![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/eb/Sulfadiazine-3D-vdW.png/640px-Sulfadiazine-3D-vdW.png&w=640&q=50)
ସଲଫାଡାଏଜିନ
From Wikipedia, the free encyclopedia
ସଲଫାଡାଏଜିନ (ଇଂରାଜୀ ଭାଷାରେ Sulfadiazine) ଏକ ଆଣ୍ଟିବାୟୋଟିକ (antibiotic) ।[1] ଟକ୍ସୋପ୍ଲାଜ୍ମୋସିସ (toxoplasmosis) ରୋଗରେ ପାଇରିମେଥାମିନ ସହିତ ସଲଫାଡାଏଜିନ ଦିଆଯାଏ ଓ ଏହା ଏକ ପସନ୍ଦଯୋଗ୍ୟ ଚିକିତ୍ସା ।[2] ମଧ୍ୟକର୍ଣ୍ଣ ପ୍ରଦାହ ବା ଓଟାଇଟିସ ମିଡିଆ ରୋଗରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା; ରିଉମାଟିକ ଜ୍ୱର, ସାଙ୍କ୍ରଏଡ (chancroid), କ୍ଲାମିଡିଆ (chlamydia) ରୋଗମାନଙ୍କ ପ୍ରତିଷେଧ ଓ ହେମୋଫାଇଲସ ଇନଫ୍ଲୁଏଞ୍ଜି (Haemophilus influenzae) ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ । ଏହା ପାଟିରେ ଦିଆଯାଏ ।[1]
![]() | |
![]() | |
Clinical data | |
---|---|
AHFS/Drugs.com | monograph |
MedlinePlus | a682130 |
Pregnancy category |
|
Routes of administration | Topical cream, by mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ? |
Metabolism | ? |
Elimination half-life | ? |
Excretion | ? |
Identifiers | |
IUPAC name
| |
CAS Number |
|
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.000.623 ![]() |
Chemical and physical data | |
Formula | C10H10N4O2S |
Molar mass | 250.278 g/mol |
Melting point | 252 to 256 °C (486 to 493 °F) |
![]() ![]() |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଜାଡ଼ା, ମୁଣ୍ଡବଥା, ଜ୍ୱର, ରାସ, ଅବସାଦ ଓ ଅଗ୍ନାଶୟ ପ୍ରଦାହ ହୋଇପାରେ ।[1] ସାଂଘାତିକ ଯକୃତ ସମସ୍ୟା, ବୃକ୍କ ସମସ୍ୟା ବା ପରଫିରିଆ (porphyria) ଇତ୍ୟାଦି ରୋଗ ଥିଲେ ଏହି ଔଷଧ ବ୍ୟବହାର କରାଯାଏନାହିଁ ।[2] ଗର୍ଭାବସ୍ଥାରେ ଏହି ଔଷଧ ଦେଲେ ଶିଶୁର କେର୍ନିକ୍ଟେରସ (kernicterus) ରୋଗ ହେବା ସମ୍ଭାବନା ରହେ ।[1] ଶିଶୁ ସୁସ୍ଥ ଥିଲେ ସ୍ତନ୍ୟପାନ ନିରାପଦ ହୁଏ ।[3] ଏହା ସଲଫୋନାମାଇଡ (sulfonamide) ଶ୍ରେଣୀର ଏକ ଔଷଧ । [1]
ସନ ୧୯୪୧ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବହାର ନିମନ୍ତେ ସଲଫାଡାଏଜିନ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୨.୭୦ରୁ ୭.୩୨ ଆମେରିକୀୟ ଡଲାର ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ମାସରେ ଏହି ଔଷଧର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାର ।[6]