ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ
ମାନବ ରୋଗ / From Wikipedia, the free encyclopedia
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ବା ଏଚୟୁଏସ (ଇଂରାଜୀ ଭାଷାରେ Hemolytic-uremic syndrome/ HUS) ଏକ ରକ୍ତ ରୋଗ (blood disorders) ଦଳର ନାମ ଯେଉଁଥିରେ ଆନିମିଆ, ଆକ୍ୟୁଟ ବୃକ୍କ ବିଫଳତା (acute kidney failure) ଓ ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଦେଖାଯାଏ ।[1][3] ରୋଗ ଆରମ୍ଭରେ ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea), ଜ୍ୱର, ବାନ୍ତି (vomiting) ଓ ଦୁର୍ବଳ ଲାଗେ ।[1][2] ତରଳ ଝାଡ଼ା ଉପଶମ ଆରମ୍ଭ ବେଳକୁ ପ୍ଲାଟେଲେଟ କମିଯାଏ ଓ ବୃକ୍କ ସମସ୍ୟା ଆରମ୍ଭ ହୁଏ ।[1] ସାଧାରଣତଃ ପିଲାଙ୍କୁ ଏହି ରୋଗ ହୁଏ କିନ୍ତୁ ଯୁବକମାନଙ୍କର ରୋଗର ଫଳାଫଳ ଅତି ଖରାପ ହୁଏ ।[2] ରୋଗ ଜଟିଳ ହେଲେ ସ୍ନାୟୁ ସମସ୍ୟା (neurological problems) ଓ ହୃଦ୍ପାତ ହୁଏ । [1]
ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Hemolytic-uremic syndrome) | |
---|---|
Haemolytic-uraemic syndrome, thrombocytopenia and microangiopathic hemolytic anemia associated with distorted erythrocytes | |
ସିସ୍ଟୋସାଇଟ (Schistocytes) ଦେଖାଯାଉଛି । | |
ବିଭାଗ | ଶିଶୁରୋଗ ବିଜ୍ଞାନ (Pediatrics), nephrology |
ଲକ୍ଷଣ | କିଛି ଦିନର ରକ୍ତମିଶ୍ରିତ ତରଳ ଝାଡ଼ା (bloody diarrhea) ପରେ ଆନିମିଆ, ବୃକ୍କ ବିଫଳତା, ଅଳ୍ପ ଅଣୁଚକ୍ରିକା ବା ପ୍ଲାଟେଲେଟ (low platelets) ଅଳ୍ପ ଲୋହିତ ରକ୍ତ କଣିକା (low red blood cells), and ବୃକ୍କ ବିଫଳତା [1] |
କାରଣ | (E coli O157:H7), (shigella), (salmonella) ଇତ୍ୟାଦି ଜୀବାଣୁ ସଂକ୍ରମଣ[2] |
ବିପଦ କାରକ | ଅଳ୍ପ ବୟସ, ମହିଳା [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା ଓ ମଳ ପରୀକ୍ଷା [3] |
ସଠିକ ରୋଗ ନିର୍ଣ୍ଣୟ | (Thrombotic thrombocytopenic purpura/ TTP), (disseminated intravascular coagulation/ DIC), (artificial heart valve)[4] |
ଚିକିତ୍ସା | ସହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis)[2][1] |
Prognosis | <୨୫% ଦୀର୍ଘକାଳୀନ ବୃକ୍କ ସମସ୍ୟା [1] |
ପୁନଃପୌନିକ | ଏକ ଲକ୍ଷରେ ୧.୫ [5] |
ମୃତ୍ୟୁ ସାନ୍ଦ୍ରତା | <୫% ମୃତ୍ୟୁ ସଙ୍କଟ [1] |
ଏକ ନିର୍ଦ୍ଦିଷ୍ଟ ଏସେରିକିଆ କୋଲାଇ ୦୧୫୭:ଏଚ୭ (O157:H7) ସଂକ୍ରମଣ ଯୋଗୁ ହେଉଥିବା ସଂକ୍ରାମକ ତରଳ ଝାଡ଼ା (infectious diarrhea) ପରେ ଅଧିକାଂଶ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ ରୋଗ ସୃଷ୍ଟି ହୁଏ ।[2] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସ୍ଟ୍ରେପ୍ଟୋକୋକା ନିମୋନି (Strep. pneumoniae), ସିଗେଲା (shigella), ସାଲମୋନେଲା (salmonella), ଓ କେତେକ ଔଷଧ ଯୋଗୁ ଏହି ରୋଗ ହୁଏ ।[1][2][3] ଜୀବାଣୁରୁ ସିଗା ଟକ୍ସିନ (Shiga toxin) ନିର୍ଗତ ହେବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[1][2] ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ଆଟିପିକାଲ ହେମୋଲିଟିକ-ୟୁରିମିକ ସିଣ୍ଡ୍ରୋମ (Atypical hemolytic uremic syndrome ବା aHUS) ନାମକ ରୋଗ ଅନ୍ୟ ଭାବରେ ଉପସ୍ଥାପିତ ହୁଏ ।[1][2] ଏହି ଦୁଇ ପ୍ରକାର ରୋଗରେ ବ୍ୟାପକ ପ୍ରଦାହ ଓ କ୍ଷୁଦ୍ର ରକ୍ତନଳୀମାନଙ୍କରେ (blood vessels) ଅନେକ ରକ୍ତ ଜମାଟ (blood clots) ହୋଇଯାଏ ଯାହାକୁ ଥ୍ରୋମ୍ବୋଟିକ ମାଇକ୍ରୋଆଞ୍ଜିଓଗ୍ରାଫି (thrombotic microangiopathy) କୁହାଯାଏ । [6]
ସହାୟକ ଯତ୍ନ (Supportive care), ଡାଏଲିସିସ (dialysis), କର୍ଟିକୋସ୍ଟିରଏଡ (steroids), ରକ୍ତ ଟ୍ରାନ୍ସଫ୍ୟୁଜନ (blood transfusions), ପ୍ଲାଜମାଫେରେସିସ (plasmapheresis) ସାହାଯ୍ୟରେ ଚିକିତ୍ସା କରାଯାଏ ।[1][2] ବର୍ଷକୁ ପ୍ରାୟ ୧୦୦,୦୦୦ ଲୋକରେ ୧.୫ ଜଣ ଲୋକ ଆକ୍ରାନ୍ତ ହୁଅନ୍ତି । [5][1] ୫% ରୋଗୀଙ୍କର ମୃତ୍ୟୁ ହୁଏ ଓ ବାକି ରୋଗୀଙ୍କ ମଧ୍ୟରେ ପ୍ରାୟ ୨୫% ରୋଗୀଙ୍କର ବୃକ୍କ ରୋଗ ସମସ୍ୟା ହୁଏ । [1] ସନ ୧୯୫୫ରେ ଏହା ପ୍ରଥମେ ଏକ ସିଣ୍ଡ୍ରୋମ (syndrome) ଭାବରେ ସଂଜ୍ଞା ଲାଭ କଲା । [1][7]