![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/24/Uranus_symbol_%2528planetary_color%2529.svg/langor-640px-Uranus_symbol_%2528planetary_color%2529.svg.png&w=640&q=50)
ୟୁରାନସ
From Wikipedia, the free encyclopedia
ୟୁରାନସ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଦୂରତା ଭିତ୍ତିରେ ଏହା ସପ୍ତମ ଗ୍ରହ ।
ଅରୁଣ ବା ୟୁରାନସ ବ୍ୟାସ ହିସାବରେ ସୌରମଣ୍ଡଳର ତୃତୀୟ ଏବଂ ଦ୍ରବ୍ୟମାନରେ ଚତୁର୍ଥ ବଡ଼ ଗ୍ରହ । ଦ୍ରବ୍ୟମାନରେ ଏହା ପୃଥିବୀଠାରୁ ୧୪.୫ ଗୁଣ ଅଧିକ ଭାରୀ ଏବଂ ଆକାରରେ ୬୩ ଗୁଣ ଅଧିକ ବଡ଼ । ୟୁରାନସକୁ ଖାଲି ଆଖିରେ ମଧ୍ୟ ଦେଖାଯାଇ ପାରେ । ଏହାର ଏତେ ଦୂରରେ ଥିବାରୁ ଏବଂ ମଧ୍ୟମଧରଣର ଆଲୋକ ଦେଉଥିବାରୁ ଏହାକୁ ପ୍ରାଚୀନ ବିଦ୍ୱାନମାନେ ଗ୍ରହ ନ କହି ତାରାର ସଂଜ୍ଞା ଦେଇଥିଲେ । ଟେଲିସ୍କୋପଦ୍ୱାରା ଖୋଜାଯାଇଥିବା ଗ୍ରହମାନଙ୍କ ମଧ୍ୟରେ ଏହା ପ୍ରଥମ । ବିଲିଅମ୍ ହରସେଲ୍ଙ୍କଦ୍ୱାରା ମାର୍ଚ୍ଚ ୧୩ ୧୭୮୧ରେ ଏହାକୁ ଖୋଜାଯାଇଥିଲା ।[1]