![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7c/Hippocrates.jpg/640px-Hippocrates.jpg&w=640&q=50)
ହିପୋକ୍ରେଟସ
From Wikipedia, the free encyclopedia
ହିପୋକ୍ରେଟସ (ଇଂରାଜୀ ଭାଷାରେ Hippocrates of Kos ବା Hippokrátēs ho Kṓos; ଖ୍ରୀ:ପୂ: ୪୬୦-୩୭୦, ବା ହିପୋକ୍ରେଟସ ଅଫ କୋସ ବା ହିପୋକ୍ରେଟସ ୨ (Hippocrates II) ଜଣେ ଗ୍ରୀକ ଦେଶର (Greek) ଚିକିତ୍ସକ (physician) ଥିଲେ ଯାହାକୁ କ୍ଲାସିକାଲ ଗ୍ରୀସର (Classical Greece) ଏଜ ଅଫ ପେରିକ୍ଲ (Age of Pericles) କୁହାଯାଏ ଓ ଭେଷଜ ବିଜ୍ଞାନ ଇତିହାସରେ ସେ ସର୍ବ ସମ୍ମତ ସର୍ବାଧିକ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ତାଙ୍କୁ ଫାଦର ଅଫ ମେଡିସିନ "Father of Medicine" କୁହାଯାଏ[1] ଓ ହିପୋକ୍ରାଟିକ ସ୍କୁଲ ଅଫ ମେଡିସିନର ସଂସ୍ଥାପକର ମାନ୍ୟତା ଦିଆଯାଏ । ସେ ପୁରାତନ ଗ୍ରୀସର ମେଡିସିନ (medicine in ancient Greece) ଭାବରେ ଏହାକୁ ଅନ୍ୟ ଥିଉର୍ଜି ଓ ଫିଲୋସୋଫିଟାରୁ (theurgy and philosophy) ପୃଥକ କରି ସ୍ଥାପନ କରିଥିଲେ ଓ ମେଡିସିନକୁ ଏକ ପେଶା ଭାବରେ ସ୍ଥାପନ କରାଇଥିଲେ । [2][3]
ହିପୋକ୍ରେଟସ ଅଫ କୋସ (Hippocrates of Kos) | |
---|---|
![]() ୧୯ ଶତକର ମୁର୍ତ୍ତିର ଛବି ("portrait") | |
ଉଚ୍ଚାରଣ | /hɪˈpɒkrəˌtiːz/; ଛାଞ୍ଚ:Lang-grc-gre |
ଜନ୍ମ | ଖ୍ରୀ:ପୂ: ୪୬୦ କୋସ (Kos), ପୁରାତନ ଗ୍ରୀସ (Ancient Greece) |
ମୃତ୍ୟୁ | ଖ୍ରୀ:ପୂ: ୩୭୦ ଲାରିସା (Larissa), ପୁରାତନ ଗ୍ରୀସ |
ବୃତ୍ତି | ଚିକିତ୍ସାକ (Physician) |
କାଳ | କ୍ଲାସିକାଲ ଗ୍ରୀସ (Classical Greece) |
Title | ଦି ଫାଦର ଅଫ ୱେଷ୍ଟର୍ଣ୍ଣ ମେଡିସିନ ବା ପଶ୍ଚିମ ଭେଷଜ ଚିକିତ୍ସାର ପିତା |
ହିପୋକ୍ରେଟସ ଓ ତାଙ୍କର ଚିକିତ୍ସା ପ୍ରଣାଳୀ ଲେଖିଥିବା ଲୋକଙ୍କର (Corpus) ଓ ତାହା ବ୍ୟବହାର କରୁଥିବା ଚିକିତ୍ସକମାନଙ୍କ ବିଷୟରେ ମିଶ୍ରିତ ଧାରଣା ଦିଆଯାଇଛି କିନ୍ତୁ ଓ ସେ କଅଣ ଚିନ୍ତା କରୁଥିଲେ ଓ କଅଣ କରୁଥିଲେ ସେ କଥା ବିଷୟରେ ବିଶେଷ କିଛି ତଥ୍ୟ ମିଳୁନାହିଁ । ହିପୋକ୍ରେଟଙ୍କୁ ପୂରାତନ ଚିକିତ୍ସାର ଏକ ପାରାଗନ (paragon) ବା ଆଦର୍ଶ ଭାବରେ ଚିତ୍ରଣ କରାଯାଇଛି । ହିପୋକ୍ରାଟିକ ଓଥ ସେ ପ୍ରଚଳନ କରିଥିଲେ ଯାହା ଆଜି ପର୍ଯ୍ୟନ୍ତ ପ୍ରଚଳିତ ରହିଛି । ନିୟମିତ କ୍ଲିନିକାଲ ମେଡିସିନର (clinical medicine) ଅନୁଶୀଳନ, ଚିକିତ୍ସା ଶାସ୍ତ୍ର ଜ୍ଞାନର ଏକତ୍ରୀକରଣ ଓ ପ୍ରେସକ୍ରିପସନ ଦେବା ପଦ୍ଧତିମାନଙ୍କର ସେ ଜନକ ଥିଲେ ।[2][4]