ସ୍ତନାଗ୍ର ସ୍ରାବ ଏକ ତରଳ ପଦାର୍ଥ ଯାହା ସ୍ତନରୁ ସ୍ୱତଃ ବାହାରେ ବା ଚିପିଲେ ବାହାରେ । From Wikipedia, the free encyclopedia
ସ୍ତନାଗ୍ର ସ୍ରାବ ଏକ ତରଳ ପଦାର୍ଥ ଯାହା ସ୍ତନରୁ ସ୍ୱତଃ ବାହାରେ ବା ଚିପିଲେ ବାହାରେ । [1] [5] ସ୍ରାବ ଦୁଧିଆ, ସ୍ୱଚ୍ଛ, ସବୁଜ, ପଚା, ରକ୍ତାକ୍ତ କିମ୍ବା ସାମାନ୍ୟ ହଳଦିଆ ହୋଇପାରେ | [6] ଏହି ସ୍ରାବ ଗାଢ଼, ପତଳା, ଅଠାଳିଆ କିମ୍ବା ଜଳୀୟ ହୋଇପାରେ | [5] [7]
Nipple discharge | |
---|---|
ବିଭାଗ | Gynecology |
ରୋଗ ନିର୍ଣ୍ଣୟ ପଦ୍ଧତି | Normal: Late pregnancy, after childbirth, newborns[1][2] Abnormal: Intraductal papilloma, duct ectasia, blocked milk duct, infected breast, breast cancer, high prolactin[3][4][2] |
ଚିକିତ୍ସା | Depends on the cause[1] |
ପୁନଃପୌନିକ | Common[1] |
ଗର୍ଭର ଶେଷ ଭାଗରେ ଓ ଶିଶୁ ଜନ୍ମର ପ୍ରଥମ ସପ୍ତାହରେ ସ୍ତନାଗ୍ର ସ୍ରାବ ସାଧାରଣତଃ କ୍ଷୀର ଭଳି ହୁଏ । [1] [2] ପ୍ରଜନନକ୍ଷମ ବୟସରେ ମହିଳାମାନଙ୍କର ସ୍ତନ ଚିପିବା ପରେ ଏହା ମଧ୍ୟ ସାଧାରଣ ହୋଇପାରେ | [1] [5] ଯଦି ପୁରୁଷମାନଙ୍କର ସ୍ରାବ ହେଉଥାଏ, ରକ୍ତ ମିଶ୍ରିତ ଥାଏ, କେବଳ ଗୋଟିଏ ସ୍ତନରୁ ହୁଏ, କିମ୍ବା ଏକ ସ୍ତନ ପିଣ୍ଡୁଳା, ଫୁଲା, ଲାଲ ରଙ୍ଗର କିମ୍ବା ଚର୍ମର ପରିବର୍ତ୍ତନ ସହିତ ଜଡ଼ିତ ହୁଏ ତେବେ ଏହା ଅସ୍ୱାଭାବିକ ଅଟେ | [1] [2] ଅସ୍ୱାଭାବିକ ନିଷ୍କାସନର କାରଣଗୁଡ଼ିକ ମଧ୍ୟରେ ଇଣ୍ଟ୍ରାଡକ୍ଟାଲ ପାପିଲୋମା, ଡକ୍ଟ ଏକ୍ଟାସିଆ, ଅବରୁଦ୍ଧ ଦୁଗ୍ଧ ନଳୀ, ସଂକ୍ରମିତ ସ୍ତନ (ମାଷ୍ଟାଇଟିସ୍ କିମ୍ବା ସ୍ତନରେ ପୂଜ), ସ୍ତନ କର୍କଟ, କିଛି ଔଷଧ ଏବଂ ପ୍ରୋଲାକ୍ଟିନ ସ୍ତର ବୃଦ୍ଧିକାରୀ ରୋଗ ମୂଖ୍ୟତଃ ଥାଏ | [3] [2] [4]
ଏକ ଅଣ-ଗର୍ଭବତୀ ବା ସ୍ତନ ପାନ ନ କରାଉଥିବା ମହିଳାଙ୍କର ଭିନ୍ନ ମୂଲ୍ୟାଙ୍କନ କରାଯାଏ। [4] ପ୍ରାୟ ଲକ୍ଷଣ ଏବଂ ପରୀକ୍ଷଣ ଉପରେ ଆଧାର କରି ଏହାର କାରଣ ନିର୍ଣ୍ଣୟ କରାଯାଇପାରେ | [5] କମ୍ ଥାଇରଏଡ ସ୍ତର ବା ଉଚ୍ଚ ପ୍ରୋଲାକ୍ଟିନ ସ୍ତର ଅଛି କି ନାହିଁ, ଦେଖିବା ନିମନ୍ତେ ରକ୍ତ ପରୀକ୍ଷା କରାଯାଏ । [8] ଅନ୍ୟାନ୍ୟ ପରୀକ୍ଷଣରେ ମାମ୍ମୋଗ୍ରଫି, ସ୍ତନ ଅଲଟ୍ରାସାଉଣ୍ଡ, ସ୍ତନ ବାୟୋପ୍ସି ବା ଚର୍ମ ବାୟୋପ୍ସି କରିବା ଆବଶ୍ୟକ ହୋଇପାରେ । [9]
ଏହି ରୋଗର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [1] ଡକ୍ଟ ଏକ୍ଟାସିଆ ଚିକିତ୍ସା ନିମନ୍ତେ ଅସ୍ତ୍ରୋପଚାର କରି ଡକ୍ଟ କାଢ଼ିଦିଆଯାଇପାରେ | [1] ସଂକ୍ରମଣ ଥିଲେ ଆଣ୍ଟିବାୟୋଟିକ ଦିଆଯାଏ ବା ଇନସାଇଜ କରି ନିଷ୍କାସନ କରିବା ଆବଶ୍ୟକ ହୋଇପାରେ | [1] ସ୍ତନାଗ୍ର ସ୍ରାବ ହେଉଛି ମହିଳାଙ୍କର ଛାତି ଯନ୍ତ୍ରଣା ଏବଂ ଏକ ସ୍ତନ ପିଣ୍ଡ ଅଭିଯୋଗ ପରେ ତୃତୀୟ ସବୁଠାରୁ ସାଧାରଣ ସ୍ତନ ଅଭିଯୋଗ । [4] ସ୍ତନ କର୍କଟ ରୋଗର ପ୍ରାୟ ୩୦% ରୋଗୀଙ୍କର ଏହି ସ୍ରାବ ହୁଏ । । [4] [10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.