ସାରା ଅଲ୍ଲୀ ଖାନ
ଭାରତୀୟ ଅଭିନେତ୍ରୀ / From Wikipedia, the free encyclopedia
ସାରା ଅଲ୍ଲୀ ଖାନ୍ (ଜନ୍ମ: ୧୨ ଅଗଷ୍ଟ ୧୯୯୫) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରୁଛନ୍ତି । ସେ ପଟୌଦୀ ରାଜବଂଶର ରାଜକୁମାରୀ,[3] ତାଙ୍କ ମାଆ ଅମୃତା ସିଂହ ଓ ବାପା ସୈଫ ଅଲ୍ଲୀ ଖାନ୍ ହିନ୍ଦୀ କଥାଚିତ୍ର ଜଗତର ଅଭିନେତା ଏବଂ ତାଙ୍କ ଜେଜେମା ଶର୍ମିଳା ଟାଗୋର୍ ମଧ୍ୟ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରୁଥିଲେ । ସେ କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବାପରେ ଅଭିନୟ ଜଗତରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ହିନ୍ଦୀ କଥାଚିତ୍ର ବଦ୍ରିନାଥ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର ୨ୟ ଚଳଚ୍ଚିତ୍ର ଶିମ୍ବାରେ ସେ ଅଭିନୟ କରିଥିଲେ । ଏହି କଥାଚିତ୍ର ଦୁଇଟି ବଡ଼ ସଫଳତା ପାଇଥିଲା ଓ ସାରାଙ୍କୁ ୨୦୧୮ ମସିହାର ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।
Quick Facts Sara Ali Khan, ଜନ୍ମ ...
Sara Ali Khan | |
---|---|
ଜନ୍ମ | (1995-08-12) ୧୨ ଅଗଷ୍ଟ ୧୯୯୫ (ବୟସ ୨୮)[1] |
ଶିକ୍ଷାନୁଷ୍ଠାନ | Columbia University |
ବୃତ୍ତି | Actress |
ସକ୍ରିୟ ବର୍ଷ | 2018–present |
ପିତାମାତା(s) | Saif Ali Khan Amrita Singh |
ସମ୍ପର୍କୀୟ | See Pataudi family |
Close