From Wikipedia, the free encyclopedia
ସ୍କାରଲେଟ ଜ୍ୱର (ଇଂରାଜୀ ଭାଷାରେ scarlet fever) ଏକ ପ୍ରକାର ଜୀବାଣୁ ଗ୍ରୁପ ଏ ସ୍ଟ୍ରେପ୍ଟୋକୋକାଲ ସଂକ୍ରମଣ ଫଳରେ ହୁଏ ।[1] ଏହାର ଲକ୍ଷଣ ଓ ଚିହ୍ନ- ଗଳା ପ୍ରଦାହ, ଜ୍ୱର, ମୁଣ୍ଡବଥା, ଲସିକା ଗ୍ରନ୍ଥି ଫୁଲା ଓ ଏକ ପ୍ରକାର ନିର୍ଦ୍ଦିଷ୍ଟ ରାସ୍ ଦେଖାଯାଏ । ଏହି ରାସ୍ ଲାଲ ରଙ୍ଗର ଓ ବାଲି କାଗଜ ଭଳି ହାତକୁ ଲାଗେ, ଜିଭ ଲାଲ ଓ ଅନିୟମିତ (ଖାଲଢିପ) ଦେଖାଯାଏ । ପାଞ୍ଚରୁ ପନ୍ଦର ବର୍ଷ ବୟସ୍କ ପିଲାଙ୍କୁ ଏହି ରୋଗ ଆକ୍ରମଣ କରେ । [1]
ଗଳା ପ୍ରଦାହ ବା ସ୍ଟ୍ରେପ୍ଟୋକୋକାଲ ଚର୍ମ ସଂକ୍ରମଣ ହୋଇଥିବା ରୋଗୀଙ୍କ ମଧ୍ୟରୁ ଅଳ୍ପ କେତେକ ଲୋକଙ୍କୁ ସ୍କାରଲେଟ ଜ୍ୱର ହୁଏ । କାଶ ଓ ଛିଙ୍କଦ୍ୱାରା ଏହି ରୋଗ ବିସ୍ତର ଲାଭ କରେ । ଜୀବାଣୁ ଲାଗିଥିବା ବସ୍ତୁକୁ ଛୁଇଁଲେ ବା ରୋଗୀର ପାଟି ବା ନାକକୁ ଛୁଇଁଲେ ଏହା ଡିଏଁ ।[1] କେତେକ ପ୍ରକାର ଜୀବାଣୁଦ୍ୱାରା ପ୍ରସ୍ତୁତ ଏରିଥ୍ରୋଜେନିକ ଟକ୍ସିନ ଯୋଗୁ ରାସ୍ ହୁଏ ।[1][3] ଜୀବାଣୁ କଲ୍ଚର୍ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[1]
ଏହି ରୋଗ ନିମନ୍ତେ କୌଣସି ଟିକା ନାହିଁ । ବାରମ୍ବାର ହାତଧୁଆ, ବ୍ୟକ୍ତିଗତ ଜିନିଷ ନ ବାଣ୍ଟିବା ଓ ରୋଗୀଙ୍କଠାରୁ ଦୂରରେ ରହିବାଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଏ । ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗର ଚିକିତ୍ସାସାଧ୍ୟ ଓ ଜଟିଳ ହୁଏ ନାହିଁ ।[1] ସ୍କାରଲେଟ୍ ଜ୍ୱର ଚିକିତ୍ସାର ଫଳ ସ୍ୱାଭାବିକ ଭାବରେ ଭଲ ।[4]ଏହି ରୋଗର ଦୀର୍ଘକାଳୀନ ଜଟିଳତାମାନଙ୍କ ନାମ- ବୃକ୍କ ରୋଗ, ରିଉମାଟିକ ହୃତ୍ପିଣ୍ଡ ରୋଗ ଓ ଆର୍ଥ୍ରାଇଟିସ ।[1] ବିଂଶ ଶତାବ୍ଦୀର ପ୍ରାରମ୍ଭରେ ପିଲାଙ୍କ ମୃତ୍ୟୁର ଏହା ମୂଖ୍ୟ କାରଣ ଥିଲା ।[5][6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.