From Wikipedia, the free encyclopedia
ସାଇନୁସାଇଟିସ ବା ସାଇନସ ସଂକ୍ରମଣ ବା ରାଇନୋସାଇନୁସାଇଟିସ, ଇଂରାଜୀରେ Sinusitis ବା sinus infection ବା rhinosinusitis, ଏକ ରୋଗ ଯେଉଁଥିରେ ସାଇନସର ପ୍ରଦାହ ହୁଏ । ଚିହ୍ନ ଓ ଲକ୍ଷଣ: ସାଧାରଣତଃ ନାକରୁ ବହଳିଆ ସ୍ରାବ ହୁଏ, ନାକ ବନ୍ଦ ହୋଇଯାଏ ଓ ମୁହଁରେ ଯନ୍ତ୍ରଣା ହୁଏ । [1] ଜ୍ୱର, ମୁଣ୍ଡବଥା, କମ ଘ୍ରାଣଶକ୍ତି ତଣ୍ଟି ଘାଆ ଓ କାଶ ଇତ୍ୟାଦି ଲକ୍ଷଣ ମଧ୍ୟ ପ୍ରକାଶ ପାଏ । [2][3] ରାତିରେ ଅଧିକ କାଶ ହୁଏ । କ୍ୱଚିତ ଜଟିଳତା ହୁଏ । [3] ଚାରି ସପ୍ତାହରୁ କମ ହୋଇଥିଲେ ଏହାକୁ ଆକ୍ୟୁଟ ରାଇନୋସାଇନୁସାଇଟିସ (ଏଆରଏସ) ଓ ୧୨ ସପ୍ତାହରୁ ଅଧିକ ହେଲେ କ୍ରନିକ ରାଇନୋସାଇନୁସାଇଟିସ (ସିଆରଏସ) କୁହାଯାଏ । [1]
ସାଇନୁସାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Otorhinolaryngology |
ଆଇସିଡ଼ି-୧୦ | J01., J32. |
ଆଇସିଡ଼ି-୯-ସିଏମ୍ | 461, 473 |
ରୋଗ ଡାଟାବେସ | 12136 |
ମେଡ଼ିସିନ-ପ୍ଲସ | 000647 |
ଇ-ମେଡ଼ିସିନ | article/232670 |
Patient UK | ସାଇନୁସାଇଟିସ |
MeSH | D012852 |
ସଂକ୍ରମଣ ବା ଆଲର୍ଜି ବା ବାୟୁ ପ୍ରଦୁଷଣ ଓ ଗଠନ ଅସୁବିଧା ଯୋଗୁ ଏହି ରୋଗ ହୋଇପାରେ । ଭୁତାଣୁ ସଂକ୍ରମଣ ଯୋଗୁ ଅଧିକାଂଶ ରୋଗ ହୁଏ । [2] ରୋଗ ଲକ୍ଷଣ ୧୦ ଦିନରୁ ଅଧିକ ରହିଲେ ବା ଭଲ ହୋଇ ଆସୁଥିବା ବେଳେ ଖରାପ ଦିଗକୁ ଗତି କଲେ ଜୀବାଣୁ ସଂକ୍ରମଣ ଯୋଗୁ ହେବା ସନ୍ଦେହ କରାଯାଏ । ଆଜମା, ସିସ୍ଟିକ ଫାଇବ୍ରୋସିସ ଓ ଇମ୍ମ୍ୟୁନିଟି ଆଭାବ ଥିଲେ ଏହି ରୋଗ ବାରମ୍ବାର ହୁଏ । କୌଣସି ଜଟିଳତା ସନ୍ଦେହ ନ ଥିଲେ ଏକ୍ସ-ରେ କରିବା ଅନାବଶ୍ୟକ । କ୍ରନିକ ରୋଗ କେଶ ସିଟି ସ୍କାନ ବା ସ୍ୱଚକ୍ଷୁରେ ଦର୍ଶନ କରି ନିଧାର୍ଯ୍ୟ କରାଯାଏ । [1]
ଉତ୍ତମରୂପେ ହାତ ଧୋଇଲେ, ଧୂମ୍ରପାନ ବର୍ଜନ କଲେ ଓ ଟିକା ନେଲେ ଏହି କେତେକାଂଶରେ ଏହି ରୋଗକୁ ପ୍ରତିରୋଧ କରିହେବ । [2] ଯନ୍ତ୍ରଣା ନିବାରକ ଔଷଧ ଔଷଧ ଯେପରିକି ନାପ୍ରୋକ୍ସେନ, ଆଘ୍ରାଣ ସ୍ଟିରଏଡ ଓ ନାକ ଜଳସେଚନ କରି ଲକ୍ଷଣ ଲାଘବ କରାଯାଏ । [1][4] ଜଟିଳତା ବିହୀନ ଏଆରଏସ ରୋଗକୁ ଆଣ୍ଟିବାୟୋଟିକ ସହିତ ବା ବ୍ୟତୀତ ଚିକିତ୍ସା କରାଯାଇପାରିବ । ୭ ଦିନ ଚିକିତ୍ସା ସତ୍ତ୍ୱେ ଉପସମ ନ ହେଲେ ଆଣ୍ଟିବାୟୋଟିକ ଆରମ୍ଭ ବା ପରିବର୍ତ୍ତନ କରାଯାଏ । ପ୍ରଥମ ପସନ୍ଦ ଭାବେ ଆଣ୍ଟିବାୟୋଟି ହେଲା ଆମୋକ୍ସିସିଲିନ ବା ଆମୋକ୍ସିସିଲିନ କ୍ଲାଭୁଲାନେଟ ଦିଆଯାଏ । [1] କ୍ରନିକ ରୋଗ ଥିଲେ ବେଳେବେଳେ ଅପରେଶନ କରାଯାଏ । [5]
ସାଇନୁସାଇଟିସ ଏକ ସାଧାରଣ ରୋଗ । [1] ଆମେରିକା ଓ ୟୁରୋପରେ ୧୦ %ରୁ ୩୦ % ଲୋକଙ୍କୁ ଏହି ରୋଗ ହୁଏ । [1][6] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ହୁଏ । [7] କ୍ରନିକ ସାଇନୁସାଇଟିସ ପ୍ରାୟ ୧୨.୫ % ଲୋକଙ୍କୁ ହୁଏ । [8] ଏହାର ଚିକିତ୍ସା ନିମନ୍ତେ ଆମେରିକାରେ ବାର୍ଷିକ ୧୧ ବିଲିଅନ ଆମେରିକିୟ ଡଲାର ଖର୍ଚ୍ଚ ହୁଏ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.