ଓଡ଼ିଆ ଗୀତିକାର From Wikipedia, the free encyclopedia
ଶିବବ୍ରତ ଦାସ (୨୬ ଅଗଷ୍ଟ ୧୯୩୦–୮ ସେପ୍ଟେମ୍ବର ୧୯୮୮) ଜଣେ ଓଡ଼ିଆ ଗୀତିକାର ଓ ପୁଲିସ ବିଭାଗର କର୍ମଚାରୀ ଥିଲେ ।[1] ୬୦ରୁ ୯୦ ଦଶକ ମଧ୍ୟରେ ସେ ପ୍ରାୟ ୫୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଗୀତ ଲେଖିଥିଲେ । ତାଙ୍କର କିଛି ଜନପ୍ରିୟ କଥାଚିତ୍ର ଗୀତ ମଧ୍ୟରେ "ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ", "ନଦୀର ନାମ ଅଳସ କନ୍ୟା", "ଉର୍ମି ଅଧିର ରୂପସୀ ଚିଲିକା", "ଯା ଯାରେ ଭାସି ଯା", "ମୁଁ ଯେ ଅମୃତ ସାଗର ବିନ୍ଦୁ" ଆଦି ଅନ୍ୟତମ । ଅକ୍ଷୟ ମହାନ୍ତି ତାଙ୍କୁ ଆଦ୍ୟ ପ୍ରେରଣା ଦେବା ସହ ତାଙ୍କର ଅନେକ ଜନପ୍ରିୟ ଗୀତରେ ସ୍ୱର ଓ କଣ୍ଠଦାନ କରିଥିଲେ । ଓଡ଼ିଆ ଗାୟିକା ଓ କବି କୁମୁଦିନୀ ମହାପାତ୍ର ତାଙ୍କ ମାଆ ଓ ଓଡ଼ିଆ ଲେଖକ ଲକ୍ଷ୍ମୀକାନ୍ତ ମହାପାତ୍ର ତାଙ୍କ ମାମୁଁ ଥିଲେ ।
ଶିବବ୍ରତ ଦାସ | |
---|---|
ଜନ୍ମ | |
ମୃତ୍ୟୁ | ୮ ସେପ୍ଟେମ୍ବର ୧୯୮୮ ୫୮) | (ବୟସ
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଚାକିରିକ୍ଷେତ୍ର | ଓଡ଼ିଶା ପୁଲିସ |
ବୈବାହିକ-ସାଥୀ | ସୁବାସିନୀ ଦେବୀ |
ସନ୍ତାନ | ବେବି, ବାବି |
ପିତାମାତା(s) | ଶଚୀନ୍ଦ୍ର ଦାସ, କୁମୁଦିନୀ ଦେବୀ |
ଶିବବ୍ରତ ଦାସ ୧୯୩୦ମସିହା ଅଗଷ୍ଟ ୨୬ତାରିଖରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ଗାୟିକା ଓ କବି କୁମୁଦିନୀ ଦେବୀ ଥିଲେ ତାଙ୍କ ମାଆ ଓ ତାଙ୍କ ବାପାଙ୍କ ନାମ ଥିଲା ଶଚୀନ୍ଦ୍ର ଦାସ ।
ସେ ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଲାଭ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ପୁଲିସ ବିଭାଗରେ ଚାକିରି କରୁଥିଲେ । ସେଠାରେ ସେ ଶ୍ରେଷ୍ଠ ବନ୍ଧୁକ ଚାଳକ ଭାବରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ୨୫ବର୍ଷ ଧରି ଜାତୀୟ ସ୍ତରରେ ଓଡ଼ିଶାକୁ ବନ୍ଧୁକ ଚାଳନାରେ ପ୍ରତିନିଧିତ୍ୱ କରିଥିଲେ ।[2]
