ସ୍ୱର୍ଣ୍ଣ ମନ୍ଦିର
ଶିଖ ଧର୍ମ ର ମହତ୍ଵପୁର୍ଣ ଧର୍ମସ୍ଥଳ / From Wikipedia, the free encyclopedia
ଶ୍ରୀ ହରମନ୍ଦିର ସାହିବ (ବସ୍ତୁତ୍, "ଭଗବାନଙ୍କ ନିବାସ"), ଏହା ଗୋଲଡେନ ଟେମ୍ପଲ ନାମରେ ପ୍ରସିଦ୍ଧ ଏବଂ ପବିତ୍ର ଗୁରୁଦ୍ୱାରା ଦରବାର ସାହିବ ରୂପେ ପରିଚିତ । ଏହା ଶିଖ ଧର୍ମର ମହତ୍ୱପୁର୍ଣ ଧର୍ମସ୍ଥଳ ଅଟେ ।[2][3]
ହରମନ୍ଦିର ସାହିବ ସ୍ୱର୍ଣ୍ଣ ମନ୍ଦିର ਸ੍ਰੀ ਹਰਿਮੰਦਰ ਸਾਹਿਬ | |
---|---|
Alternative names | ଅମୃତସର (ହରମନ୍ଦିର ସାହିବ)ର ଦରବାର ସାହିବ |
General information | |
ସହର | ଅମୃତସର |
ଦେଶ | ଭାରତ |
Coordinates | 31°37′12″N 74°52′37″E |
Construction started | December 1581[1] |
Completed | ୧୫୮୯ (ମନ୍ଦିର), ୧୬୦୪ (ଆଦି ଗ୍ରଂଥ ସହିତ) [1] |
Website | |
ଶ୍ରୀ ହରମନ୍ଦିର ସାହିବ (ଗୁରମୂଖୀ) |
ଓ ଭାରତର ପଞ୍ଜାବ ରାଜ୍ୟର ଅମୃତସର ସହରରେ ଉପସ୍ଥିତ ।[3] ଏହି ମନ୍ଦିର ମନୁଷ୍ୟଙ୍କ ହାତରେ ବନିଥିବା ଏକ ଜଳାଶୟ (ସରୋବର)ର ଚାରି ପାର୍ଶ୍ୱରେ ନିର୍ମିତ ଯାହା କି ଗୁରୁ ରାମ ଦାସଙ୍କଦ୍ୱାରା ୧୫୭୭ ମସିହାରେ ସମାପ୍ତ କରା ଯାଇଥିଲା ।[4]
[5] ୧୫୮୯ରେ ଶିଖ ଧର୍ମର ପଞ୍ଚମ ଗୁରୁ - ଗୁରୁ ଅର୍ଜନ, ଲାହୋରର ଏକ ମୁସଲିମ ପିର ସାଇ ମିଲନ ମୀରଙ୍କୁ ଅନୁରୋଧ କରି ଏହାର ନିୟ ପ୍ରସ୍ଥର ସ୍ଥାପନା କରିଥିଲେ.[1] ୧୬୦୪ ମସିହାରେ ଗୁରୁ ଅର୍ଜନ ଆଦି ଗ୍ରଂଥର ଏକ ପ୍ରତିଲିପି ହରମନ୍ଦିର ସାହିବରେ ସ୍ଥାପନ କରିଥିଲେ, ଏହା ଅଥ ସଥ ତୀରଥ (ବସ୍ତୁତ୍ୱ. ''୬୮ ତୀର୍ଥଯାତ୍ରାର ମନ୍ଦିର'').[6] ଏହା ଉତ୍ପୀଡ଼ନର ଲକ୍ଷ୍ୟସ୍ଥଳ ହେବା ପରେ ଆଫଘନିସ୍ତାନର ମୁସଲିମ ସେନା ଓ ମୋଗଲ ସାମ୍ରାଜ୍ୟ ଦ୍ୱାର ଏହା ଅନେକ ଥର ନଷ୍ଟ ହୋଇଥିବାରୁ ଏହି ମନ୍ଦିରର ନିର୍ମାଣ ବାରମ୍ବାର ଶିଖମାନଙ୍କଦ୍ୱାରା କରା ଯାଇଥିଲା.[3] ଅହମଦ ଶହ ଅବଦଳିର ନେତୃତ୍ୱରେ ଏହାକୁ ୧୭୫୭ ପୁଣି ୧୭୬୨ରେ ଧ୍ୱଂଶ କରି ଜଳାଶୟକୁ କାଚରାଦ୍ୱାରା ଭରି ଦେଇଥିଲେ.[7] ୧୮୦୯ ମସିହାରେ ଶିଖ ସାମ୍ରାଜ୍ୟର ସ୍ଥାପନ ପରେ ମହାରାଜା ରଂଜିତ ସିଂ ଏହାର ପୁନର୍ନିର୍ମାନ ମାର୍ବଲ ଏବଂ ତାମ୍ରଦ୍ୱାରା କରିଥିଲେ, ୧୮୩୦ରେ ଏହାର ଗର୍ଭଦ୍ୱାରକୁ ସୁନା/ସ୍ୱର୍ଣ୍ଣପତ୍ରଦ୍ୱାରା ମଡ଼ା ଯାଇଥିଲା ତେଣୁ ଏହାକୁ ସ୍ୱରଣ ମନ୍ଦିର ତଥା ଗୋଲଡେନ ଟେମ୍ପଲ ନାମରେ ପରିଚିତ.