓଡ଼ିଶାର ପୁରାତନ ବିଧାନସୌଧ, ସର୍ଦାର ପଟେଲ ହଲ, ୟୁନିଟ-୨ଠାରେ କର୍ମଚଞ୍ଚଳ ରହିଛି । [5]ଏହି ବିଶ୍ୱବିଦ୍ୟାଳୟ ସହ ୪ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଓ ୩୮ଟି ଘରୋଇ ଶିକ୍ଷା ଅନୁଷ୍ଠାନ ଅନୁବନ୍ଧିତ ଅଛନ୍ତି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତଥା ଏହାର ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରାୟ ୨୨ଟି ବିଭାଗରେ ଶିକ୍ଷାଦାନ କରାଯାଇଥାଏ । [6] ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅପେକ୍ଷାକୃତ ଏକ ନୂତନ ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ, ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ବଳିଷ୍ଠ ଅବଦାନ ଦେଇପାରିଛି ।[7]
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | "ସା ପ୍ରଥମା ସଂସ୍କୃତି ବିଶ୍ୱବାରା" |
ସ୍ଥାପିତ | ୦୪/୦୧/୨୦୦୦ |
ପ୍ରକାର | ସାର୍ବଜନୀନ |
କୁଳାଧିପତି | ଗଣେଶୀ ଲାଲ |
କୁଳପତି | ପ୍ରସନ୍ନ କୁମାର ସ୍ୱାଇଁ |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ପରିସର | ମଦନପୁର (ମୁଖ୍ୟ କାମ୍ପସ) ସର୍ଦାର ପଟେଲ ହଲ, ୟୁନିଟ-୨,ଭୁବନେଶ୍ୱର (ସିଟି ସେଣ୍ଟର) |
ଅନୁବନ୍ଧନ | ଇଉ.ଜି.ସି., |
ୱେବସାଇଟ | www.uuc.ac.in/home.aspx |