ଭେଷଜ ଚିକିତ୍ସଜ୍ଞ, ପାକଅନ୍ତନଳୀ ବିଶେଷଜ୍ଞ, ପଦ୍ମ ଶ୍ରୀ ପୁରଷ୍କୃତ From Wikipedia, the free encyclopedia
ସୁବ୍ରତ କୁମାର ଆଚାର୍ଯ୍ୟ (ଜନ୍ମ: ୦୧ ଜାନୁଆରୀ ୧୯୫୧)[1] ଜଣେ ଗାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟି ଓ ଯକୃତ ପ୍ରତ୍ୟାରୋପଣ ବିଶେଷଜ୍ଞ ।[2] ୨୦୧୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ସୁବ୍ରତ କୁମାର ଅଛାର୍ୟା | |
---|---|
ଜନ୍ମ | |
ଶିକ୍ଷା | ଏମ୍.ବି.ବି.ଏସ୍, ଏମ୍.ଡି, ଡି.ଏମ୍ |
ଶିକ୍ଷାନୁଷ୍ଠାନ | ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀ |
ପୁରସ୍କାର | ପଦ୍ମଶ୍ରୀ |
ସୁବ୍ରତ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରୁ ୧୯୭୪ ମସିହାରେ ଏମ୍.ବି.ବି.ଏସ୍ କରିଥିଲେ । ସେହିବର୍ଷ ସୁବ୍ରତ ଶ୍ରେଷ୍ଠ ସ୍ନାତକର ପୁରସ୍କାର ଲାଭ କରିଥିଲେ । ୧୯୮୨ ମସିହାରେ ସେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରୁ ଡକ୍ଟରେଟ ଲାଭ କରିଥିଲେ ।[3] ୧୯୮୬ ମସିହାରେ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ନୂଆଦିଲ୍ଲୀରେ ଯୋଗଦେଇ, ୨୦୧୪ ମସିହାରେ ବିଭାଗୀୟ ମୁଖ୍ୟକୁ ପଦୋନ୍ନତି ପାଇଥିଲେ ।[4] ୨୦୧୨ ମସିହାରେ ସୁବ୍ରତ କୁମାର ଆଚାର୍ଯ୍ୟଙ୍କୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା, ଭୁବନେଶ୍ୱରର ନିର୍ଦ୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା, କିନ୍ତୁ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହାକୁ ପ୍ରତ୍ୟାଖାନ କରିଥିଲେ ।[5] ୨୦୧୬ ମସିହାରେ ତାଙ୍କୁ କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବରେ ନିଯୁକ୍ତି ମିଳିଛି ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.