ଦିଲ୍ଲୀ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଦିଲ୍ଲୀ
दिल्ली | |
---|---|
ମହାନଗର | |
Country | India |
State | ଦିଲ୍ଲୀ |
Government | |
• ରାଜ୍ୟ ପାଳ | ତେଜେନ୍ଦ୍ର ଖାନ୍ନା |
• ମୁଖ୍ୟମନ୍ତ୍ରୀ ତାଲିକା | ଶୀଳା ଦିକ୍ଷୀତ |
• ମେୟର | ପ୍ରଫେସର ରଜନୀ ଅବ୍ୱୀ |
Area | |
• ସମୁଦାୟ | 1483 km2 (573 sq mi) |
• Rank | ପ୍ରଥମ |
Elevation | 239 m (784 ft) |
Population (2010) | |
• Total | ୧୬୭୫୩୨୩୫ |
• Rank | ଦ୍ୱିତୀୟ |
• Density | 11297/km2 (29,260/sq mi) |
Languages | |
• Official | ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ |
Time zone | UTC+5:30 (IST) |
PIN | ୧୧୦ xxx |
Telephone code | ୯୧-୧୧- XXXX XXXX |
ଯାନବାହାନ ପଞ୍ଚୀକରଣ | DL-xx |
HDI | ୦.୮୭୫ |
HDI Year | ୨୦୦୫ |
HDI Category | ଅଧିକ |
Legislature type | ଏକ ନ୍ୟାୟପାଳିକା |
Legislature Strength | ୭୦ |
Website | delhigovt |
ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର[1][2][3][4] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[5] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।