ହାର୍ନିଆ
କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କର / From Wikipedia, the free encyclopedia
ହାର୍ନିଆ ନାମ ଦିଆଯାଏ ଯେତେବେଳେ କୌଣସି ଅଙ୍ଗ, ଯେପରିକି ଖାଦ୍ୟନଳୀ, ତାହାର ସାଧାରଣ ରହିବା ଯାଗାରୁ ସ୍ଥାନଚ୍ୟୁତ ହୋଇ ଅନ୍ୟ ଯାଗାକୁ ପ୍ରସ୍ଥାନ କରେ । [1] ବିଭିନ୍ନ ପ୍ରକାର ହାର୍ନିଆ ଦେହରେ ହୁଏ । ସାଧାରଣତଃ ଏହା ଗ୍ରଏନ (groin) ବା ଉଦରର ଉରୁମୂଳରେ ହୁଏ । [2] ଉରୁମୂଳରେ ଦୁଇପ୍ରକାର ହାର୍ନିଆ ହୋଇପାରେ ଯଥା ଇଙ୍ଗୁଇନାଲ ହାର୍ନିଆ, ଯାହା ଅଧିକ ଅଧିକ ଦେଖାଯାଏ ଓ ଫିମୋରାଲ ହାର୍ନିଆ । [1] ଅନ୍ୟ କେତେକ ହାର୍ନିଆମାନଙ୍କର ନାମ: ହିଆଟସ ହାର୍ନିଆ, ଇନସିସନାଲ ହାର୍ନିଆ ଓ ଅମ୍ବିଲିକାଲ ହାର୍ନିଆ । [2] ଗ୍ରଏନ ହାର୍ନିଆରେ ୬୬% ଲୋକଙ୍କର ଲକ୍ଷଣ ବାହାରେ । ଏହାର ଲକ୍ଷଣ ମଧ୍ୟରେ କାଶ, ବ୍ୟାୟାମ ଓ ମଳତ୍ୟାଗ ବେଳେ ହାର୍ନିଆ ଥିବା ସ୍ଥାନରେ ଯନ୍ତ୍ରଣା ହୁଏ । ଅଧିକାଂଶ ସମୟରେ ଦିନସାରା କଷ୍ଟ ହୁଏ ଓ ତଳେ ଗଡ଼ିପଡ଼ିଲେ କମିଯାଏ । ହାର୍ନିଆ ସ୍ଥାନରେ ଫୁଲା ଦେଖାଯାଏ ଯାହା ଯୋରରେ କୁନ୍ଥେଇଲେ ବଢ଼ିଯାଏ । ବାମ ପାଖ ଅପେକ୍ଷା ଡାହାଣ ପାଖରେ ବେଶୀ ଗ୍ରଏନ ହାର୍ନିଆ ହୁଏ । ଏହି ରୋଗରେ ମୂଖ୍ୟ ଚିନ୍ତାର ବିଷୟ ହେଉଛି ସ୍ଟ୍ରାଙ୍ଗୁଲେସନ; ଯେଉଁଥିରେ ଅଙ୍ଗର କିଛି ଅଂଶ ଚିପି ହୋଇଯାଏ ଓ ସେଥିଯୋଗୁ ରକ୍ତନଳୀ ଚିପି ହୋଇ ସେହି ଅଙ୍ଗକୁ ରକ୍ତ ସରବରାହ ହୋଇ ପାରେନାହିଁ । ସ୍ଟ୍ରାଙ୍ଗୁଲେସନ ହେଲେ ପ୍ରବଳ ଯନ୍ତ୍ରଣା ହୁଏ ଓ ଦରଜ ହୋଇଯାଏ । [1] ହିଆଟସ ହାର୍ନିଆ ରୋଗ ହେଲେ ଛାତି ଜଳାପୋଡ଼ା ହୁଏ, ଛାତି ଯନ୍ତ୍ରଣା ହୁଏ ବା ଖାଇବା ବେଳେ କଷ୍ଟ ହୁଏ । [3]
ହାର୍ନିଆ | |
---|---|
![]() ଗୋଟିଏ ପାର୍ଶ୍ୱରୁ ଇନଡାଇରେକ୍ଟ ହାର୍ନିଆର ଚିତ୍ର | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | General surgery |
ଆଇସିଡ଼ି-୧୦ | K40.-K46. |
ଆଇସିଡ଼ି-୯-ସିଏମ୍ | 550-553 |
ମେଡ଼ିସିନ-ପ୍ଲସ | 000960 |
ଇ-ମେଡ଼ିସିନ | emerg/251 ped/2559 |
MeSH | D006547 |
