ଭାରତୀୟ ବଂଶୀବାଦକ From Wikipedia, the free encyclopedia
ପଣ୍ଡିତ ହରିପ୍ରସାଦ ଚୌରାଶିଆ (ଜନ୍ମ ୧ ଜୁଲାଇ ୧୯୩୮) ଜଣେ ପ୍ରସିଦ୍ଧ ହିନ୍ଦୁସ୍ତାନି ସଙ୍ଗୀତ ବାଦକ ।[1] ସେ ହିନ୍ଦୁସ୍ତାନି ବଂଶୀ ବାଦନ କରନ୍ତି ।
ହରିପ୍ରସାଦ ଚୌରାଶିଆ | |
---|---|
Background information | |
ଜନ୍ମ | ୧ ଜୁଲାଇ ୧୯୩୮ ୧ ଜୁଲାଇ ୧୯୩୮ |
ଜନ୍ମସ୍ଥାନ | ବାରାଣସି, ଉତ୍ତର ପ୍ରଦେଶ, ଭାରତ |
ଶୈଳୀ | ହିନ୍ଦୁସ୍ତାନି ସଙ୍ଗୀତ |
ପେଷା | ସଙ୍ଗୀତ ନିର୍ଦ୍ଦେଶକ, ବଂଶୀ ବାଦକ |
ବାଦ୍ୟଯନ୍ତ୍ର | ବଂସୀ |
ୱେବସାଇଟ | ହରିପ୍ରସାଦ ଚୌରାଶିଆ.କମ୍ |
ହରିପ୍ରସାଦ ଚୌରାଶିଆ ଆଲ୍ଳାହାବାଦରେ ଜନ୍ମଗ୍ରହଣ କରିଥିଲେ ।[2] ତାଙ୍କ ପିତା ଜଣେ ମଲ୍ଲଯୋଦ୍ଧା ଥିଲେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ମା' ଇହଲିଳା ସମ୍ବରଣ କରିଥିଲେ । ପିତାଙ୍କ ଅଜ୍ଞାତସାରରେ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ । ତାଙ୍କ ପିତା ଚାହୁଁଥିଲେ ତାଙ୍କୁ ଜଣେ ପହିଲିମାନ ଭାବେ ଦେଖିବାପାଇଁ । ସେ ପିତାଙ୍କ ସହିତ ସମୟ ସମୟରେ ଆଖଡାଶାଳରେ ତାଲିମ୍ ନେଉଥିଲେ । ତା ସହିତ ସେ ବଂଶୀବାଦନ ଶିକ୍ଷା ଗ୍ରହଣ କରୁଥିଲେ ଏବଂ ବନ୍ଧୁଙ୍କ ଘରେ ଅଭ୍ୟାସ କରୁଥିଲେ ।
ହରିପ୍ରସାଦ ଚୌରାଶିଆ ୧୫ ବର୍ଷ ବୟସରେ ତାଙ୍କ ପଡୋଶୀ ପଣ୍ଡିତ ରାଜାରାମଙ୍କଠାରୁ ବଂଶୀବାଦନ ଶିକ୍ଷା ଗ୍ରହଣ କରିଥିଲେ ।
ହରିପ୍ରସାଦ ଚୌରାଶିଆ, ଶାସ୍ତ୍ରୀୟ ସଙ୍ଗିତ ଗାୟିକା ଅନୁରାଧାଙ୍କୁ ବିବାହ କରିଛନ୍ତି ।[3] ଏହି ଦମ୍ପତିଙ୍କ ଔରସରୁ ଏକମାତ୍ର ପୁତ୍ର ହେଉଛନ୍ତି ରାଜିବ ।[4] ପ୍ରଥମ ପତ୍ନି ହେଉଛନ୍ତି କମଳା ଚୌରାଶିଆ ଏବଂ ତାଙ୍କର ଦୁଇ ପୁତ୍ର ହେଉଛନ୍ତି ଅଜୟ ଚୌରାଶିଆ, ବିନୟ ଚୌରାଶିଆ ।
ପଣ୍ଡିତ ଶିବକୁମାର ଶର୍ମାଙ୍କ ମିଳିତ ସହଯୋଗରେ ସେ ବଲିଉଡ୍ ଚଳଚ୍ଚିତ୍ରରେ ସଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ ।
ଚଳଚ୍ଚିତ୍ର "ଶିରିଭେନେଲା"ରେ ଏକ ଅନ୍ଧ ବଂସୀବାଦକ ଭୁମିକାରେ ଅଭିନେତା ଶର୍ବଦମନ ବାନାର୍ଜି ଅଭିନୟ କରିଥିଲେ ଏବଂ ତାଙ୍କ ପାଇଁ ହରିପ୍ରସାଦ ଚୌରାଶିଆ ବଂଶୀର ଧୁନ୍ ଦେଇଥିଲେ । ସଙ୍ଗୀତ ସଂଯୋଜନା କରିଥିଲେ କେ. ଭି. ମହାଦେବନ ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.