ଆଖିପତା ସଂକ୍ରମଣ From Wikipedia, the free encyclopedia
ସ୍ଟାଇ ବା ଆଲୁଅ ବା ଅଞ୍ଜନୀ ବା ବିଲନୀ ବା ନେତ୍ରବର୍ଧ୍ମ (ଇଂରାଜୀ ଭାଷାରେ Stye, ବା hordeolum) ଏକ ସଂକ୍ରମଣ ଯାହା ଆଖିପତାସ୍ଥ ତୈଳ ଗ୍ରନ୍ଥିରେ ହୁଏ । [2] ଏହି ସଂକ୍ରମଣ ହେଲେ ଆଖିପତାରେ ଗୋଟିଏ ଲାଲ ରଙ୍ଗର ଗୋଟାଳି ଭଳି ଫୁଲା ଦେଖାଯାଏ ଯାହାକୁ ସ୍ପର୍ଶ କଲେ ଦରଜ ଲାଗେ ।[1][3] ଆଖିପତାର ଭିତର ବା ବାହାର ପାଖରେ ଏହି ରୋଗ ହୋଇପାରେ ।[4]
ସ୍ଟାଫିଲୋକୋକସ ଅରିଅସ (Staphylococcus aureus) ନାମକ ଏକ ଜୀବାଣୁର ସଂକ୍ରମଣ ହେଲେ ଏହି ରୋଗ ହୁଏ ।[4][5] ଆଖିପତା ଭିତରେ ମିବୋମିଆନ ଗ୍ରନ୍ଥି (meibomian gland) ଓ ବାହାରେ ଜିସ ଗ୍ରନ୍ଥିର (gland of Zeis) ସଂକ୍ରମଣ ଯୋଗୁ ଏ ରୋଗ ହୁଏ ।[3] କାଲାଜିଅନ (chalazion) ନାମକ ଅନ୍ୟ ଏକ ଆଖି ରୋଗ ତୈଳ ଗ୍ରନ୍ଥିର ଅବରୋଧ ଯୋଗୁ ହୁଏ ।[2] ଆଖିପତାର ମଝି ସ୍ଥାନରେ ଏ ରୋଗ ହୁଏ ଓ ରୋଗୀକୁ କଷ୍ଟ ହୁଏନି ।[3]
ଅଧିକାଂଶ କ୍ଷେତ୍ରରେ ଏହି ରୋଗ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ଆପେ ଭଲ ହୋଇଯାଏ ।[4] ଉଷୁମ ସେକ (warm compresses) ଦେଲେ ରୋଗ ଶୀଘ୍ର ଭଲ ହୋଇଯାଏ ।[3] ବେଳେବେଳେ ଆଣ୍ଟିବାୟୋଟିକ (antibiotic) ଆଖି ମଲମ ଦେବାକୁ ସୁପାରିସ କରାଯାଏ ।[5] ଏହି ଚିକିତ୍ସା ବିଧି ସୁପାରିସ କଲେ ମଧ୍ୟ ଏହାର ଉପକାରୀତା ବିଷୟରେ କୌଣସି ସମର୍ଥନ ମିଳୁନି । [4] ଏହି ରୋଗ କେତେ ଥର ହୁଏ ସେ ବିଷୟ ସ୍ପଷ୍ଟ ନୁହେଁ । ଯେ କୌଣସି ବୟସରେ ଏହି ରୋଗ ହୋଇପାରେ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.