[8][9][10] ଆଧ୍ୟାତ୍ମିକ ରୂପରେ ଏହି ମନ୍ଦିର ଶିଖ ଧର୍ମରେ ସବୁଠାରୁ ମହତ୍ୱପୁର୍ଣ ଅଟେ । ୧୮୮୩ଠାରୁ ୧୯୦୨ ପର୍ଯ୍ୟନ୍ତ ଏହା ଶିଖ ସଭା ଆନ୍ଦୋଳନର କେନ୍ଦ୍ର ଥିଲା। ୧୯୮୦ର ପ୍ରାରମ୍ଭରେ ଏହା ଏକ ବିବାଦର କେନ୍ଦ୍ର ଥିଲା, ଏହା ଇନ୍ଦିରା ଗାନ୍ଧୀ ନେତୃତ୍ୱରେ ଭାରତ ସରକାର, କିଛି ଶିଖ ସମୂହ ଏବଂ ଜରନେଲ ସିଂ ଭିଂଦ୍ରଂବାଲେ ନେତୃତ୍ୱରେ ଏକ ଉଗ୍ରବାଦୀ ଆଂଦୋଳନ ସମୂହ (ଯାହାର ଉଦେଶ୍ୟ ଏକ ନୂତନ ରାଷ୍ଟ୍ର ଖାଲିସ୍ଥାନ ନାମରେ ନିର୍ମାଣ କରିବାର ଥିଲା) ମଧ୍ୟରେ ସଂଘର୍ଷ ଲାଗି ରହିଥିଲା। ୧୯୮୪ ରେ, ଇନ୍ଦିରା ଗାନ୍ଧୀ ଭାରତୀୟ ଆର୍ମି ଏଠାକୁ ପଠାଇ ବ୍ଲୁ ଷ୍ଟାର ନାମିତ ଏକ ଅପରେସନ ଚଳାଇଥିଲେ, ଯାହାଦ୍ୱାରା ୧୦୦୦ରୁ ଉର୍ଧ ଉଗ୍ରବାଦୀ, ସୈନିକ ଏବଂ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ମନ୍ଦିର ଏବଂ ଅକାଳ ତକ୍ଷତ ମଧ୍ୟ ଭାରି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ମନ୍ଦିର ପରିସର ୧୯୮୪ରେ କ୍ଷତି ପରେ ପୁନଶ୍ଚ ନିର୍ମାଣ କରା ଯାଇଥିଲା।[3]
[11] ହରମନ୍ଦିର ସାହିବ ସମସ୍ତ ମଣିଷ ତଥା ପୁରୁଷ, ନାରୀ ଏବଂ ସବୁ ଧର୍ମ ଓ ବିଶ୍ୱାସ କରୁଥିବା ଲୋକଙ୍କ ଏକ ମୁକ୍ତ ଆଧ୍ୟାତ୍ମିକ ଘର ଅଟେ। ଏହା ଏକ ବର୍ଗାକୃତି ପରିସର ଯାହାର ୪ଟି ଦ୍ୱାର ସହିତ ଏକ ପରିଭ୍ରମଣ ପଥ ଜଳାଶୟର ଚାରିପାର୍ଶ୍ୱରେ ଅବସ୍ଥିତ। ଏହି ମନ୍ଦିର ପବିତ୍ର ସ୍ଥାନ ଓ ଜଳାଶୟ କି ନିକଟସ୍ଥ ଗୃହମାନଙ୍କର ସଙ୍ଘରହ ଅଟେ। ଏଥି ମଧ୍ୟରୁ ଅକାଳ ତକ୍ଷତ (ଶିଖ ଧର୍ମର ଧାର୍ମିକ ଅଧିକାରର ମୁଖ୍ୟ କେନ୍ଦ୍ର) ଅନ୍ୟତମ ।[3]
ଏହା ଛଡା ଘଣ୍ଟା ଘର, ଗୁରୁଦ୍ୱାର କମିଟି କର୍ଯ୍ୟାଳୟ, ସଂଗ୍ରହାଳୟ, ଏବଂ ଏକ ଭୋଜନାଳୟ (ନିଃଶୁଳ୍କ ଏବଂ ବିନା ଭେଦଭାବରେ ନିରାମିଷ ଭୋଜନ ପ୍ରସ୍ତୁତ କରିବା ପାଇଁ ରସୋଈ ଏବଂ ଖାଦ୍ୟ ପରଷିବ ପାଇଁ ସ୍ଥାନ) । ପ୍ରତିଦିନ ୧୦୦୦,୦୦୦ରୁ ଉର୍ଦ୍ଧ ଦର୍ଶନାର୍ଥୀ ଏହି ପବିତ୍ରସ୍ଥଳକୁ ପୂଜା କରିବା ପାଇଁ ପଦାର୍ପଣ କରିଥାନ୍ତି । ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[12] ମନ୍ଦିର ପରିସର ୟୁନେସ୍କୋ ବୋର୍ଲଡ ହେରିଟେଜ ସାଇଟରେ ନାମାଙ୍କିତ ଏବଂ ଏହାର ଆବେଦନ ୟୁନେସ୍କୋର ଅସ୍ଥାୟୀ ଶୁଚିରେ ଲମ୍ବିତ ଅଛି ।[13]