ସେ ସୁବାସିନୀ ଦେବୀଙ୍କୁ ବିବାହ କରିଥିଲେ । ବେବି ଓ ବାବି ନାମରେ ତାଙ୍କର ଏକ କନ୍ୟା ଓ ପୁତ୍ର ସନ୍ତାନ ଅଛନ୍ତି ।
ରେଭେନ୍ସାରେ ପଢୁଥିବା ସମୟରେ ସେ କବିତା ଲେଖିବା ଆରମ୍ଭ କରିଥିଲେ । ସେଠାରେ ସେ ସେତେବେଳେ ଛାତ୍ରଥିବା ଜୀବନାନନ୍ଦ ପାଣିଙ୍କ ସଂସ୍ପର୍ଶରେ ଆସିଥିଲେ । ଦୁହେଁ ମିଶି ସେତେବେଳେ ଅନେକ ବ୍ୟଙ୍ଗ କବିତା ଲେଖିଥିଲେ । ଦ ହୁଇଲ ପତ୍ରିକାରେ ସେତେବେଳେ ଶିବବ୍ରତଙ୍କର ଇଂରାଜୀ କବିତାମାନ ପ୍ରକାଶ ପାଇଥିଲା । ତାଙ୍କ ମାମୁ ପୁଅ ଭାଇ ପାର୍ଥସାରଥୀ ମହାପାତ୍ର ମଧ୍ୟ ରେଭେନ୍ସାର ଛାତ୍ର ଥିବା ବେଳେ ଗୀତ ଲେଖୁଥିଲେ ଓ ତାକୁ ଅକ୍ଷୟ ମହାନ୍ତି ସୁର ଦେଉଥିଲେ । ପାର୍ଥସାରଥୀ ଦିଲ୍ଲୀ ଚାକିରି କରିବାକୁ ଯିବା ପରେ ଅକ୍ଷୟ ମହାନ୍ତି ଶିବବ୍ରତଙ୍କୁ ପ୍ରେରଣା ଦେଇଥିଲେ ଅଧିକ ଗୀତ ଲେଖିବା ପାଇଁ । ଶିବବ୍ରତ ସେତେବେଳକୁ ପୁଲିସ ବିଭାଗରେ ଚାକିରି କରୁଥିଲେ । ପରେ ସେ ଶାନ୍ତନୁ ମହାପାତ୍ରଙ୍କ ସହ ଦେଖା କଲେ ଓ ଶାନ୍ତନୁ ତାଙ୍କ ଗୀତ ଆକାଶବାଣୀ କଟକରେ ଦାଖଲ କଲେ ।
ଶାନ୍ତନୁ ମହାପାତ୍ର ଆକାଶବାଣୀ ପାଇଁ ଦାଖକ କରିଥିବା ଗୀତ "କାଇଁଚ ପତର ସରୁ" ଆକାଶବାଣୀର କାର୍ଯ୍ୟକ୍ରମ "ସଜଫୁଲ" ପାଇଁ ଭୁବନେଶ୍ୱର ମିଶ୍ର ଚୟନ କଲେ ଓ ରଘୁନାଥ ପାଣିଗ୍ରାହୀଙ୍କ କଣ୍ଠରେ ଆକାଶବାଣୀ କଟକରୁ ଏହି ଗୀତ ପ୍ରସାରିତ ହେଲା । ଏହି ଗୀତଦ୍ୱାରା ସେ ଲୋକଲୋଚନକୁ ଆସିଥିଲେ ।
ଧୀର ବିଶ୍ୱାଳ ନିଜ ଚଳଚ୍ଚିତ୍ର ମନ ଆକାଶ ପାଇଁ ଶିବବ୍ରତଙ୍କୁ ଗୀତ ଲେଖିବାକୁ ଅନୁରୋଧ କଲେ । ପ୍ରଥମ ଗୀତ ଥିଲା "ଏ ବନ ଝରଣା" । ଗୀତଟି ଭଲ ହେବାରୁ ସେହି ଚଳଚ୍ଚିତ୍ର ପାଇଁ ଆଉ ଚାରୋଟି ଗୀତ ମଧ୍ୟ ଲେଖିଲେ । ତେବେ ପୁଲିସ ଚାକିରିରେ ବାରମ୍ବାର ବଦଳି ଯୋଗୁଁ ଗୀତ ଲେଖିବାରେ ଅସୁବିଧା ହେଉଥିଲା । ତାଙ୍କର କିଛି ଜନପ୍ରିୟ କଥାଚିତ୍ର ଗୀତ ହେଲା: "ଚନ୍ଦ୍ରମଲ୍ଲି ହସେ, ଚିତ୍ରଲେଖା ଓଠେ", "ନଦୀର ନାମ ଅଳସ କନ୍ୟା", "ଉର୍ମି ଅଧିର ରୂପସୀ ଚିଲିକା", "ଯା ଯାରେ ଭାସି ଯା", "ମୁଁ ଯେ ଅମୃତ ସାଗର ବିନ୍ଦୁ" ଆଦି ।
୧୯୮୮ ସେପ୍ଟେମ୍ବର ୮ତାରିଖରେ ଶିବବ୍ରତ ଦାସଙ୍କର ପରଲୋକ ଘଟିଥିଲା ।[3] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.