ହାର୍ନିଆ ସୃଷ୍ଟି ନିମନ୍ତେ ସଙ୍କଟ କାରକ ନାମ: ଧୁମ୍ରପାନ, କ୍ରନିକ ଅବସ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ, ମୋଟାପା, ଗର୍ଭାବସ୍ଥା, ପେରିଟୋନିଆଲ ଡାଏଲିସିସ, କୋଲାଜେନ ଭାସ୍କୁଲାର ଡିଜିଜ, ପୂର୍ବରୁ ହୋଇଥିବା ଆପେଣ୍ଡିକସ ଅପରେଶନ । [1][3][4] ଆଂଶିକ ଭାବରେ ଜେନେଟିକ ପ୍ରଭାବ ଓ ଅଧିକାଂଶ କେଶରେ ପାରିବାରିକ ହାର୍ନିଆ ଉପରେ ଥାଏ । ଓଜନିଆ ଜିନିଷ ଉଠାଇଲେ ଏହା ହେବା ନିଶ୍ଚିତ ନୁହେଁ । ଚିହ୍ନ ଓ ଲକ୍ଷଣ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ମେଡିକାଲ ଇମେଜିଙ୍ଗ ଆବଶ୍ୟକ ହୁଏ ଓ ଏହାଦ୍ୱାରା ଅନ୍ୟ କୌଣସି ରୋଗ ସମ୍ଭାବନାକୁ ଦୂର କରାଯାଏ । [1] ଏଣ୍ଡୋସ୍କୋପିଦ୍ୱାରା ହିଆଟସ ହାର୍ନିଆ ନିର୍ଣ୍ଣୟ କରାଯାଏ । [3]
ପୁରୁଷଙ୍କର ଗ୍ରଏନ ହାର୍ନିଆ ଲକ୍ଷଣବିହୀନ ଥିବାରୁ ମରାମତି ଆବଶ୍ୟକ ହୁଏ ନାହିଁ । ମହିଳାଙ୍କର ଫିମୋରାଲ ହାର୍ନିଆ ଅଧିକ ହୁଏ ଓ ଜଟୀଳତା ଅଧିକ ଦେଖାଯାଉଥିବାରୁ ମରାମତି ଆବଶ୍ୟକ ହୁଏ । ସ୍ଟ୍ରାଙ୍ଗୁଲେସନ ହେଲେ ତୁରନ୍ତ ଅପରେଶନ କରାଯାଏ । ବିନା ଜେନେରାଲ ଆନେସଥେସିଆରେ ଲୋକାଲ ଆନେସଥେସିଆ ଦେଇ ଖୋଲା ଅପରେଶନ କରିହୁଏ । ଲାପାରୋସ୍କୋପିକ ଅପରେସନ ପଦ୍ଧତି ପରେ କମ ଯନ୍ତ୍ରଣା ହୁଏ । [1] ହିଆଟସ ହାର୍ନିଆ ନିମନ୍ତେ ଯିବନଚର୍ଯ୍ୟାରେ ପରିବର୍ତ୍ତନ କରାଯାଏ ଯେପରିକି ବିଛଣାର ମୁଣ୍ଡପାଖ ଟେକି ଦିଆଯାଏ, ରୋଗୀର ଓଜନ ହ୍ରାସ କରାଯାଏ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ ଅଣାଯାଏ । ଏଚ୨ ବ୍ଲିକର କିମ୍ବା ପ୍ରୋଟୋନ ପମ୍ପ ଇନହିବିଟର ଭଳି ଔଷଧ ଦିଆଯାଏ ହିଆଟସ ହାର୍ନିଆ ନମନ୍ତେ ଦିଆଯାଏ । ଏତଦ୍ୱାରା କିଛି ଉନ୍ନତି ନ ହେଲେ ଲାପାରୋସ୍କୋପିକ ଫଣ୍ଡିପ୍ଲିକେସନ ଅପରେଶନ କରାଯାଏ । [3]
ପ୍ରାୟ ୨୭% ପୁରୁଷ ଓ ୩ % ମହିଳାଙ୍କ ଜୀବନର କୌଣସି ନା କୌଣସି ସମୟରେ ହାର୍ନିଆ ହୁଏ । [1] ଏକ ବର୍ଷ ପୂର୍ବରୁ ଓ ୫୦ ବର୍ଷ ପରେ ଗ୍ରଏନ ହାର୍ନିଆ ହୁଏ । [4] ସନ ୧୯୯୦ରେ ହାର୍ନିଆ ଯୋଗୁ ୫୫,୦୦୦ ମୃତ୍ୟୁ ହୋଇଥିଲା ବେଳେ ସନ ୨୦୧୩ରେ ୫୧,୦୦୦ ମୃତ୍ୟୁ ହୋଇଥିଲା । [5] ଉତ୍ତର ଆମେରିକାରେ ୧୦ରୁ ୮୦ % ହିଆଟସ ହାର୍ନିଆ ହୁଏ କିନ୍ତୁ ଅନ୍ୟ ସ୍ଥାନରେ ଏହାର ହାର ଜଣାଯାଇନାହିଁ । [3] ଏହି ରୋଗ ବିଷୟରେ ଇଜିପ୍ଟରେ ଏବରସ ପାପିରସ ଉପରେ ପ୍ରଥମେ ଲେଖାଯାଇଥିଲା । [6]